ETV Bharat / bharat

IIT-BHU ଛାତ୍ରୀ ନିର୍ଯାତନା ମାମଲା: 3 ଗିରଫ, ଅଖିଳେଶ କହିଲେ ଅଭିଯୁକ୍ତ ବିଜେପି କର୍ମୀ

author img

By ETV Bharat Odisha Team

Published : Dec 31, 2023, 7:33 PM IST

IIT-BH ଛାତ୍ରୀ ନିର୍ଯାତନା ମାମଲା: 2 ମାସ ପରେ 3 ଗିରଫ, ଅଖିଳେଶ କହିଲେ ଅଭିଯୁକ୍ତ ବିଜେପି କର୍ମୀ
IIT-BH ଛାତ୍ରୀ ନିର୍ଯାତନା ମାମଲା: 2 ମାସ ପରେ 3 ଗିରଫ, ଅଖିଳେଶ କହିଲେ ଅଭିଯୁକ୍ତ ବିଜେପି କର୍ମୀ

IIT-BHU sexual assault case: ଘଟଣାର ଦୁଇମାସ ପରେ 3 ଅଭିଯୁକ୍ତ ଗିରଫ । ଅଖିଳେଶ ଯାଦବ କହିଲେ ବିଜେପି ନେତାଙ୍କ ପୃଷ୍ଠପୋଷକତାରେ ଫେରାର ଥିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ନଭେମ୍ବର ମାସରେ ଉତ୍ତର ପ୍ରଦେଶ ବନାରସ ସ୍ଥିତ IIT-BHU କ୍ଯାମ୍ପସରେ ଛାତ୍ରୀ ନିର୍ଯାତନା ମାମଲାର ଦୀର୍ଘ 2 ମାସ ପରେ 3 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଘଟଣା ପରେ କ୍ୟାମ୍ପସରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ମାତ୍ର ପୋଲିସ ଏତଲା ଗ୍ରହଣ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ କରିଥିଲା । ହେଲେ ଏମାନେ ଦୁଇମାସ ଫେରାର ରହିବା ପରେ ଆଜି ସେମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ କୁନାଲ ପାଣ୍ଡେ, ଅଭିଷେକ ଚୌହାନ ଓ ସକ୍ଷମ ପଟେଲ ବୋଲି ପୋଲିସ କହିଛି । ଏମାନେ ବ୍ୟବହାର କରୁଥିବା ଏକ ମୋଟର ସାଇକେଲକୁ ମଧ୍ୟ ପୋଲିସ ଜବତ କରିଛି ।

  • ये हैं भाजपा के दिग्गज नेताओं की छत्रछाया में सरेआम पनपते और घूमते भाजपाइयों की वो नयी फसल, जिनकी ‘तथाकथित ज़ीरो टॉलरेंस सरकार’ में दिखावटी तलाश जारी है।

    सूचनार्थ : ये भाजपा के सर्वोच्च नेताओं से अभयदान प्राप्त वो भाजपाई हैं जिन पर बनारस हिंदू यूनिवर्सिटी (बीएचयू) में एक छात्रा… pic.twitter.com/2wV7EtnsPr

    — Akhilesh Yadav (@yadavakhilesh) December 31, 2023 " class="align-text-top noRightClick twitterSection" data=" ">

ହେଲେ ଏହି ବିଳମ୍ବିତ କାର୍ଯ୍ୟାନୁଷ୍ଠାନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କଡା ସମାଲୋଚନା କରିଛନ୍ତି । ଅଭିଯୁକ୍ତମାନେ ଭାରତୀୟ ଜନତା ପାର୍ଟିର କର୍ମୀ ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜର ଏକ ଫଟୋ ସେୟାର କରି ଅଖିଳେଶ ଲେଖିଛନ୍ତି, ଅଭିଯୁକ୍ତମାନେ କିଛି ବରିଷ୍ଠ ବିଜେପି ନେତାଙ୍କ ପୃଷ୍ଟପୋଷକତାରେ ଏତେଦିନ ଫେରାର ଥିଲେ । ଅପରାଧ ପ୍ରତି ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ନୀତି କୁଆଡେ ଗଲା ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି ।

କ’ଣ ଥିଲା ପୁରା ଘଟଣା:-

ନଭେମ୍ବର ପହିଲା ଓ 2 ତାରିଖ ମଧ୍ୟରାତ୍ରୀରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ଆଇଆଇଟି କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ସହ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖାଯାଇଥିଲ । କିଛି ଅଣଛାତ୍ର କ୍ୟାମ୍ପସରେ ପଶି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । କ୍ୟାମ୍ପସରେ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗରେ ଆଜି ହଜାର ହଜାର ଛାତ୍ରଛାତ୍ରୀ ଧାରଣା ଦେବା ନାରାବାଜି କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-କାଶ୍ମୀର ବିଛିନ୍ନତାବାଦୀ ସଂଗଠନ ତେହେରିକ-ଇ-ହୁରିୟତକୁ ବ୍ୟାନ ଘୋଷଣା କଲା କେନ୍ଦ୍ର

ପୋଲିସ ପହଞ୍ଚି ସେମାନଙ୍କୁ ଧାରଣା ପ୍ରତ୍ୟାହାର କରିବା ପାଇଁ ବୁଝାସୁଝା କରିବା ବେଳେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ମାମଲା ରୁଜୁ ହୋଇ ଘଟଣାକୁ 2 ମାସ ବିତିଥିବା ବେଳେ ଆଜି ପୋଲିସ 3 ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ଏହାରି ମଧ୍ୟରେ ପୋଲିସର କାର୍ଯ୍ୟଦକ୍ଷତା ଓ ରାଜ୍ୟରେ ଯୋଗୀ ସରକାରଙ୍କ ଅପରାଧ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.