ETV Bharat / bharat

ଜ୍ୟୋତି ମୌର୍ଯ୍ୟଙ୍କ ମାମଲାରେ ନାଟକୀୟ ଟ୍ବିଟ୍‌, ଅଭିଯୋଗ ପ୍ରତ୍ୟାହାର କଲେ ସ୍ବାମୀ ଆଲୋକ

author img

By ETV Bharat Odisha Team

Published : Aug 28, 2023, 9:52 PM IST

ବହୁଚର୍ଚ୍ଚିତ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କ ମାମଲାରେ ନାଟକୀୟ ଟ୍ବିଷ୍ଟ୍‌ । ମାମଲା ପ୍ରତ୍ୟାହାର କଲେ ସ୍ବାମୀ । ଅସ୍ପଷ୍ଟ କାରଣ ସୃଷ୍ଟି କଲା ଏକାଧିକ ଚର୍ଚ୍ଚା । ଅଧିକ ପଢନ୍ତୁ

ଜ୍ୟୋତି ମୋର୍ଯ୍ୟଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲା ସ୍ବାମୀ
ଜ୍ୟୋତି ମୋର୍ଯ୍ୟଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲା ସ୍ବାମୀ

ଲକ୍ଷ୍ନୌ: ବହୁଚର୍ଚ୍ଚିତ ପ୍ରଶାସନିକ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଓ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟର ଜାରି ରହିଥିବା ବିବାଦ ମାମଲାରେ ଏକ ରୋଚକମୋଡ ଦେଖିବାକୁ ମିଳିଛି । ଜ୍ୟୋତିଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆଣିଥିବା ସ୍ବାମୀ ଆଲୋକ ମୌର୍ଯ୍ୟ ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି । ତେବେ ଏପରି ୟୁଟର୍ଣ୍ଣ ସମ୍ପର୍କରେ ସ୍ବାମୀ ଆଲୋକ କୌଣସି ନିର୍ଦ୍ଦିଷ୍ଟ କାରଣ ମଧ୍ୟ ଦର୍ଶାଇନାହାନ୍ତି । ଯାହା ପୁଣି ବିଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଇଛି ।

ଏକ ନାଟକୀୟ ଘଟଣାକ୍ରମରେ ଆଜି ସକାଳେ ସ୍ବାମୀ ଆଲୋକ ହଠାତ ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପତ୍ନୀ ଜ୍ଯୋତିଙ୍କ ନାମରେ କରିଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ଦରଖାସ୍ତ ଦେଇଥିଲେ । ତେବେ ଏହି ଘଟଣା ଜଣାପଡିବା ପରେ ଗଣମାଧ୍ୟମ ପ୍ରତିନିଧି କମିଶନରଙ୍କ କାର୍ଯ୍ୟାଳୟରେ ଭିଡ ଜମାଇଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନରେ କୌଣସି ସିଧା ଉତ୍ତର ରଖିନଥିଲେ ଆଲୋକ । କେବଳ ସେ, ବହୁଥର ଚିନ୍ତା କରିବା ପରେ ଅଭିଯୋଗ ପ୍ରତ୍ୟାହର କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଥିଲେ । ତେବେ ଆଲୋକଙ୍କ ଏପରି ହଠାତ ନିଷ୍ପତ୍ତିରେ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି । କିଛି ଭିତିରି ବୁଝାମଣା ନା ଚାପରେ ଆଲୋକ ମାମଲା ପ୍ରତ୍ୟାହାର କଲେ ତାହା ଏପର୍ଯ୍ଯନ୍ତ ଚର୍ଚ୍ଚା ରହିଛି ।

ତେବେ ପ୍ରଥମେ ସ୍ବାମୀ ଆଲୋକଙ୍କ ଅଭିଯୋଗ ଆସିବା ପରେ ଜ୍ୟୋତି ମଧ୍ୟ ପାଲଟା ଅଭିଯୋଗ କରିଥିଲେ । ଉଭୟ ପକ୍ଷରୁ ପରସ୍ପର ଉପରେ ଏକାଧିକ ସଙ୍ଗୀନ ଅଭିଯୋଗ କରାଯାଇଥିଲା । ଆଲୋକ ଜ୍ୟୋତିଙ୍କୁ ଦୁର୍ନୀତିରେ ସମ୍ପୃକ୍ତ ଥିବା ଓ ଅନ୍ୟ ଜଣେ ଅଧିକାରୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ । ଜ୍ୟୋତି ମଧ୍ୟ ଧୁମଙ୍ଗଞ୍ଜ ପୋଲିସ ଷ୍ଟେସନରେ ସ୍ବାମୀ ଆଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଦାୟର କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-SDM ଜ୍ୟୋତି ମୌର୍ଯ୍ୟଙ୍କ ବଡ଼ ଯାଆ ଶାଶୁଘର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ, ବଢ଼ିଲା ଆଲୋକଙ୍କ ଅଡୁଆ

ତେବେ ଜ୍ଯୋତି ଉତ୍ତର ପ୍ରଦେଶ ପ୍ରଶାସନର ଜଣେ ପ୍ରଶାନିକ ଅଧିକାରୀ ହୋଇଥିବା ବେଳେ ସ୍ବାମୀ ଅଲୋକ ପିରମଳ ବିଭାଗରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି । ଆଲୋକଙ୍କ ଅଭିଯୋଗ ଅନୁସାରେ ସେ ବହୁ ପରିଶ୍ରମ କରି ଜ୍ୟୋତିଙ୍କୁ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତିରେ ସମସ୍ତ ସହଯୋଗ କରିଥିଲେ । ହେଲେ ଏଥିରେ ସଫଳ ହେବା ଜ୍ୟୋତିଙ୍କୁ ଏସଡିଏମ ଭାବେ ନିଯୁକ୍ତି ମିଳିଥିଲା । ଏହା ପରେ ତାଙ୍କର ଆଚରଣ ଓ ବ୍ୟବହାର ବଦଳିଯାଇଥିଲା । ସେ ସ୍ବାମୀଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ । ଅନ୍ୟ ଜଣେ ପ୍ରଶାସନିକ ଅଧିକାରୀଙ୍କ ସହ ସମ୍ପର୍କ ରଖିଥିଲେ ।

ପାଲଟା ଜ୍ୟୋତି ମଧ୍ୟ ଧୁମଙ୍ଗଞ୍ଜ ପୋଲିସ ଷ୍ଟେସନରେ ସ୍ବାମୀ ଆଲୋକ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ମାମଲା ଦାୟର କରିଥିଲେ । ତେବେ ଘଟଣାଟି ପ୍ରଘଟ ହେବା ପରେ ସାମାଜିକ ଗଣମାଧ୍ୟମରୁ ଆରମ୍ଭ କରି ସମଗ୍ର ଦେଶରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ବିବାହ ପରେ ପ୍ରଶାସନିକ ଓ ଅନ୍ୟ ସରକାରୀ ନିଯୁକ୍ତି ପାଇଁ କୋଚିଂ ନେଉଥିବା କିଛି ମହିଳାଙ୍କୁ ସେମାନଙ୍କ ସ୍ବାମୀ ଫେରାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.