ETV Bharat / city

Omicron Infection: ରାଜ୍ୟରେ ପୁଣି ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, 61ରେ ପହଞ୍ଚିଲା ସଂଖ୍ୟା

author img

By

Published : Jan 5, 2022, 4:43 PM IST

ରାଜ୍ୟରେ ହୁହୁ ହୋଇ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ରାଜ୍ୟରେ ୨୪ ଜଣ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Omicron Infection: ରାଜ୍ୟରେ ପୁଣି ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
Omicron Infection: ରାଜ୍ୟରେ ପୁଣି ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁହୁ ହୋଇ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ରାଜ୍ୟରେ ୨୪ ଜଣ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି । ଏହାପୂର୍ବରୁ ମଧ୍ୟ ଏକାଥରକେ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ବିଦେଶ ଫେରନ୍ତା ରହିଛନ୍ତି । ବାକି ୧୯ ଜଣ ସଂକ୍ରମିତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ପାଇଁ ମୋଟ ୨୧୮ ଜଣଙ୍କ ନମୁନା ନିଆଯାଇଥିଲା ।

ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ପୁଣି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତାରେ ରହିଛି ପ୍ରଶାସନ । ଲୋକଙ୍କୁ ବାରମ୍ବାର କୋଭିଡ ଗାଇଡଲାଇନ ମାନିବାକୁ କୁହାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.