ETV Bharat / bharat

ଦୁର୍ନୀତି ମାମଲା: କର୍ଣ୍ଣାଟକ ବିଜେପି ବିଧାୟକ ଗିରଫ

author img

By

Published : Mar 28, 2023, 7:19 AM IST

bjp mla madal virupakshappa arrested
ବିଜେପି ବିଧାୟକ ଗିରଫ

ବନ୍ଧା ହେଲେ ବିଜେପି ବିଧାୟକ ମଦଳ ବିରୁପାକ୍ଷପ୍ପା । ଦୁର୍ନୀତି ମାମଲାରେ କର୍ଣ୍ଣାଟକ ବିଜେପି ବିଧାୟକ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଦୁର୍ନୀତି ମାମଲାରେ କର୍ଣ୍ଣାଟକ ବିଜେପି ବିଧାୟକ ମଦଳ ବିରୁପାକ୍ଷପ୍ପା ଗିରଫ ହୋଇଛନ୍ତି । ତାଙ୍କୁ ତୁମକୁରର କ୍ୟାଥାସନ୍ଦ୍ରା ଟୋଲ ପ୍ଲାଜା ନିକଟରୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରା ଅନ୍ତରୀଣ ଜାମିନ ଖାରଜ ହେବାର କିଛି ଦିନ ପରେ ସେ ଗିରଫ ହୋଇଛନ୍ତି । କର୍ଣ୍ଣାଟକ ସୋପ ଆଣ୍ଡ ଡିଟରଜେଣ୍ଟ ଲିମିଟେଡ (କେଏସଡିଏଲ) ସମ୍ପର୍କିତ ଏକ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ବିଜେପି ବିଧାୟକ ମଦଳ ବିରୁପାକ୍ଷପ୍ପା ।

ପୋଲିସ ଜେନେରାଲ ସୁବ୍ରମଣ୍ୟସ୍ବରା ରାଓ ସୂଚନା ଦେଇ କହିଛି ଯେ, ବିଧାୟକ ବେଙ୍ଗାଲୁରୁ ଯିବା ସମୟରେ ତୁମକୁରରୁ ତାଙ୍କୁ ଗିରଫ କରାଯାଇଛି । ମାର୍ଚ୍ଚ 7 ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ବିଧାୟକଙ୍କ ଅନ୍ତରୀଣ ଜାମିନ ଖାରଜ କରିଥିଲେ । ମଦଳ ବିରୁପାକ୍ଷପ୍ପା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିକଟତର ଲୋକ । ବିଜେପି ବିଧାୟକଙ୍କ ପୁଅ ପ୍ରଶାନ୍ତ ମଦଳ ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ବେରେଜ ବୋର୍ଡର ମୁଖ୍ୟ ଆକାଉଣ୍ଟ ଅଫିସର ଅଛନ୍ତି ସେ ମଧ୍ୟ ଏହି ଦୁର୍ନୀତିରେ ସମ୍ପୃକ୍ତ । ସେ ମାର୍ଚ୍ଚ 2ରେ ଲୋକାୟୁକ୍ତଙ୍କ ଦ୍ବାରା ଗିରଫ ହୋଇଥିଲେ । ତାଙ୍କ ନାମରେ କର୍ଣ୍ଣାଟକ ସୋପ ଆଣ୍ଡ ଡିଟରଜେଣ୍ଟ ଲିମିଟେଡ (କେଏସଡିଏଲ)ରେ 40 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ରହିଛି ।

ସୂଚନା ଅନୁଯାୟୀ ଗତ ମାସରେ ଠିକାଦାରଙ୍କ ଠାରୁ 40 ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ବିଧାୟକଙ୍କ ପୁଅ ପ୍ରଶାନ୍ତ ମଦଳକୁ ଲୋକାୟୁକ୍ତ ଗିରଫ କରିଥିଲା । ପରେ ଚଢାଉ କରି ତାଙ୍କ ଘରୁ 8 କୋଟି ଟଙ୍କା ଜବତ ହୋଇଥିଲା । ବାପାଙ୍କ ପକ୍ଷରୁ ପ୍ରଶାନ୍ତ ଲାଞ୍ଚ ଟଙ୍କା ନେଉଥିବା ଜଣାପଡିଥିଲା । ପ୍ରଶାନ୍ତ କର୍ଣ୍ଣାଟକ ପ୍ରଶାସନିକ ସେବାର 2008 ବ୍ୟାଚର ଅଧିକାରୀ । ସେ ସାବୁନ ଏବଂ ଡିଟରଜେଣ୍ଟ ବନାଇବା ପାଇଁ କଞ୍ଚାମାଲ କିଣିବା ଚୁକ୍ତି ନେଇ ଜଣେ ଠିକାଦାରଙ୍କଠୁ 80 ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ଠିକାଦାର ଲୋକାୟୁକ୍ତଙ୍କୁ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ...Security Breach: ମୋଦିଙ୍କ ପରେ ଶାହଙ୍କ ସୁରକ୍ଷାରେ ତ୍ରୁଟି, ୨ ଗିରଫ

ଏହା ବି ପଢନ୍ତୁ...ରାଜସ୍ଥାନରେ ମାଛ ମଡ଼କ, ହ୍ରଦରେ ଭାସିଲେ ହଜାର ହଜାର ମଲା ମାଛ

ବିଧାୟକଙ୍କ ପୁଅ ଗିରଫ ହେବା ପରେ ବିରୋଧୀଙ୍କ ଚାପ ପଡିଥିଲା । କେଏସଡି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ବିଜେପି ବିଧାୟକ ମଦଳ ବିରୁପାକ୍ଷପ୍ପା । ଏହି ଘଟଣାରେ ଆଉ 4 ଜଣ ମଧ୍ୟ ଗିରଫ ହୋଇଛନ୍ତି । ମାମଲା ନେଇ ବିଧାୟକ କହିଛନ୍ତି, ''ଏହି ଦୁର୍ନୀତି ମାମଲାରେ ମୋର କୌଣସି ସମ୍ପର୍କ ନାହିଁ ମୋତେ ଫସାଇ ଦିଆଯାଇଛି । ମୋର 100 ପ୍ରତିଶତ ବିଶ୍ବାସ ଅଛି ଏହି ମାମଲାରେ ମୁଁ ନିର୍ଦ୍ଦୋଶରେ ମୁକୁଳିବି । ମୋ ଘରୁ ଟଙ୍କା ମିଳିବା ଦୁର୍ନୀତି ନୁହେଁ । ଜବତ ଟଙ୍କା ମୋ ବ୍ୟବସାୟ ଓ ଅନ୍ୟାନ୍ୟ କୃଷି ସହ ଜଡିତ ଟଙ୍କା ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.