ETV Bharat / bharat

କାଶ୍ମୀର ବିଛିନ୍ନତାବାଦୀ ସଂଗଠନ ତେହେରିକ-ଇ-ହୁରିୟତକୁ ବ୍ୟାନ ଘୋଷଣା କଲା କେନ୍ଦ୍ର

author img

By ETV Bharat Odisha Team

Published : Dec 31, 2023, 4:29 PM IST

Tehreek-e-Hurriyat banned by Centre: କାଶ୍ମୀର ବିଛିନ୍ନତାବାଦୀ ସଂଗଠନ ତେହେରିକ-ଇ-ହୁରିୟତକୁ ବ୍ୟାନ ଘୋଷଣା କଲା କେନ୍ଦ୍ର । ଟ୍ବିଟ କରି ସୂଚନା ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ । ଘାଟିରେ ବିଛିନ୍ନତାବାଦ କାର୍ଯ୍ୟପଳାପରେ ଦଶକରୁ ଥିଲା ଜଡିତ । ଅଧିକ ପଢନ୍ତୁ

କାଶ୍ମୀର ବିଛିନ୍ନତାବାଦୀ ସଂଗଠନ ତେହେରିକ-ଇ-ହୁରିଅତ ବ୍ୟାନ
କାଶ୍ମୀର ବିଛିନ୍ନତାବାଦୀ ସଂଗଠନ ତେହେରିକ-ଇ-ହୁରିଅତ ବ୍ୟାନ

ନୂଆଦିଲ୍ଲୀ: ପାକିସ୍ତାନ ସମର୍ଥିତ ତଥା କାଶ୍ମୀର ବିଛିନ୍ନତାବାଦୀ ସଂଗଠନ ତେହେରିକ-ଇ-ହୁରିୟତକୁ ବ୍ୟାନ ଘୋଷଣା କଲା କେନ୍ଦ୍ର । ଜମ୍ମୁ ଓ କାଶ୍ମୀରରେ ବିଛିନ୍ନତାବାଦ ଓ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତ୍ସାହିତ କରିବା ତଥା ଦେଶ ବିରୋଧୀ କାର୍ଯ୍ୟକଳାପରେ ଏହି ସଂଗଠନ ଗତ କିଛି ଦଶନ୍ଧି ଧରି ଜଡିତ ଥିଲା । ହୁରିଅତ ନେତା ସୟଦ ଅଲ୍ଲୀ ଶାହ ଗିଲାନୀ ଏହାର ନେତୃତ୍ବ ନେଉଥିଲେ । ଆଜି UAPA ଅଧିନିୟମ ଅଧୀନରେ କେନ୍ଦ୍ର ସରକାର ଏହାକୁ ବେଆଇନ ସଂଗଠନ ଘୋଷଣା କରିବା ସହ ଏହାର ସମସ୍ତ କାର୍ଯ୍ୟପଳାପ ଉପରେ ବ୍ୟାନ ଘୋଷଣା କରିଥିବା ଟ୍ବିଟ୍‌ କରି କେନ୍ଦ୍ର ଗୃହମନ୍ତ୍ରୀ ଶାହ ସୂଚନା ଦେଇଛନ୍ତି।

  • The ‘Tehreek-e-Hurriyat, J&K (TeH) has been declared an 'Unlawful Association' under UAPA.
    The outfit is involved in forbidden activities to separate J&K from India and establish Islamic rule. The group is found spreading anti-India propaganda and continuing terror activities to…

    — Amit Shah (@AmitShah) December 31, 2023 " class="align-text-top noRightClick twitterSection" data=" ">

କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗୃହମନ୍ତ୍ରୀ ଶାହ ଟ୍ବିଟ୍‌ କରି ଲେଖିଛନ୍ତି,"ପୃଥକ କାଶ୍ମୀର ନାମରେ ଭାରତ ବିରୋଧୀ ପ୍ରୋପାଗଣ୍ଡା ମାଧ୍ୟମରେ କାଶ୍ମୀରରେ ଏହି ସଂଗଠନ ବିଚ୍ଛନ୍ନତାବାଦ ଓ ଆତଙ୍କବାଦକୁ ପ୍ରତ୍ସାହିତ କରିଆସୁଥିଲା । ଏହି ସଂଗଠନ କାଶ୍ମୀରର ଇସଲାମିକ ଆଇନ ଲାଗୁ କରିବା ପାଇଁ ବିଭିନ୍ନ କାର୍ଯ୍ୟକଳାପ ଜାରି ରଖିଥିଲା । UAPA ଅଧୀନରେ 'ତେହେରିକ-ଇ-ହୁରିୟତ (TeH)କୁ ବେଆଇନ ସଙ୍ଗଠନ ଘୋଷିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତଙ୍କବାଦ ପ୍ରତି ଶୂନ୍ୟ-ସହନଶୀଳତା ନୀତି ଅନୁଯାୟୀ, ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବା କୌଣସି ବ୍ୟକ୍ତିବିଶେଷ କିମ୍ବା ସଂଗଠନ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ପାକିସ୍ତାନ ସମର୍ଥିତ ଏହି ଭାରତ ବିରୋଧୀ ସଂଗଠନ ଘାଟିରେ ଆତଙ୍କବାଦକୁ ପ୍ରତ୍ସାହିତ କରିବା, ସୁରକ୍ଷା ବଳ ଉପରେ ଆକ୍ରମଣ ଓ ପଥରମାଡ଼ ଘଟଣାରେ ବଡ଼ ଭୂମିକା ଗ୍ରହଣ କରିଆସୁଥିଲା । ଘାଟିରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ ନିପାତ ହେଉଥିବା ଆତଙ୍କବାଦୀଙ୍କୁ ଏହି ସଂଗଠନ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ବତନ୍ତ୍ର କାଶ୍ମୀର ଆନ୍ଦୋଳନର ଶହୀଦ ବୋଲି ମଧ୍ୟ ବିବେଚନା କରୁଥିଲା । ଘାଟିରେ ଆତଙ୍କବାଦୀଙ୍କୁ ମୃତଦେହକୁ ଶୋଭାଯାତ୍ରା ଆୟୋଜନ କରିବାରେ ମଧ୍ୟ ଏହି ସଂଗଠନର ଭୂମିକା ଥିଲା । ବର୍ଷ 2021 ରେ ଏହାର ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ମୃତ୍ୟୁ ହୋଇଥିଲା । ଗିଲାନୀଙ୍କ ମୃତ୍ୟୁର ଶୋକ ମଧ୍ୟ ପାକିସ୍ତାନରେ ପାଳିତ ହୋଇଥିଲା । ତେବେ ଆଜି କେନ୍ଦ୍ର ସରକାର ଏହାକୁ ବ୍ୟାନ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ; ଭାରତ ଉଦ୍ଭାବନର ହବ୍ ପାଲଟିଛି କହିଲେ ମୋଦି

ଗତବର୍ଷ ଅନ୍ୟତମ ଭାରତ ବିରୋଧୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ମଧ୍ୟ କେନ୍ଦ୍ର ସରକାର ବ୍ୟାନ ଘୋଷଣା କରିଥିଲେ । ସମଗ୍ର ଦେଶରେ ବିଭିନ୍ନ ରାଜ୍ୟରେ ଥିବା ପିଏଫଆଇ ଶାଖା ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢ଼ାଉ କରିଥିଲା । ବିଦେଶୀ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଅଭିଯୋଗରେ ଏକାଧିକ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିବା ପରେ ସଂଗଠନକୁ ବ୍ୟାନ ଘୋଷଣା କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ବିଦେଶୀ ଆତଙ୍କୀ ସଂଗଠନ ପାଇଁ ସଦସ୍ୟ ସଂଗ୍ରହ କରିବା, ଭାରତ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଏକାଧିକ ପିଏଫଆଇ ନେତା ଏବେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.