ରାଜସ୍ଥାନରେ ମାଛ ମଡ଼କ, ହ୍ରଦରେ ଭାସିଲେ ହଜାର ହଜାର ମଲା ମାଛ

By

Published : Mar 27, 2023, 9:59 PM IST

thumbnail

ଜୟପୁର: ରାଜସ୍ଥାନ ଅଜମେର ଜିଲ୍ଲାର ମାର୍ବଲ ସିଟି କିଶନଗଡ଼ରେ ମାଛ ମଡ଼କ । ହଠାତ ହଜାର ହଜାର ସଂଖ୍ୟାର ଛୋଟ ବଡ଼ ମଲା ମାଛ ଗୁନ୍ଦଲାଭ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି । ମାଛ ମଡ଼କ ପରେ ସ୍ଥାନୀୟ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଥିବା ବେଳେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ନଦୀକୂଳରେ ମଲା ମାଛମାନଙ୍କର ମୃତଦେହ ଜମି ରହିଥିବା ବେଳେ ଏହାର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ନଗର ପରିଷଦର କର୍ମଚାରୀମାନେ ଏହି ମଲା ମାଛଗୁଡ଼ିକୁ ଜଳାଶୟରୁ ଉଦ୍ଧାର କରିଛନ୍ତି । ଏହି ଜଳାଶୟରେ ଅଳିଆ ଆବର୍ଜନା ଫିଙ୍ଗା ଯିବା ପରେ ଏହାର ପାଣି ଦୂଷିତ ହୋଇଥିଲା । ଏଥିଲାଗି ମାଛମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଏହି ଜଳାଶୟର ସ୍ବଚ୍ଛତାକୁ ଧ୍ୟାନ ନ ଦେବାରୁ ଏପରି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମତ୍ସ୍ୟ ବିଭାଗ ଉଦୟପୁରର ଏକ ସଂସ୍ଥାକୁ ମାଛ ପାଳନ ପାଇଁ ଦାୟିତ୍ବ ଦେଇଥିଲା । ମାତ୍ର ଜାଆଁଳ ଛାଡ଼ିବା ପରେ ଏହି ଜଳାଶୟର ସ୍ବଚ୍ଛତାକୁ ଅଣଦେଖା କରିବା ପରେ ଏପରି ସମସ୍ୟା ଉପୁଜିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.