ETV Bharat / bharat

ବିବାହ ଖୁସିରେ ଗ୍ରହଣ ଲଗାଇଲା ଗ୍ୟାସ: ସିଲିଣ୍ଡର ଫାଟି ୫ ମୃତ, ୬୦ ଆହତ

author img

By

Published : Dec 9, 2022, 8:04 AM IST

Updated : Dec 9, 2022, 10:48 AM IST

ରାଜସ୍ଥାନର ଭୁଙ୍ଗୁରା ଗ୍ରାମରେ ଅଭାବନୀୟ ଘଟଣା । ବିବାହ ଚାଲିଥିବା ସମୟରେ ହେଲା ସିଲିଣ୍ଡର ବିସ୍ଫୋରଣ । ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ବିବାହ ସମୟରେ ସଲିଣ୍ଡର ବିସ୍ଫୋରଣ
ବିବାହ ସମୟରେ ସଲିଣ୍ଡର ବିସ୍ଫୋରଣ

ଜୟପୁର: ଚାଲିଥିଲା ବାହାଘର । ମଜା ମଜଲିସରେ ମସଗୁଲ ଥିଲେ ସମସ୍ତେ, ଘରେ ଜମିଥିଲା ଭୋଜି ଭାତର ଆସର । କିଏ ଭୋଜି ଖାଉଥିଲା ତ ଆଉ କିଏ ସାଜସଜ୍ଜାରେ ବ୍ୟସ୍ତ ରହିଥିଲା । କିନ୍ତୁ ଏହି ଖୁସିରେ ଯେମିତି କାହାର ନଜର ଲାଗିଗଲା । ହଠାତ୍‌ ହେଲା ସିଲିଣ୍ଡର ବିସ୍ଫୋରଣ । ଫଳରେ ଅଗ୍ନିକାଣ୍ଡ ଘଟିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଯୋଦ୍ଧପୁରର ଭୁଙ୍ଗୁରା ଗ୍ରାମରେ । ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି, ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ରହିଛନ୍ତି ।

  • Jodhpur, Rajasthan | Around 60 people injured after a house caught fire during a wedding in Bhungra village

    It's a very serious accident. 42 people out of the 60 injured were referred to MGH hospital. Treatment is going on: Himanshu Gupta, District Collector (08.12) pic.twitter.com/9DYKOeHFrE

    — ANI MP/CG/Rajasthan (@ANI_MP_CG_RJ) December 9, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-Child in borewell: ବୋରୱେଲରେ ବିତିଲାଣି 2 ଦିନ, ବାଧକ ସାଜିଛି ପଥର

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) ଭୁଙ୍ଗୁରା ଗ୍ରାମରେ ଏକ ବିବାହର ଆୟୋଜନ କରାଯାଇଥିଲା । ଏହି ସମୟରେ ସିଲିଣ୍ଡର ବିସ୍ଫୋରଣ ହେବାରୁ ଘରେ ନିଆଁ ଲାଗିଯାଇଥିଲା । ଫଳରେ ୫ଜଣ ଜଣଙ୍କର ମୃତ୍ୟୁ ହୋଇଥିଲା । ୬୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ଚିକିତ୍ସା ବର୍ତ୍ତମାନ ଜାରି ରହିଥିବା କହିଛନ୍ତି ଜିଲ୍ଲାପାଳ ହିମାଂଶୁ ଗୁପ୍ତା । ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

Last Updated :Dec 9, 2022, 10:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.