ETV Bharat / state

ମତଦାନ କେନ୍ଦ୍ରରେ ବିଏଲଓଙ୍କ କାର୍ଯ୍ୟକଳାପକୁ ନେଇ ବର୍ଷିଲେ ଅପରାଜିତା ଷଡ଼ଙ୍ଗୀ - Aparajita Slams BLO Activities

author img

By ETV Bharat Odisha Team

Published : May 25, 2024, 4:34 PM IST

Aparajita Slams BLO Activities: ମତଦାନ କେନ୍ଦ୍ରରେ ବି.ଏଲ.ଓଙ୍କ କାର୍ଯ୍ୟକଳାପକୁ ନେଇ ବର୍ଷିଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ଏନେଇ ସେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ମତଦାନ କେନ୍ଦ୍ରରେ ବିଏଲଓଙ୍କ କାର୍ଯ୍ୟକଳାପକୁ ନେଇ ବର୍ଷିଲେ ଅପରାଜିତା ଷଡ଼ଙ୍ଗୀ
ମତଦାନ କେନ୍ଦ୍ରରେ ବିଏଲଓଙ୍କ କାର୍ଯ୍ୟକଳାପକୁ ନେଇ ବର୍ଷିଲେ ଅପରାଜିତା ଷଡ଼ଙ୍ଗୀ (ETV Bharat Odisha)

ନିଆଳି: ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ବିଧାନସଭା ଆସନରେ ଜାରି ରହିଛି ମତଦାନ । ବାଲିଅନ୍ତା ଥାନା ବାଳକାଟି ପ୍ରତାପଶାସନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମତଦାନ ଚାଲିଥିବା ସମୟରେ ବି.ଏଲ.ଓ କାର୍ଯ୍ୟକୁ ନେଇ ପ୍ରତିବାଦ କରିଛନ୍ତି ଭୁବନେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ଏଥିସହ ସେ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି ।

ମତଦାନ କେନ୍ଦ୍ରରେ ବିଏଲଓଙ୍କ କାର୍ଯ୍ୟକଳାପକୁ ନେଇ ବର୍ଷିଲେ ଅପରାଜିତା ଷଡ଼ଙ୍ଗୀ (ETV Bharat Odisha)

ଅପରାଜିତା ଷଡ଼ଙ୍ଗୀଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବି.ଏଲ.ଓ କୌଣସି ଭୋଟ କେନ୍ଦ୍ରରେ ରହିବା କଥା ନୁହେଁ । ପାଖାପାଖି ୧୦ ପ୍ରତିଶତ ବୁଥ ପରିଦର୍ଶନ କରି ସାରିଲେଣି । ବିଭିନ୍ନ ସ୍ଥାନରେ ବି.ଏଲ.ଓ ମାନେ ବୁଥ ମାନଙ୍କରେ ଲୋକ ମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ୨୦ ବର୍ଷ ତଳେ ମୁଁ ରିଟର୍ଣ୍ଣିଂ ଅଫିସର ଏଭଳି ସିଷ୍ଟମ ଦେଖିନି । ମୁଁ ଜଣେ ପ୍ରାର୍ଥୀ ବୁଥ ଭିତରକୁ ଗଲି ପାଣି ଦେବା ପାଇଁ ଜଣେ ବି.ଏଲ.ଓ ଠିଆ ହୋଇଛନ୍ତି । କେଉଁ ନିୟମ, ନୀତି ଅଛି ବୁଥ କେନ୍ଦ୍ର ଭିତରେ ବି.ଏଲ.ଓ ମାନେ ରହିବେ । ବୁଥ କେନ୍ଦ୍ର ଭିତରେ ଭୋଟର ଏବଂ ପୋଲିଂ ଅଫିସର ରହିବେ ମଝିରେ ମଧ୍ୟସ୍ଥ କାରୀ ଆବଶ୍ୟକତା ଦରକାର ନାହିଁ । କେବଳ ପ୍ରାର୍ଥୀ ବୁଥ ଭିତରକୁ ଯାଇପାରିବେ ଆଉ କେହି ଯାଇପାରିବେ ନାହିଁ । କେଉଁ ପରିସ୍ଥିତିରେ ସାହାଯ୍ୟ କରିବା ନାଁରେ ଏସବୁ କାମ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନେଇ ସୂଚନା ଦେଇଛନ୍ତି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ।

ଏହା ମଧ୍ୟ ପଢନ୍ତୁ: ବୁଥ ରିଗିଂ ଆଶଙ୍କାରେ ସିଇଓଙ୍କୁ ଚିଠି ଲେଖିଲେ ଅପରାଜିତା

ସେହିପରି ଖୋର୍ଦ୍ଧା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ କୁମାର ଜେନା କହିଛନ୍ତି, ‘ବୁଥ ମଧ୍ୟରେ ବି.ଏଲ.ଓ ରହି ଗୋଟିଏ ଦଳକୁ ସାହାଯ୍ୟ କରୁଛନ୍ତି । ଏବଂ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ପ୍ରମୋଟ କରୁଥିଲେ । ଏହା ଠିକ ନୁହେଁ । ଅପରାଜିତା ମ୍ଯାଡାମ ଆସିଲେ ଏବଂ ଦୁଇ ଜଣଙ୍କୁ ବାହାର କରି ଦିଆଗଲା ।’ ଜୟଦେବରେ ଶାସକ ଦଳକୁ ପୋଲିସ ମାନେ ସାହାଯ୍ୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ତାପସ ।


ଏହା ମଧ୍ୟ ପଢନ୍ତୁ: ଜାରି ରହିଛି ମତଦାନ, ଭୁବନେଶ୍ବରରେ ଭୋଟ ଦେଲେ ହେଭିୱେଟ

ଏହା ମଧ୍ୟ ପଢନ୍ତୁ: ଅଟୋରେ ଯାଇ ଭୋଟ ଦେଲେ ଭିକେ ପାଣ୍ଡିଆନ, ଏତିକି ଟଙ୍କା ଗଣିଲେ ଭଡ଼ା


ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.