ETV Bharat / bharat

ଆଉ ଜଣେ ଜ୍ୟୋତି ମୌର୍ଯ୍ୟ ! ସବୁ ଛାଡ଼ି ପ୍ରେମିକ ସହ ଫେରାର ମହିଳା

author img

By ETV Bharat Odisha Team

Published : Oct 3, 2023, 10:49 PM IST

Updated : Oct 4, 2023, 6:46 AM IST

ପାଠ ପଢାଉଥିବା ସ୍ବାମୀକୁ ଛାଡି ପ୍ରେମିକ ସହ ଫେରାର ପତ୍ନୀ । ଝାଡ଼ଖଣ୍ଡରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ

love affair in Godda
love affair in Godda

ରାଞ୍ଚି: ପତ୍ନୀ, ପାଠପଢା ଓ ପ୍ରେମ । ପାଠ ପଢାଇଥିବା ସ୍ବାମୀକୁ ଛାଡ଼ି ପ୍ରେମିକ ସାଙ୍ଗରେ ପତ୍ନୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣି ଉତ୍ତରପ୍ରଦେଶ ଜ୍ୟୋତି ମୌର୍ଯ୍ୟ ଘଟଣାକୁ ମନେ ପକାଇଛନ୍ତି ଲୋକେ । ଫରକ କେବଳ ଏତିକି ଏଠାରେ ଫେରାର ଥିବା ମହିଳା ଜଣକ ଚାକିରି କରିନାହାନ୍ତି । ପତ୍ନୀ ପ୍ରେମିକ ସାଙ୍ଗରେ ଫେରାର ହୋଇଯିବା ପରେ ଏବେ ଥାନାର ଦ୍ବାରସ୍ଥ ସ୍ବାମୀ । ଏଭଳି ଏକ ଘଟଣା ଝାଡ଼ଖଣ୍ଡ ଗୌଡା ଜିଲ୍ଲାରେ ଦେଖିବାକୁ ମିଳିଛି ।

ଏହି ଘଟଣା ଗତ ସେପ୍ଟେମ୍ବର 19 ତାରିଖର ବୋଲି ଜଣାପଡ଼ିଛି । ସ୍ବାମୀର ଅଭିଯୋଗ ଅନୁସାରେ ମହିଳା ଜଣକ ନିଜ ବାପ ଘରକୁ ଯିବା ଲାଗି କହିଥିଲେ । ଏହାପରେ ଯେତେବେଳେ ବାପ ଘରେ ପହଞ୍ଚିନଥିଲେ ସେତେବେଳେ ପରିବାର ପକ୍ଷରୁ ଗୌଡା ନିଗର ଥାନାରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ଜଣାପଡ଼ିଲା ଯେ ମହିଳା ଜଣକ ସେହି ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଛନ୍ତି ।

ଏହା ବି ପଢନ୍ତୁ- ଆଉ ଜଣେ ଜ୍ୟୋତି ମୌର୍ଯ୍ୟ, CHO ହେବା ପରେ ସ୍ବାମୀଙ୍କୁ ଧୋକା !

ସ୍ବାମୀଙ୍କ ଅଭିଯୋଗ ଅନୁସାରେ ସେ ପ୍ରେମିକ ସହିତ ଦିଲ୍ଲୀ ପଳାଇଛନ୍ତି । ଏବେ ଫେରାର ମହିଳା ପ୍ରେମିକ ସହିତ ବିବାହ କରିବା ପରେ ଏହାର ଫଟୋ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଥମ ସ୍ବାମୀଙ୍କୁ ପଠାଇଛନ୍ତି । ସ୍ବାମୀଙ୍କ ଅଭିଯୋଗ ସେ ମୁଲିଆ କାମ କରି ନିଜ ପତ୍ନୀକୁ ପାଠ ପଢାଉଥିଲେ। ମହିଳା ଜଣକ ନର୍ସଂ କଲେଜରେ ଆଡମିଶନ ନେଇ ପାଠ ପଢୁଥିଲେ । ଗତ 2020 ମସିହା ନଭେମ୍ବରରେ ଉଭୟଙ୍କ ବିବାହ ହୋଇଥିଲା ।

ଏହା ବି ପଢନ୍ତୁ- ଜ୍ୟୋତି ମୌର୍ଯ୍ୟଙ୍କ ମାମଲାରେ ନାଟକୀୟ ଟ୍ବିଟ୍‌, ଅଭିଯୋଗ ପ୍ରତ୍ୟାହାର କଲେ ସ୍ବାମୀ ଆଲୋକ

ବିବାହ ପରେ ପତ୍ନୀକୁ ପାଠ ପଢାଇଥିଲେ ସ୍ବାମୀ । ଗୌଡା ଶକୁନ୍ତଳା ନର୍ସିଂ କଲେଜରେ ସେ ପାଠ ପଢୁଥିଲେ । ସ୍ବାମୀ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଋଣ କରି ପତ୍ନୀକୁ ପାଠ ପଢାଉଥିଲେ । ଏପରିକି ଫେରାର ମହିଳା ଜଣକ ସେଠାରେ ହଷ୍ଟେଲରେ ରହୁଥିଲେ । ଆଉ କିଛି ଦିନ ଫରେ ଶେଷ ପରୀକ୍ଷା ଥିବା ବେଳେ ଏହା ପୂର୍ବରୁ ସ୍ବାମୀକୁ ଛାଡ଼ି ମହିଳା ଜଣକ ପ୍ରେମିକ ସହ ଫେରାର ହୋଇୟାଇଛନ୍ତି । ଅନ୍ୟପଟେ ପ୍ରେମିକ ବେରୋଜଗାର ଥିବା ସୂଚନା ମିଳିଛି । ଅଭିଯୋଗ ହେବା ପରେ ପୋଲିସ ମହିଳାଙ୍କୁ ଖୋଜାଖୋଜି କରୁଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 4, 2023, 6:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.