ETV Bharat / bharat

ମେରା ଘର ପୁରା ହିନ୍ଦୁସ୍ଥାନ ହୈ; ରାହୁଲ

author img

By

Published : Aug 8, 2023, 5:11 PM IST

ସରକାରୀ ବଙ୍ଗଳାକୁ ଫେରିଲେ ରାହୁଲ ଗାନ୍ଧୀ । ମୋଦି ସାଙ୍ଗିଆ ମାମଲାରେ ମାର୍ଚ୍ଚ 23ରେ ଦଣ୍ଡାଦେଶ ପରେ ଯାଇଥିଲା ସଦସ୍ୟତା । 4 ତାରିଖରେ ରୋକ ଲଗାଇଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ସଦସ୍ୟତା ଫେରିବା ପରେ ସରକାରୀ ବଙ୍ଗଳା ଫେରିପାଇଲେ ରାହୁଲ
ସଦସ୍ୟତା ଫେରିବା ପରେ ସରକାରୀ ବଙ୍ଗଳା ଫେରିପାଇଲେ ରାହୁଲ

ନୂଆଦିଲ୍ଲୀ: ‘ମୋଦି ସାଙ୍ଗିଆ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଭ୍ୟପଦ ହରାଇଥିବା ରାହୁଲଙ୍କୁ ଦୀର୍ଘ ଦିନର ଆଇନଗତ ଲଢେଇ ପରେ ସର୍ବୋଚ୍ଚ କୋର୍ଟରୁ ଆଶ୍ବସ୍ତି ପରେ ଗତକାଲି ସଦସ୍ୟତା ମିଳିଛି । ଏହାର ମାତ୍ର 24 ଘଣ୍ଟା ମଧ୍ୟରେ ରାହୁଲଙ୍କୁ ତାଙ୍କ ସାଂସଦ କୋଟାର ସରକାରୀ ବଙ୍ଗଳା ମଧ୍ୟ ଆବଣ୍ଟିତ କରାଯାଇଛି । ସଦସ୍ୟତା ଫେରିବା ପରେ ରାହୁଲ ଲୋକସଭା ସଚିବାଳୟକୁ ବଙ୍ଗଳା ପାଇଁ ଚିଠି ଲେଖିଥିଲେ । ତେବେ ଆଜି ତାଙ୍କୁ 12-ତୋଗଲକ ରୋଡରେ ଥିବା ସରକାରୀ ବଙ୍ଗଳାକୁ ପୁନଃ ଆବଣ୍ଟିତ କରାଯାଇଛି । ସାଂସଦ ଭାବେ ନିର୍ବାଚିତ ହେବା ପରେ ରାହୁଲ ଏହିଠାରେ ହିଁ ଆସୁଥିଲେ । ଏହା ପରେ ରାହୁଲ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, "ମେରା ଘର ପୁରା ହିନ୍ଦୁସ୍ଥାନ ହୈ ।"

ତୋଗଲକ ମାର୍ଗରେ ଥିବା ଏହି ସରକାରୀ ବଙ୍ଗଳାରେ ରାହୁଲ 2004 ରୁ ରହି ଆସୁଥିଲେ । ସେ 2004 ରେ ପ୍ରଥମେ ସାଂସଦ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଏହି ବଙ୍ଗଳା ସାଂସଦ କୋଟାରେ ମିଳିଥିଲା । 2019 ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶର ଆମେଠୀ ଆସନରୁ ନିର୍ବାଚନ ଲଢୁଥିଲେ । ହେଲେ 2019 ସାଧାରଣ ନିର୍ବାଚନରେ ସେ ଆମେଠୀ ଓ କେରଳର ଓ୍ବାଇନାଡ ଆସନରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ହେଲେ ନିଜ ପାରମ୍ପରିକ ଆସନ ଆମେଠୀରୁ ପରାଜିତ ହୋଇଥିବା ରାହୁଲ, ଓ୍ବାଇନାଡରୁ ବିଜୟୀ ହୋଇ ଲୋକସଭାରେ ପହଞ୍ଚିଥିଲେ ।

ହେଲେ ଚଳିତମାସ ମାର୍ଚ୍ଚ 23 ତାରିଖରେ 2019 ମସିହାର ମୋଦି ସାଙ୍ଗିଆ ମାନହାନୀ ମାମଲାରେ ତାଙ୍କୁ ସୁରଟ ଜିଲ୍ଲା କୋର୍ଟ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଦଣ୍ଡାଦେଶ ପାଇବା ପରେ ତାଙ୍କର ସାଂସଦ ପଦ ରଦ୍ଦ କରିଥିଲେ ଲୋକସଭା ବାଚସ୍ପତି । ଏପ୍ରିଲ 22 ତାରିଖରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଲୋକସଭା ସଚିବାଳୟ ନୋଟିସ ଜାରି କରିବା ସହ ସମୟ ମଧ୍ୟ ଦେଇଥିଲା । ରାହୁଲ ନିଜ ବଙ୍ଗଳା ଖାଲି କରି ମା’ ସୋନିଆଙ୍କ ବଙ୍ଗଳାରେ ରହୁଥିଲେ ।

ଏହା ମଧ୍ୟ ପଢନ୍ତୁ:-ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା; ଭାଗ ନେବେ ରାହୁଲ

ଦୀର୍ଘମାସର ଆଇନଗତ ଲଢେଇ ପରେ ଚଳିତ 4 ତାରିଖରେ ରାହୁଲ ସର୍ବୋଚ୍ଚ କୋର୍ଟରୁ ବଡ ଆଶ୍ବସ୍ତି ପାଇଥିଲେ । ତାଙ୍କ ଦଣ୍ଡାଦେଶ ଉପରେ ଅନ୍ତରୀଣ ରହିତାଦେଶ ଲଗାଇଥିଲେ ସର୍ବୋଚ୍ଚ କୋର୍ଟ । ଏହା ପରେ ତାଙ୍କ ଲୋକସଭା ସଦସ୍ୟତା ମଧ୍ୟ ଫେରିଥିଲା । ଆଜି ସେ ତାଙ୍କ ସରକାରୀ ବଙ୍ଗଳା ମଧ୍ୟ ଫେରିପାଇଛନ୍ତି । ଆଜି ଲୋକସଭାରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଜାରି ରହିଛି । ଚର୍ଚ୍ଚାର ଶେଷ ଦିନରେ ରାହୁଲ ମଧ୍ୟ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.