ETV Bharat / state

କଳାହାଣ୍ଡିରେ ଥମୁନି ଡାଇରିଆ, ପୁଣି 2 ଜଣଙ୍କ ମୃତ୍ୟୁ

author img

By

Published : Sep 7, 2022, 8:48 AM IST

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ଥମୁନି ଡାଇରିଆ । ଏକ ମାସ ମଧ୍ୟରେ 71 ଜଣ ଆକ୍ରାନ୍ତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

diarrhea outbreak in thuamul rampur kalahandi
କଳାହାଣ୍ଡିରେ ଥମୁନି ଡାଇରିଆ: ପୁଣି 2 ଜଣଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ । ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ଡାଇରିଆ ବ୍ୟାପିବାରେ ଲାଗିଛି । ଏବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି । ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଓ ଜନ ସଚେତନତା ଅଭାବରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି ।

କଳାହାଣ୍ଡିରେ ଥମୁନି ଡାଇରିଆ

ସରକାରୀ ତଥ୍ୟ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ବିଗତ ଏକ ମାସ ୭୧ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବା ବେଳେ ମଙ୍ଗଳବାର ସୁଦ୍ଧା ଜିଲ୍ଲାର ବିଭିନ୍ନ ମେଡ଼ିକାଲରେ ୧୮ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୁଣି ୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେପଟେ ଗାଁ ଗାଁରେ ଡାକ୍ତରୀ ଟିମ ପହଞ୍ଚି ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହ ସଚେତନ ମଧ୍ୟ କରାଯାଉଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, " ଜିଲ୍ଲାରେ ବର୍ତ୍ତମାନ କେବଳ ଥୁଆମୂଳ ରାମପୁର ବ୍ଲକରେ ସଂକ୍ରମଣ ବଢୁଛି (Diarrhea outbreak in Thuamul Rampur) । ସ୍ବାସ୍ଥ୍ୟ ବିଭାଗର ଟିମ ପ୍ରତି ଦିନ ଗାଁ ବୁଲୁଛନ୍ତି ଏବଂ କ୍ୟାମ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେଣୁ ସେମାନେ ଘର ଘର ବୁଲି ଯାଞ୍ଚ କରୁଛନ୍ତି । ଯେହେତୁ ନୂଆଁଖାଇ ପର୍ବ ଯାଇଛି, ଲୋକଙ୍କ ଖାଇବା ପିଇବା ନେଇ ସମସ୍ୟା ଦେଖାଦେଉଛି । ବିଶେଷ ଭାବରେ ଉକ୍ତ ଗ୍ରାମମାନଙ୍କରେ ପାନୀୟ ଜଳ ଉତ୍କଟ ଦେଖାଦେଇଛି । କେତେକ ଲୋକ ଝରଣା ପାଣି ବ୍ୟବହାର କରୁଛନ୍ତି । ଯାହା ଫଳରେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ଡାଇରିଆରେ ପୁଣି ୩ ଜଣଙ୍କ ମୃତ୍ୟୁ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ଗତ ଅଗଷ୍ଟ 29 ତାରିଖରୁ 5 ତାରିଖ ମଧ୍ୟରେ 61 ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିଭଳି ମଙ୍ଗଳବାର ଆଉ 10 ଜଣ ରୋଗୀ ଡାଇରିଆ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ରଞ୍ଜନ ମିତ୍ର । ବର୍ତ୍ତମାନ ପରିସ୍ଥିତିରେ କେବଳ 18 ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ରଞ୍ଜନ ମିତ୍ର କେନ୍ଦୁପଡା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମେଡ଼ିକାଲ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହାସହ ସ୍ବାସ୍ଥ୍ୟ ବିଭାଗ ସହ ମଧ୍ୟ ଆଲୋଚନା କରି ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଲାଞ୍ଜିଗଡ଼ ବିଧାୟକ ମଧ୍ୟ କେନ୍ଦୁପଡା, ବଡ଼ ଛତ୍ରଙ୍ଗ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.