ETV Bharat / bharat

Building Collapses in Karnal: ଭୁଶୁଡିଲା ରାଇସ ମିଲ , 4ମୃତ ଫସିଛନ୍ତି 25

author img

By

Published : Apr 18, 2023, 10:21 AM IST

Updated : Apr 18, 2023, 12:07 PM IST

ହରିୟାଣା ତାରୱାଡି ସହରରେ ତିନି ମହଲା ବିଶିଷ୍ଚ ରାଇସ ମିଲ। 4ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା।

Etv Bharat
Etv Bharat

ଚଣ୍ଡିଗଡ: କର୍ଣ୍ଣାଲ ଜିଲ୍ଲାର ତାରୱାଡି ସହରରେ ଅଭାବନୀୟ ଘଟଣା। ଭୁଶୁଡିଲା ତିନି ମହଲା ବିଶିଷ୍ଚ ରାଇସ ମିଲ। 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଥିବା ସୂଚନା। ମିଲ ମଧ୍ୟରେ 25 ଜଣ ଶ୍ରମିକ ଫସିରହିଥିବା ଜଣାପଡିଛି । ଭୋର 4ଟା ସମୟରେ ଏପରି ଅଘଟଣ ଘଟିଥିବା କୁହାଯାଉଥିବା ବେଳେ ଏହି ସମୟରେ ମିଲରେ କର୍ମଚାରୀ ମାନେ ଶୋଇପଡିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି।

Building Collapses in Karnal
Building Collapses in Karnal

ସକାଳ ସମୟରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କର୍ଣ୍ଣାଲ ଏସ୍‌ପି ଶଶାଙ୍କ ସାୱାନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଚାଉଳ ମିଲ୍‌ର ମାଲିକଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି । କେଉଁ କାରଣ ଯୋଗୁଁ ଶିବ ଶକ୍ତି ନାମକ ରାଇସ ମିଲ୍‌ର ଛାତ ଭୁଶୁଡି ପଡିଲା ସେନେଇ ସୂଚନା ହସ୍ତଗତ ହୋଇନାହିଁ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ 25ରୁ ଅଧିକ ଶ୍ରମିକ ବର୍ତ୍ତମାନ ସୁଦ୍ଧା ଭଙ୍ଗା ରାଇସ ମିଲ୍‌ ମଧ୍ୟରେ ଫସି ରହିଥିବା କୁହାଯାଉଛି ।

ଏହି ତିନି ମହଲା ବିଶିଷ୍ଟ ରାଇସ୍‌ ମିଲ୍‌ରେ ପ୍ରାୟ 100 ଶ୍ରମିକ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ କିଛି ଶ୍ରମିକ ମିଲ୍‌ରେ କାମ କରିବାକୁ ଯାଇଥିବା ବେଳେ ସେଠାରେ ଶୋଇ ପଡିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ରାଇସ୍‌ ମିଲ୍‌ର ଛାତ ଭୋର 4ଟା ସମୟରେ ହଠାତ୍ ଭୁଶୁଡି ପଡିଥିଲା । ଏପର୍ଯ୍ୟନ୍ତ 18ରୁ 20 ଜଣ ଲୋକ ଆହତ ହୋଇଥିବା କୁହାଯାଉଛି । ଏହି ଘଟଣା ନେଇ ପୋଲିସ ସୂଚନା ପାଇବା ମାତ୍ରେ କର୍ଣ୍ଣଲ ଏସ୍‌ପି ଶଶାଙ୍କ କୁମାର ସାୱାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତ ଶ୍ରମିକଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ପଠାଯାଇଛି ।

ଗତ କିଛିଦିନ ତଳେ ଜମ୍ମୁକାଶ୍ମୀର ଉଧମପୁର ଜିଲ୍ଲାରେ ବୈଶାଖୀ ପର୍ବ ଉତ୍ସବ ବେଳେ ବଡ଼ ଧରଣର ଅଘଟଣ ଘଟିଥିଲା । ଉଧମପୁର ଚେନାନି ବ୍ଲକ୍‌ର ବେନି ସଙ୍ଗମଠାରେ ଫୁଟ୍‌ ବ୍ରିଜ ଭୁଶୁଡିବାରୁ 40 ଜଣଙ୍କୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ଆହତଙ୍କୁ ଚେନାନି ମେଡିକାଲ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚ 23 ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡିବାରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ରହିଥିଲେ । ସମ୍ପର୍କରେ ସେମାନେ ଭାଇ ଭଉଣୀ ହୋଇଥିବା ଜଣାପଡିଥିଲା । ଖବର ପାଇ ପୋଲିସ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

Last Updated :Apr 18, 2023, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.