ETV Bharat / bharat

India Corona: ଆଜି ୮ ହଜାର ତଳେ କୋରୋନା ସଂକ୍ରମଣ, ୧୧ ମୃତ

author img

By

Published : Apr 18, 2023, 10:52 AM IST

ଦିନକରେ  ୭ ହଜାର ୬୩୩ ନୂଆ ସଂକ୍ରମିତ
ଦିନକରେ ୭ ହଜାର ୬୩୩ ନୂଆ ସଂକ୍ରମିତ

ଦେଶରେ କୋରୋନା ସଂକ୍ରମଣ ହ୍ରାସ । ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୬୩୩ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଖସୁଛି କୋରୋନା ସଂକ୍ରମଣ । ଲଗାତାର ଦ୍ବିତୀୟ ଦିନରେ ସଂକ୍ରମଣ ମାମଲା ୧୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ ହଜାର ୬୩୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ଟିଭ ସଂଖ୍ୟା ୬୧ ହଜାର ୨୩୩କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ହଜାର ୧୫୨ରେ ପହଞ୍ଚିଛି । ୬ହଜାର ୭୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Building Collapses in Karnal: ଭୁଶୁଡିଲା ରାଇସ ମିଲ , 3ମୃତ ଫସିଛନ୍ତି 30

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୪୨,୪୨,୪୭୪ରେ ପହଞ୍ଚିଛି । ବର୍ତ୍ତମାନ ଦୈନିକ ପଜିଟିଭି ରେଟ୍ ୩.୬୨ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭି ରେଟ୍ ୫.୦୪ ପ୍ରତିଶତ ଅଛି । ସେହିପରି ଆକ୍ଟିଭ ମାମଲା ରେଟ୍ ୦.୧୪ ପ୍ରତିଶତ ଏବଂ ସୁସ୍ଥ ହାର ୯୮.୬୮ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୭୪୯ ଜଣ କୋରୋନା ଟିକା ନେଇଛନ୍ତି ଏବଂ ୨,୧୧,୦୨୯ଟି ଟେଷ୍ଟ କରାଯାଇଛି ।

୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୧୧ ଜଣଙ୍କ ମଧ୍ୟରେ ଦିଲ୍ଲୀରୁ ୪ ଜଣ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବରୁ ଜଣେ ଲେଖାଏଁ ଏବଂ କେରଳରୁ ୪ ଜଣ ରହିଛନ୍ତି । କୋଭିଡ ଆରମ୍ଭରୁ ଏ ପର୍ଯ୍ୟନ୍ତ ସମୁଦାୟ ୯୨.୪୩ କୋଟି ଟେଷ୍ଟ କରାଯାଇଥିବା ବେଳେ ୪ କୋଟିରୁ ଅଧିକ ଲୋକ କୋରୋନା ଆକ୍ରାନ୍ତ ହୋଇ ସାରିଛନ୍ତି । ମନ୍ତ୍ରଣାଳୟ ୱେବସାଇଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରେ ୨୨୦.୬୬ କୋଟି ଭ୍ୟାକ୍ସିନ ଡୋଜ ଦିଆଯାଇଛି ।

ପ୍ରକାଶଥାଉ କି, ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ କୋରୋନା ସଂକ୍ରମଣ ପୁଣି ୧୦ ଛୁଇଁଛି । କିଛି ଦିନ ହେଲା ସଂକ୍ରମଣ ମାମଲା ୧୦ ହଜାର ଉପରେ ରହୁଥିଲା । ଯାହାକୁ ନେଇ ଚାରିଆଡେ ଭୟାବହତା ପ୍ରକାଶ ପାଇଥିଲା । ଏହାକୁ ନେଇ କିଛି ରାଜ୍ୟରେ କୋରୋନା କଟକଣା କଡାକଡ଼ି କରାଯାଇ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଆଶ୍ବସ୍ତିକର ବିଷୟ ଯେ, ଦୁଇ ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳକୁ ଖସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.