ETV Bharat / bharat

Byju's Layoffs: ଦ୍ବିତୀୟ ପର୍ଯ୍ୟାୟରେ ୨୫୦୦ କର୍ମଚାରୀଙ୍କୁ ଛଟେଇ, ସାମିଲ ଅଛନ୍ତି IIT ଛାତ୍ର

author img

By

Published : Feb 6, 2023, 7:13 AM IST

ପୁଣି ୨୫୦୦ କର୍ମଚାରୀଙ୍କୁ ଛଟେଇ କଲା ବାୟଜୁସ । ଚଳିତ ମାସ ୧୨ ତାରିଖରେ କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା । ଅଧିକ ପଢନ୍ତୁ

Byju's Layoffs
Byju's Layoffs

ନୂଆଦିଲ୍ଲୀ: ଲର୍ଣ୍ଣିଂ ଆପ ବାୟଜୁସ (Byju's) କମ୍ପାନୀରେ ଛଟେଇ ଜାରି ରହିଛି । ଛଟେଇର ଦ୍ବିତୀୟ ପର୍ଯ୍ୟାୟରେ କମ୍ପାନୀ ପ୍ରାୟ ୧୫୦୦ କର୍ମଚାରୀଙ୍କୁ ଛଟେଇ କରିଛି । ଏହା ପୂର୍ବରୁ ଫେବୃଆରୀ ୨ ତାରିଖରେ କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା । ଏହି ଛଟେଇରେ ଅଧିକାଂଶ କର୍ମଚାରୀ ଇଞ୍ଜିନିୟରିଂ ବିଭାଗର ରହିଥିଲେ । କମ୍ପାନୀର ଏହି ଛଟେଇ କାର୍ଯ୍ୟ ଜାରି ରହିଥିବା ବେଳେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ ।

ବାୟଜୁସରୁ ବାହାରୁଥିବା କର୍ମଚାରୀମାନେ ଭାବବିହ୍ବଳ ପୋଷ୍ଟ କରିଛନ୍ତି । ଏହି ଛଟେଇ କର୍ମଚାରୀଙ୍କ ମଧ୍ୟରେ କିଛି ଆଇଆଇଟିରୁ ସ୍ନାତକ ହାସଲ କରିଥିଲେ । ଏମାନେ ଏହି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଏବେ ସେମାନେ ବେରୋଜଗାର ହୋଇପଡିଛନ୍ତି । କମ୍ପାନୀରେ ପ୍ରାୟ ୯ ମାସ ପର୍ଯ୍ୟନ୍ତ କାମ କରିଥିବା ଅଭିଶେଷ ଆଶିଷ ଲିଙ୍କଡେନରେ ଲେଖିଛନ୍ତି ଯେ ସେ ସଫ୍ଟୱେର ଇଞ୍ଜିନିୟର ଭାବେ କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେ ଛଟେଇର ଦ୍ବିତୀୟ ପର୍ଯ୍ୟାରେ ସାମିଲ ହୋଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଅନେକ ଦକ୍ଷ ଓ ଅଭିଜ୍ଞ କର୍ମଚାରୀଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି । 'ଯାହା ହୋଇଛି ଭଲ ହୋଇଛି' ବୋଲି ସେ ଭାବବିହ୍ବଳ ହୋଇ କହିଛନ୍ତି ଏବଂ ଚାକିରି ଖୋଜୁଥିବା କହିଛନ୍ତି ।

ଏହା ବି ପଢନ୍ତୁ- Layoffs: ଆଗକୁ ଛଟେଇ କରିବେ ଏହିସବୁ କମ୍ପାନୀ, ପ୍ରଭାବିତ ହେବେ ଶତାଧିକ କର୍ମଚାରୀ

ବାୟଜୁସ ଗତ ବର୍ଷ ମାର୍ଚ୍ଚ ମାସରେ ଲାଭ ଆଶାରେ ପ୍ରାୟ ୨୫୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା । ଭାରତରେ ଗତ କିଛି ମାସ ଧରି ୭୦ରୁ ଅଧିକ ଷ୍ଟାଟଅପ କମ୍ପାନୀ ଦ୍ବାରା ପ୍ରାୟ ୨୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଯେଉଁଥିରେ ବାୟଜୁସ, ଓଲା, ଅନଏକାଡେମୀ, ବେଦାନ୍ତୁ, ଓୟୋ, ମିଶୋ, ଉଡାନ ଓ ଅନ୍ୟ କମ୍ପାନୀ ସାମିଲ ରହିଛନ୍ତି । ଆଡଟେକ କମ୍ପାନୀ ଏଯାବତ ସବୁଠୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି । କମ୍ପାନୀ ଏଯାବତ ପ୍ରାୟ ୮୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିବା ଦେଖିବାକୁ ମିଳିଛି ।

ଦେଶରେ କୋରୋନା ମହାମାରୀ ଆସିବା ପରେ ଅନେକ କମ୍ପାନୀର ଅର୍ଥନୈତିକ ସ୍ଥିତି ଦୁର୍ବଳ ହୋଇଥିଲା । ଏହାପରେ କମ୍ପାନୀ ଅନେକ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଥିଲା । ଏଥିରେ ବଡ଼ ବଡ଼ କମ୍ପାନୀ ବି ସାମିଲ ରହିଥିଲେ । ଯେପିରିକି ଟ୍ବିଟର, ଗୁଗଲ, ଆମାଜନ ଆଦି । ଫଳରେ ଅନେକ କର୍ମଚାରୀମାନେ ବେରୋଜଗାର ହେବା ସହ ଅନ୍ୟ ନୂଆ ଚାକିରି ସନ୍ଧାନରେ ରହିଥିବା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.