ETV Bharat / bharat

ସୁଦୃଢ ହେବ ସୀମା ସୁରକ୍ଷା: ପାକିସ୍ତାନ ଓ ବାଂଲାଦେଶ ସୀମାରେ ନିର୍ମାଣ ହେବ 509 ଅତ୍ଯାଧୁନିକ ଆଉଟପୋଷ୍ଟ

author img

By ETV Bharat Odisha Team

Published : Oct 10, 2023, 4:17 PM IST

ପାକିସ୍ତାନ ଓ ବାଂଲାଦେଶ ସୀମାରେ ନିର୍ମାଣ ହେବ 509ଟି ଅତ୍ୟାଧୁନିକ ବର୍ଡର ଆଉଟ ପୋଷ୍ଟ । ରହିବ ଯବାନ ବାରାକ, ଅସ୍ତ୍ରାଗାର ଓ ଓ୍ବେରଲେସ ରୁମ୍‌ ପରି ସୁବିଧା । ପ୍ରଭାବୀ ହେବ ପାଟ୍ରୋଲିଂ। ଅଧିକ ପଢନ୍ତୁ

ସୁଦୃଢ ହେବ ସୀମା ସୁରକ୍ଷା: ପାକିସ୍ତାନ ଓ ବାଂଲାଦେଶ ସୀମାରେ ନିର୍ମାଣ ହେବ 509 ଆଉଟପୋଷ୍ଟ
ସୁଦୃଢ ହେବ ସୀମା ସୁରକ୍ଷା: ପାକିସ୍ତାନ ଓ ବାଂଲାଦେଶ ସୀମାରେ ନିର୍ମାଣ ହେବ 509 ଆଉଟପୋଷ୍ଟ

ନୂଆଦିଲ୍ଲୀ: ସୀମା ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ଉଭୟ ଇଣ୍ଡୋ-ପାକିସ୍ତାନ ଓ ଇଣ୍ଡୋ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ନିର୍ମାଣ ହେବ 509ଟି ଅତ୍ୟାଧୁନିକ ବର୍ଡର ଆଉଟପୋଷ୍ଟ ବା (ସୀମାଚୌକି) । ଏନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି । ସୀମାର ଅନୁପ୍ରବେଶ, ଆତଙ୍କୀ ଗିତିବିଧି, ସୀମାପାର ନିଶା କାରବାର ଓ ଅପରାଧ, ମାନବ ଚାଲାଣ ପରି ଅପରାଧକୁ ରୋକିବା ସହ ସୀମା ସୁରକ୍ଷାକୁ ଅଧିକ ସୁଦୃଢ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପ୍ରସ୍ତାବିତ ମୋଟ 509ଟି ବର୍ଡର ଆଉଟ୍‌ ପୋଷ୍ଟ ମଧ୍ୟରୁ ସର୍ବାଧିକ 383ଟି ପୋଷ୍ଟ ଭାରତ-ବାଂଲାଦେଶ ସୀମାରେ ନିର୍ମାଣ ହେବ । ଅବଶିଷ୍ଟ 126ଟି ପୋଷ୍ଟ ଭାରତ-ପାକିସ୍ତାନ ସୀମାରେ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପୋଷ୍ଟ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହେଲେ ଏହା ସୀମା ସୁରକ୍ଷା ବଳ (ବିଏସଏଫ) ନିଜର ପାଟ୍ରୋଲିଂକୁ ଅଧିକ କ୍ରିୟାଶୀଳ ଓ ପ୍ରଭାବୀ ମଧ୍ୟ କରିପାରିବ । ନିର୍ମାଣ ହେବାକୁ ଥିବା ଏହି ପୋଷ୍ଟରେ କେବଳ ପାଟ୍ରୋଲିଂ ସୁବିଧା ନୁହେଁ ବରଂ ଏକାଧିକ ସାମରିକ ଭିତ୍ତିଭୂମି ସହ ବିକଶିତ ହେବ । ଏଠାରେ ଲଜିଷ୍ଟିକ ସପୋର୍ଟ, କମ୍ବାଟ ଫଙ୍କ୍‌ସନ୍‌, ଅତ୍ୟାଧୁନିକ ଉପକରଣ ମଧ୍ୟ ମହଜୁଦ ରହିବ । ଯାହା ଯେକୌଣସି ମିଶନକୁ ସଫଳତାର ସହ ରୂପ ଦେଇପାରିବ ।

