ETV Bharat / bharat

India Corona, ଦେଶରେ ୫ ହଜାର ଉପରେ ସଂକ୍ରମଣ

author img

By

Published : Sep 7, 2022, 10:22 AM IST

India Corona, ଦେଶରେ ୫ ହଜାର ଉପରେ ସଂକ୍ରମଣ
India Corona, ଦେଶରେ ୫ ହଜାର ଉପରେ ସଂକ୍ରମଣ

ଦେଶରେ କମୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 5,379 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କୋରୋନା ସଂକ୍ରମଣ । ବିଗତ କିଛି ଦିନ ହେଲା ଦୈନିକ 10 ହଜାରରୁ କମ୍ ପଜିଟିଭ ମାମଲା ଚିହ୍ନଟ ହେଉଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 5,379 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 5,379 fresh Covid Cases) । ଗତକାଲି ଏହି ସଂଖ୍ୟା 4,417 ଥିଲା । ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ, ଅନ୍ୟପଟେ ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ 7,094 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା 4,38,93,590ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry) ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 50,594ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 1.67% ରହିଛି ଏବଂ ସାପ୍ତାହିକ ପଜିଟିଭ ହାର 2.00%କୁ ହ୍ରାସ ପାଇଛି । ଏବେସୁଦ୍ଧା ଦେଶରେ 88.80 କୋଟି କୋରୋନା ଟେଷ୍ଟିଂ କରାଯାଇଛି । ଗତ 24 ଘଣ୍ଟାରେ 3,21,917 ଟେଷ୍ଟିଂ ହୋଇଛି । ଆଜି ପର୍ଯ୍ୟନ୍ତ 5,28,057 ହଜାର କୋରୋନା ସଂକ୍ରମିତ(Corona Positive) ପ୍ରାଣ ହରାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: କଳାହାଣ୍ଡିରେ ଥମୁନି ଡାଇରିଆ, ପୁଣି 2 ଜଣଙ୍କ ମୃତ୍ୟୁ

ଦେଶବ୍ୟାପୀ କୋରୋନା ଟୀକାକରଣ ଅଭିଯାନରେ ଭାରତ ମାଇଲଖୁଣ୍ଟ ଅତିକ୍ରମ କରିଛି । ସାରା ଦେଶରେ ଆଜି ପର୍ଯ୍ୟନ୍ତ 213 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 18,81,319 ଜଣଙ୍କୁ ଟିକା ଦିଆଯାଇଛି । ଏବେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯାଉଛି । ପ୍ରତିଦିନ ଦେଶରେ 22 ଲକ୍ଷରୁ ଅଧିକ ବୁଷ୍ଟର ଡୋଜ ଦିଆଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା(Manuskh mandaviya) ସୂଚନା ଦେଇଛନ୍ତି । କୋଭିଡ ଟୀକାକରଣ ଅଭିଯାନକୁ ଆହୁରି ସଫଳ କରିବା ଉଦ୍ଦେଶ୍ୟରେ ଜୁଲାଇ 15ରୁ 'କୋଭିଡ ଭ୍ୟାକ୍ସିନ ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହାକି ସେପ୍ଟେମ୍ବର 30 ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ 18 ବର୍ଷ ଏବଂ 75 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମାଗଣା ବୁଷ୍ଟର ଡୋଜ୍ ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.