ETV Bharat / bharat

Israel-Gaza War: ମୋଦିଙ୍କୁ କଲ୍‌ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଯୁଦ୍ଧ ସ୍ଥିତି ନେଇ କଲେ ଅବଗତ

author img

By ETV Bharat Odisha Team

Published : Oct 10, 2023, 3:19 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଲ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତିନ୍ୟାହୁ । ଯୁଦ୍ଧ ସ୍ଥିତି ନେଇ କଲେ ଅବଗତ । ଅଧିକ ପଢନ୍ତୁ

Israel-Gaza War: ପ୍ରଧାନମନ୍ତ୍ରୀଙ୍କୁ କଲ କଲେ ନେତିନ୍ୟାହୁ, ଯୁଦ୍ଧ ସ୍ଥିତି ନେଇ କଲେ ଅବଗତ
Israel-Gaza War: ପ୍ରଧାନମନ୍ତ୍ରୀଙ୍କୁ କଲ କଲେ ନେତିନ୍ୟାହୁ, ଯୁଦ୍ଧ ସ୍ଥିତି ନେଇ କଲେ ଅବଗତ

ନୂଆଦିଲ୍ଲୀ: ‘ହମାସ’ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣ ପରେ ଇସ୍ରାଏଲ ଓ ପାଲେଷ୍ଟାଇନ ଅଧିକୃତ ଗାଜା ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତିନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି କଥା ହୋଇଛନ୍ତି । ବର୍ତ୍ତମାନର ସ୍ଥିତି ସମ୍ପର୍କରେ ନେତିନ୍ୟାହୁ ମୋଦିଙ୍କୁ ଅବଗତ କରିଥିବା ସୂଚନା ମିଳିଛି । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ବର୍ତ୍ତମାନର ଯୁଦ୍ଧ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି ।

‘ହମାସ’ ଗୋଷ୍ଠୀର ଆକ୍ରମଣ ପରେ ଶନିବାର ଟ୍ବିଟ କରି ଦୁଖଃ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକ୍ରମଣକୁ ଆତଙ୍କୀ ଆକ୍ରମଣ ଦର୍ଶାଇବା ସହ ପ୍ରଭାବିତଙ୍କ ପ୍ରତି ସମବେଦନା ଜଣାଇଥିଲେ ମୋଦି । ଆକ୍ରମଣ ତାଙ୍କୁ ସ୍ତବ୍ଦ କରିଦେଇଛି ଓ ଏପରି କଠିନ ସ୍ଥିତିରେ ଭାରତ ଇସ୍ରାଏଲ ସହ ରହିଛି ବୋଲି ମଧ୍ୟ ମୋଦି ଟ୍ବିଟରେ ଲେଖିଥିଲେ । ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନିଜେ ଫୋନ କରି ସ୍ଥିତି ସମ୍ପର୍କରେ ମୋଦିଙ୍କୁ ଅବଗତ କରିଛନ୍ତି । ଏହି ଆକ୍ରମଣ ପରେ ବିଭିନ୍ନ ଦେଶ ଏହାକୁ ନିନ୍ଦା କରିବା ସହ ଇସ୍ରାଏଲକୁ ସମର୍ଥନ କରିବା ଆରମ୍ଭ କରିଛନ୍ତି । ଇସ୍ରାଏଲ ଗତ ଦୁଇଦିନ ଧରି ହମାସ ଆତଙ୍କବାଦୀ ଗୋଷ୍ଠୀ ନିୟନ୍ତ୍ରଣରେ ଥିବା ଗାଜା ପଟି ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ।

ଏବେ ଭୂମଧ୍ୟ ସାଗର ଉପକୂଳରେ ଥିବା ‘ହମାସ’ ଗୋଷ୍ଠୀର ନିୟନ୍ତ୍ରଣାଧୀନ ଗାଜା ଷ୍ଟ୍ରିପକୁ ଚାରିପଟୁ ସମ୍ପୂର୍ଣ୍ଣ ଅପରୋଧ କରି ରଖିଛି ଇସ୍ରାଏଲ ସେନା । ରକେଟ ମାଡ଼ ସହ ଏୟାର ଷ୍ଟ୍ରାଇକ ମଧ୍ୟ କରାଯାଉଛି । ଅବରୋଧ ଫଳରେ ଗାଜାରେ ଏବେ ମାନବୀୟ ସଙ୍କଟ ଦେଖିବାକୁ ମିଳିଲାଣି । ଖାଦ୍ୟ, ପାଣି, ବିଜୁଳି ଓ ଇନ୍ଧନ ସଙ୍କଟରେ ଗାଜାବାସୀ ରହିଛନ୍ତି । ଏଇସ୍ରାଏଲର ଘନ ଘନ ଆକ୍ରମଣ ସତ୍ତ୍ବେ ମଧ୍ୟ ପାଲେଷ୍ଟାଇନ୍‌ କର୍ତ୍ତୃପକ୍ଷ ‘ହମାସ’ର ଏହି ଆକ୍ରମଣକୁ ସମର୍ଥନ କରିଛନ୍ତି । ଯାହା ଇସ୍ରାଏଲକୁ ଅଧିକ ଉତକ୍ଷିପ୍ତ କରିଛି ।

ଏହା ମଧ୍ୟ ପଢନ୍ତୁ :-Israel Gaza War: ଇସ୍ରାଏଲକୁ ଏକା ସଙ୍ଗେ ସମର୍ଥନ ଘୋଷଣା କଲେ 5 ରାଷ୍ଟ୍ର

ଆଜି ଏକାସାଙ୍ଗରେ ଏକାଧିକ ୟୁରୋପୀୟ ତଥା ଶକ୍ତିଶାଳୀ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜର୍ମାନୀ ଚାନସେଲର ଓଲଫ ସ୍କୋଲଜ ଓ ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମିଳିତ ଘୋଷଣାନାମାରେ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ଏନେଇ ହ୍ବାଇଟ ହାଉସ ପକ୍ଷରୁ 5 ରାଷ୍ଟ୍ରଙ୍କ ସହମତିରେ ଏକ ମିଳିତ ବିଜ୍ଞପ୍ତି ଜାରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.