ETV Bharat / bharat

ଯୋଧପୁର ସିଲିଣ୍ଡର ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି

author img

By

Published : Dec 13, 2022, 10:33 AM IST

ଯୋଧପୁର ସିଲିଣ୍ଡର ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି
ଯୋଧପୁର ସିଲିଣ୍ଡର ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି

ଯୋଧପୁର ସିଲିଣ୍ଡର ବିସ୍ଫୋରଣ ମାମଲାରେ ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି । ବିବାହ ଉତ୍ସବରେ ଏହି ବିସ୍ଫୋରଣ ହୋଇଥିଲା । ଅଧିକ ପଢନ୍ତୁ

ଜୟପୁର: ଯୋଧପୁର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ମାମଲାରେ ମୃତ୍ୟୁସଂଖ୍ୟା ବଢିଚାଲିଛି । ଏହି ଅଘଟଣରେ ଗୁରୁତର ଥିବା ଆଉ ୬ ଜଣ ଗତକାଲି(ସୋମବାର) ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି (several more death in Jodhpur cylinder blast) । ଏହାପରେ ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୩୪ ଜଣ ଆହତଙ୍କ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗମ୍ଭୀର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

ଗତକାଲି ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ବରର ମାଆଙ୍କ ସହ ଜଣେ ୯ ବର୍ଷୀୟ ନାବାଳକ ଥିବା ସୂଚନା ମିଳିଛି । ଗୋଟିଏ ଦିନରେ ଏତେ ଲୋକଙ୍କ ମୃତ୍ୟୁ ଏବେ ସମଗ୍ର ଅଞ୍ଚଳରେ ଆଲୋଡନ ଖେଳାଇଛି । ପ୍ରକାଶଥାଉ କି, ଗତ ଗୁରୁବାର ଦିନ ରାଜସ୍ଥାନ ଯୋଧପୁର ଅନ୍ତର୍ଗତ ଭୁଙ୍ଗରା ଗ୍ରାମରେ ଏକ ବିବାହ ଉତ୍ସବରେ ଏହି ବଡ ଅଘଟଣ ଘଟିଥିଲା । ଗାଁର ସଗତ ସିଂହଙ୍କ ପୁଅ ସୁରେନ୍ଦ୍ର ସିଂହ ବରଯାତ୍ରୀ ନେଇ କନ୍ୟାଘରକୁ ଯିବା ପାଇଁ ବାହାରୁଥିଲେ । ଏତିକି ବେଳେ ହଠାତ୍ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଘରେ ରୋଷେଇ ପାଇଁ ବ୍ୟବହୃତ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ଏହା ଫାଟି ଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ବିବାହ ଖୁସିରେ ଗ୍ରହଣ ଲଗାଇଲା ଗ୍ୟାସ: ସିଲିଣ୍ଡର ଫାଟି ୫ ମୃତ, ୬୦ ଆହତ

ଏଥିରେ ବରର ପ୍ରାୟ ୬୦ ଜଣ ଲୋକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ଛୁଆ ରହିଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ଯୋଧପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଅଘଟଣରେ ଏବେ ସୁଦ୍ଧା ୧୮ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.