ETV Bharat / bharat

Omicron Death: ଦେଶର ପ୍ରଥମ ମୁଣ୍ଡ ନେଲା ଓମିକ୍ରନ, ନେଇଥିଲେ ୨ ଟି ଡୋଜ୍

author img

By

Published : Jan 5, 2022, 7:56 PM IST

ଦେଶରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ(India Report 1st Omicron Death) । ରାଜସ୍ଥାନରେ ଜଣେ ୭୨ ବର୍ଷୀୟ ବୟସ୍କଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

Omicron Death: ଦେଶର ପ୍ରଥମ ମୁଣ୍ଡ ନେଲା ଓମିକ୍ରନ, ନେଇଥିଲେ ୨ ଟି ଡୋଜ୍
Omicron Death: ଦେଶର ପ୍ରଥମ ମୁଣ୍ଡ ନେଲା ଓମିକ୍ରନ, ନେଇଥିଲେ ୨ ଟି ଡୋଜ୍

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ(India Report 1st Omicron Death) । ସୁସ୍ଥ ହେବା ପରେ ମଧ୍ୟ ଓମିକ୍ରନରେ ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି । ରାଜସ୍ଥାନ ଲକ୍ଷ୍ମୀନାରାୟଣ ନଗରର ଉଦୟପୁରର ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ଉଭୟ ରାଜସ୍ଥାନ ସରକାର ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୂଚନା ଅନୁଯାୟୀ, ମୃତକ ଜଣକ ଗତ ଡିସେମ୍ବର ୧୫ ରେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କ ନମୂନା ଜିନମ ସିକ୍ବେନ୍ସିଂ ପାଇଁ ପଠା ଯାଇଥିଲେ ମଧ୍ୟ ଡିସେମ୍ବର ୨୧ ରେ ସେ କୋଭିଡ ନେଗେଟିଭ୍ ଚିହ୍ନଟ ହୋଇଥିଲେ । ମାତ୍ର ଡିସେମ୍ବର ୨୫ ରେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଅନ୍ୟପଟେ ତାଙ୍କ ନିକଟରେ ମଧୁମେହ, ଉଚ୍ଚ ରକ୍ତଚାପ ଆଦି ରୋଗ ଥିଲା ।

ଏହା ମଧ୍ୟ ପଢନ୍ତୁ:- Omicron Infection: ରାଜ୍ୟରେ ପୁଣି ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, 61ରେ ପହଞ୍ଚିଲା ସଂଖ୍ୟା

ତେବେ କିଛିଦିନ ତଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହାକୁ ଓମିକ୍ରନଜନିତ ମୃତ୍ୟୁ ବୋଲି ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିଛି । ସବୁଠୁ ବଡ କଥାହେଉଛି କି ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ନଥିଲା କି ସେ ଓମିକ୍ରନ ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିନଥିଲେ । ଏପରିକି ସେ କୋଭିଡ-୧୯ ଭ୍ୟାକ୍ସିନର ୨ଟି ଜାକ ଡୋଜ୍ ନେଇସାରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.