ତେବେ ଏହି ଅତ୍ୟାଧୁନିକ ବର୍ଡର ଆଉଟ ପୋଷ୍ଟରେ ଗୋଟିଏ ଯବାନ ବାରାକ, ଗୋଟିଏ କିଚେନ, ଗୋଟିଏ ଡାଇନିଂ ହଲ, ସେନା ଗାଡି ମରାମତି ପାଇଁ ଗ୍ୟାରେଜ, ଯୋଗାଯୋଗ ପାଇଁ ୱାୟର ଲେସ୍‌(wire less) ରୁମ୍‌, ଗୋଟିଏ ଅସ୍ତ୍ରାଗାର ଓ ଆକ୍ରମଣ ପ୍ରତିରୋଧୀ କ୍ଷମତା ସହ 6ଟି ସିମେଣ୍ଟ ବଙ୍କର ବା ସୁଡ଼ଙ୍ଗ ମଧ୍ୟ ରହିବ । ଯାହାକି କୌଣସି ସ୍ଥିତିରେ ସୀମା ସୁରକ୍ଷା ବଳକୁ ବଡ଼ ଅପରେସନ କରିବାକୁ ସମସ୍ତ ସମ୍ବଳ ଓ ସାମର୍ଥ୍ଯ ଯୋଗାଇବ । ଖବର ମିଳିବା ମାତ୍ରେ କୌଣସି ଆତଙ୍କୀ କିମ୍ବା ଦେଶବିରୋଧୀ ଗିତିବିଧିକୁ ବିଏସଏଫ ଅବିଳମ୍ବେ ମୁକାବିଲା କରିପାରିବ ।

ଏହା ମଧ୍ୟ ପଢନ୍ତୁ :- Israel-Gaza War: ମୋଦିଙ୍କୁ କଲ୍‌ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଯୁଦ୍ଧ ସ୍ଥିତି ନେଇ କଲେ ଅବଗତ

ଭାରତ ପାକିସ୍ତାନ ମଧ୍ୟରେ ମୋଟ 3,323 କିମି ଅନ୍ତର୍ଜାତୀୟ ସୀମା ରହିଥିବା ବେଳେ ପୂର୍ବରେ ବାଂଲାଦେଶ ସହ ମୋଟ 4,096 କିମି ଅନ୍ତର୍ଜାତୀୟ ସୀମା ରହିଛି । ଯାହାକି ସର୍ବାଧିକ ମଧ୍ୟ । ଭାରତ ପାକିସ୍ତାନ ଓ ଭାରତ ବାଂଲାଦେଶ ସୀମା ସୁରକ୍ଷାର ଦାୟିତ୍ୱ ଭାରତୀୟ ସୀମା ସୁରକ୍ଷା ବଳ (BSF) ଉପରେ ନ୍ୟସ୍ତ ରହିଛି । ସେହିପରି ଇଣ୍ଡୋ-ଚୀନ ସୀମାରେ ଇଣ୍ଡୋ-ତିବ୍ବତ ବର୍ଡର ପୋଲିସ (ITBP) ନିୟୋଜିତ ରହିଛି । ସେହିପରି ନେପାଳ ଓ ଭୁଟାନ ସଂଲଗ୍ନ ସୀମା ସୁରକ୍ଷା ସଶସ୍ତ୍ର ସୀମା ବଳ (SSB) ଦାୟିତ୍ବରେ ରହିଛି । 2023 ବାର୍ଷୀକ ରିପୋର୍ଟରେ ଗୃହ ମନ୍ତ୍ରଣାଳୟ ଦର୍ଶାଇଛି ଯେ, ଭାରତ ପାକିସ୍ତାନ ସୀମା ମଧ୍ୟରେ ମୋଟ 736 ବର୍ଡର ଆଉଟ ପୋଷ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । ସେଥିମଧ୍ୟରୁ 675ଟିର ନିର୍ମାଣକାର୍ଯ୍ୟ ଶେଷ ହୋଇଛି । ଅବଷିଷ୍ଟର 30ଟି ପୋଷ୍ଟର ନିର୍ମାଣ କାର୍ଯ୍ୟ 2025 ସୁଦ୍ଧା ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.