ETV Bharat / bharat

Land Scam Case: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ED ସମନ, 14ରେ ହେବେ ହାଜର

author img

By

Published : Aug 8, 2023, 7:50 PM IST

ଲ୍ୟାଣ୍ଡ ସ୍କାମ ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି କଲା ସମନ । 14 ରେ ହେବେ ଜେରା । ଅଧିକ ପଢନ୍ତୁ

Land scam case: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ED ସମନ, 14 ରେ ହେବେ ହାଜର
Land scam case: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ED ସମନ, 14 ରେ ହେବେ ହାଜର

ନୂଆଦିଲ୍ଲୀ: ଜମି ଘୋଟାଲା ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । 14 ତାରିଖରେ ହେମନ୍ତ ଜେରା ପାଇଁ ରାଞ୍ଚି ସ୍ଥିତ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବେ । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପରିବାରର ସମ୍ପୃକ୍ତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଜାରି ରଖିଛି । ହେଲେ ଜାରି ସମନରେ ହେମନ୍ତ ପରିବାର ସଦସ୍ୟଙ୍କ ନାମ ଉଲ୍ଲେଖ କରାଯାଇନାହିଁ । ମିଳିଥିବା ସୂଚନା ଅନୁସାରେ କେସ୍ ନମ୍ବର 25/23 ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତଙ୍କୁ ଏହି ସମନ ପଠାଇଛି ।

ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗତବର୍ଷ (2022) ନଭେମ୍ବର 18 ତାରିଖରେ ବେଆଇନ ଖଣି ମାମଲାରେ ପ୍ରାୟ 10 ଘଣ୍ଟା ପଚରା ଉଚରା କରିଥିଲା । ଏହି ଜେରାରେ ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଖଣି ଘୋଟାଲା ସମ୍ବନ୍ଧୀୟ ଅନେକ ପ୍ରଶ୍ନ ପଚାରିଥିଲା । ଏବେ ପୁଣି ହେମନ୍ତ ଜମି ଘୋଟାଲା ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ଜେରା ହେବାକୁ ଯାଉଛନ୍ତି ।

ଅଭିଯୋଗ ଅନୁସାରେ, ଏକାଧିକ ବ୍ୟକ୍ତିଙ୍କ ନକଲି ନାମ, ଠିକଣା ଓ ଅନ୍ୟ ଫେକ କାଗଜପତ୍ର ବ୍ୟବହାର କରି ରାଞ୍ଚିରେ ଥିବା ଭାରତୀୟ ସେନା ଅଧିକୃତ ଜମିକୁ ବେଆଇନ ଦଖଲ କରାଯାଇଥିଲା । ଏନେଇ ରାଞ୍ଚି ମ୍ୟୁନିସିପାଲିଟି କର୍ପୋରେସନ ଅଭିଯୋଗ କରିଥିଲା । ଏହି ମାମଲାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି କରିଛି । 2022 ମସିହା ନଭେମ୍ବରରେ ବ୍ୟବସାୟୀ ବିଷ୍ଣୁ ଅଗ୍ରୱାଲ, ଅମିତ ଅଗ୍ରୱାଲଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ ମଧ୍ୟ କରିସାରିଛି । ଏହି କାର୍ଯ୍ୟାନୁଷ୍ଠାନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ (ଇଡି) ହାତରେ ଲାଗିଥିବା ମଧ୍ୟ ସୂଚନା ମିଳିଛି । ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ସଂସ୍ଥା ପୁଣି ​​ଏପ୍ରିଲ 13 ତାରିଖରେ ଏହି ଘୋଟାଲା ସମ୍ପର୍କିତ ପ୍ରାୟ 21ଟି ସ୍ଥାନରେ ଚଢାଉ କରିଥିଲା ।

ଏହା ମଧ୍ୟ ପଢନ୍ତୁ:-ମେରା ଘର ପୁରା ହିନ୍ଦୁସ୍ଥାନ ହୈ; ରାହୁଲ

ପରେ ଏହି ମାମଲାର ତଦନ୍ତ ସ୍କାନରରେ ସିଧା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପରିବାରର ସମ୍ପୃକ୍ତି ଆସିଥିଲା । ଏବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ମଧ୍ୟ ଜାରି କରିଛି । ସୋରେନଙ୍କ ଜେରା ପରେ ଅନ୍ୟ କିଛି ସରକାରୀ ଦଳର ନେତା ମନ୍ତ୍ରୀ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ସ୍କାନରକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ 14 ତାରିଖରେ କେନ୍ଦ୍ରୀୟ ସଂସ୍ଥାରେ ହାଜର ହେବାକୁ ଯାଉଛନ୍ତି ହେମନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.