ETV Bharat / bharat

ଆଉ ଜଣେ ଜ୍ୟୋତି ମୌର୍ଯ୍ୟ, CHO ହେବା ପରେ ସ୍ବାମୀଙ୍କୁ ଧୋକା !

author img

By

Published : Jul 9, 2023, 8:54 PM IST

ଉତ୍ତରପ୍ରଦେଶ ଆଉ ଜଣେ ଜ୍ୟୋତି ମୌର୍ଯ୍ୟ ! ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ହେବା ପରେ ସ୍ବାମୀଙ୍କୁ ଧୋକା ଦେଇଥିବା ଆସିଛି ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଏସଡିଏମ ଜ୍ୟୋତି ମୌର୍ଯ୍ୟ ମାମଲା ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଉତ୍ତରପ୍ରଦେଶ କାନପୁର ଦେହାତ ଅଞ୍ଚଳରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପତ୍ନୀ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ (CHO) ହେବା ପରେ ଦିନ ମଜୁରିଆ ହୋଇ କାମ କରି ପାଠ ପଢାଇଥିବା ସ୍ବାମୀକୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ହେବା ପରେ ମହିଳା ଜଣକ ଅଲଗା ରହୁଥିବା ବେଳେ ଦମ୍ପତିଙ୍କ ମଧ୍ୟରେ ମାରପିଟ ଭଳି ଅଭିଯୋଗ ଆସିଛି । ପୋଲିସ ଏହି ଘଟଣାରେ ଦମ୍ପତିଙ୍କୁ ପଚରାଉଚରା କରିବା ପରେ ସ୍ବାମୀକୁ ହେପାଜତକୁ ନେଇଛି ।

ରସୁଲାବାଦ ଥାନା ଅଞ୍ଚଳର ମୈଥା ଗ୍ରାମବାସୀ ଅର୍ଜୁନ କୁଶବାହା ପୋଲିସକୁ ଦେଇଥିବା ସୂଚନା ଅନୁସାରେ 2017 ମସିହାରେ ଜନପଦ ଦେବାରିଆ ନିବାସୀ ସବିତାଙ୍କ ସହିତ ସେ ବିବାହ କରିଥିଲେ । ବିବାହ ପରେ ସେ ପତ୍ନୀଙ୍କୁ ବିଏସସି ନର୍ସିଂ କୋର୍ସ ଦେଇଥିଲେ । ତେବେ ସେ ଦିନ ମଜୁରିଆ ଭାବେ କାମ କରି ନିଜ ସ୍ତ୍ରୀକୁ ପାଠ ପଢାଇଥିଲେ । ଏହାପରେ ତାଙ୍କ ପତ୍ନୀ ସବିତା ସରକାରୀ ଚାକିରି ପାଇଛନ୍ତି । ସେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଅର୍ଜୁନଙ୍କ ଅଭିଯୋଗ ଅନୁସାରେ ସରକାରୀ ଚାକିରି ପାଇବା ପରେ ପତ୍ନୀ ସବିତା ତାଙ୍କଠାରୁ ଅଲଗା ରହିବା ଆରମ୍ଭ କରିଥିଲେ । ସାଥୀରେ ରହିବା ଲାଗି ସ୍ବାମୀ ଅନେକ ଥର କହିଥିଲେ ମଧ୍ୟ ସବିତା ରାଜି ହେଉନଥିବା ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- SDM Jyoti Case Impact: ବନ୍ଦ ହେଲା UPPSC କୋଚିଂ, 135 ମହିଳାଙ୍କୁ ଘରକୁ ଡାକିଲେ ସ୍ବାମୀ !

ସେପଟେ ପାଲଟା ଅଭିଯୋଗ ଆଣିଛନ୍ତି ପତ୍ନୀ ସବିତା । ଅର୍ଜୁନ ତାଙ୍କ ସହ ରହୁନଥିବା ସେ ଅଭିଯୋଗ କରିଛନ୍ତି । ଅଧିକାଂଶ ସମୟ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜୁଥିବା ବେଳେ ତାଙ୍କୁ ସେ ମାରପିଟ କରନ୍ତି ବୋଲି ସବିତା ଅଭିଯୋଗ ଆଣିଛନ୍ତି । ଏନେଇ ରସୁଲାବାଦ ସିଓ ତନୁ ଉପାଧ୍ୟାୟଙ୍କୁ ବୁଝାମଣା ଲାଗି ଚିଠି ଲେଖିଥିବା ସେ କହିଛନ୍ତି । ଏହି ଚିଠି ପରେ ରସୁଲାବାଦ ପୋଲିସ ଅର୍ଜୁନଙ୍କୁ ହେପାଜତକୁ ନେଇଛି । ସବିତା କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରଧୀନ ରହିଛି ।

କଣ ଜ୍ୟୋତି ମୌର୍ଯ୍ୟଙ୍କ ଘଟଣା ? :- ଉତ୍ତରପ୍ରଦେଶର SDM ଜ୍ୟୋତି ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପାଠ ପଢାଇଥିବା ସ୍ବାମୀକୁ ଛାଡ଼ି ଦେଇଥିବା ଆସିଛି ଅଭିଯୋଗ । ୟୁପି ବରେଲି ଅଞ୍ଚଳର ଜ୍ୟୋତି ମୌର୍ଯ୍ୟ(PCS ଅଧିକାରୀ) ଓ ପ୍ରୟାଗରାଜ ସରକାରୀ ସଫେଇ କର୍ମଚାରୀ ଆଲୋକ ମୌର୍ଯ୍ୟ (ଚତୁର୍ଥ ଶ୍ରେଣୀ କର୍ମଚାରୀ ) ଘଟଣା ଏବେ ଯୁବପୀଢିଙ୍କ ମଧ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗକାରୀ ଆଲୋକ ନିଜ ପତ୍ନୀ ଜ୍ୟୋତିଙ୍କ ବିରୋଧରେ ବିଶ୍ବାସଘାତକତା ଭଳି ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁସାରେ ସେ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ନିଜ ପତ୍ନୀଙ୍କ ପାଠପଢା ଲାଗି ବହୁ ଅର୍ଥ ଖର୍ଚ୍ଚ କରିଥିଲେ । ଆଉ ଜ୍ୟୋତି ପ୍ରଶାସନିକ ଅଧିକାରୀ ହେବା ପରେ ତାଙ୍କୁ ଛାଡ଼ି ଅନ୍ୟ ଜଣକ ସହିତ ସମ୍ପର୍କରେ ରହିଛନ୍ତି । ଏହି ମାମଲାରେ ମଧ୍ୟ ଜ୍ୟୋତି ଆଲୋକଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । 2010 ମସିହା ବିବାହ ସମୟରେ ଆଲୋକ ନିଜକୁ ଗ୍ରାମ ପଞ୍ଚାୟତ ଅଧିକାରୀ ପରିଚୟ ଦେଇ ବିବାହ କରିଥିଲେ । ଏ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଆଲୋକଙ୍କ ପରିବାରର କହିବା କଥା ବିବାହର ଏତେ ଦିନ ପରେ ଜ୍ୟୋତି କାହିଁକି ମୁହଁ ଖୋଲିଲେ ? ପୂର୍ବରୁ କାହିଁକି କିଛି କହୁନଥିଲେ ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.