ETV Bharat / bharat

ଲଖବୀର ସିଂ ଲାଣ୍ଡାକୁ ଆତଙ୍କୀ ଘୋଷଣା କଲା ଭାରତ

author img

By ETV Bharat Odisha Team

Published : Dec 30, 2023, 10:37 AM IST

Updated : Dec 30, 2023, 1:59 PM IST

Lakhbir Singh Landa Declared Terrorist
Lakhbir Singh Landa Declared Terrorist

Lakhbir Singh Landa Declared Terrorist: 34 ବର୍ଷୀୟ ଗ୍ୟାଙ୍ଗଷ୍ଟାର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବାବର ଖାଲାସା ଇଣ୍ଟରନେସନାଲ(ବିକେଆଇ) ନେତା ତଥା ଗ୍ୟାଙ୍ଗଷ୍ଟାର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କରିଲେ ଭାରତ ସରକାର । 34 ବର୍ଷୀୟ ଲାଣ୍ଡା ପଞ୍ଜାବର ତରନ ତାରନ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ସେ ବର୍ତ୍ତମାନ କାନାଡାର ଆଲବର୍ଟାରେ ରହୁଛି । ତେବେ ବେଆଇନ କାର୍ଯ୍ୟକଳାପରେ ତା'ର ସମ୍ପୃକ୍ତି ଯୋଗୁଁ ଭାରତ ସରକାରଙ୍କ ପକ୍ଷରୁ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଖଲିସ୍ତାନ ସମର୍ଥକ କାର୍ଯ୍ୟକଳାପରେ ଲାଣ୍ଡା ଜଡିତ ରହିଥିଲା । ଏହାପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଏନଆଇଏ ତା' ବିରୋଧରେ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । ତେବେ ଗତକାଲି(ଶୁକ୍ରବାର) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଧିସୂଚନା ଜାରି କରି ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କରିଥିଲେ ।

ପାକିସ୍ତାନରୁ ଭାରତ ଆସୁଥିବା ଅସ୍ତ୍ରଶସ୍ତ୍ର ତସ୍କରୀର ମୁଖ୍ୟ ସୂତ୍ରଧାର ଲାଣ୍ଡା: ତେବେ ଶୁକ୍ରବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ପାକିସ୍ତାନରୁ ଭାରତକୁ ଆସୁଥିବା ଅସ୍ତ୍ରଶସ୍ତ୍ର ତସ୍କରୀର ମୁଖ୍ୟ ସୂତ୍ରଧାର ହେଉଛି ଲଖବୀର ସିଂ ଲାଣ୍ଡା । ଏହାସହ ଆଇଡି ଉପକରଣ କାରବାରରେ ମଧ୍ୟ ଲାଣ୍ଡାର ସମ୍ପୃକ୍ତି ରହିଥିଲା । ଲାଣ୍ଡା ବିରୋଧରେ ଏନଆଇଏ ପୂର୍ବରୁ ଅନେକ ମାମଲା ରୁଜୁ କରିସାରିଛି ।

ପଞ୍ଜାବ ଗୁଇନ୍ଦା ବିଭାଗ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଲାଣ୍ଡା: 2022 ମସିହା ମେ' ମାସରେ ପଞ୍ଜାବ ସରକାରଙ୍କ ଗୁଇନ୍ଦା ବିଭାଗ ଉପରେ ରକେଟ୍ ପ୍ରପେଲ୍ଡ ଗ୍ରେନେଡ(ଆରପିଜି) ଆକ୍ରମଣ ହୋଇଥିଲା । ଏହାର ମାଷ୍ଟରମାଇଣ୍ଡ ଲାଣ୍ଡା ରହିଥିବା ନେଇ କୁହାଯାଇଛି । ଏହି ମାମଲାରେ ତା' ବିରୋଧରେ ପଞ୍ଜାବ ପୋଲିସ ଏବଂ ଏନଆଇଏ ମାମଲା ରୁଜୁ କରିଥିଲେ । କିନ୍ତୁ କାନାଡାରେ ଲୁଚି ରହିଥିବା କାରଣରୁ ତାକୁ ଗିରଫ କରିବାରେ ବିଫଳ ହୋଇଥିଲା ପଞ୍ଜାବ ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଫିଟୁଛି କାଶ୍ମୀର ଯୁବକ ବୁଖାରିର ନୁଆ ଲିଙ୍କ୍, ଇନଫର୍ମରରୁ ପାଲଟିଥିଲା ଦେଶ ବିରୋଧୀ

ଖଲିସ୍ତାନ ସମର୍ଥକଙ୍କ ସହ ଜଡିତ ଲାଣ୍ଡା: ପୋଲିସର ସୂଚନା ମୂତାବକ ଗ୍ୟାଙ୍ଗଷ୍ଟାର ଲଖବୀର ସିଂ ଲାଣ୍ଡା କାନାଡାର ପିକେଇ ସହିତ ମଧ୍ୟ ଜଡିତ । ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ଆବଶ୍ୟକ ହେଉଥିବା ଉପକରଣ ଆଇଡି, ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଆଦି ତସ୍କରୀରେ ସାହାଯ୍ୟ କରୁଥିଲା ଲାଣ୍ଡା । ପଞ୍ଜାବ ସହିତ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ସଙ୍ଗଠନ ସ୍ଥାପନ କରିଥିଲା । ନିଶା କାରବାର, ଚୋରି ଇତ୍ୟାଦି ବେଆଇନ କାର୍ଯ୍ୟରେ ତା'ର ସମ୍ପୃକ୍ତି ରହିଥିବା ବେଳେ 2021 ମସିହାରେ ଲଣ୍ଡା ବିରୋଧରେ ଏକ ଲୁକଆଉଟ୍ ସର୍କୁଲାର୍ ଜାରି କରାଯାଇଥିଲା । ତେବେ ଲାଣ୍ଡା ବିଷୟରେ ସୂଚନା ଦେଲେ ପୁରସ୍କାର ରାଶି ଘୋଷଣା କରାଯିବ ବୋଲି ଏନଆଇଏ ପକ୍ଷରୁ ଘୋଷଣା ମଧ୍ୟ କରାଯାଇଥିଲା ।

10 ଲକ୍ଷ ରଖାଯାଇଥିଲା ପୁରସ୍କାର: ବାବର ଖାଲାସା ଇଣ୍ଟରନେସନାଲ(ବିକେଆଇ) ନେତା ତଥା ଗ୍ୟାଙ୍ଗଷ୍ଟାର ଲଖବୀର ସିଂ ଲାଣ୍ଡା ଏବଂ ପାକିସ୍ତାନର ହରବିନ୍ଦର ସିଂ ରିନ୍ଦା ସହିତ ପାଞ୍ଚ ଆତଙ୍କବାଦୀଙ୍କ ସୂଚନା ପାଇଁ ଏନଆଇଏ 10 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଏହାସହିତ ଲଖବୀର ସିଂ ଲାଣ୍ଡାର ସହଯୋଗୀ ପରମିନ୍ଦର ସିଂ କୈରା ଓରଫ ପଟ୍ଟୁ, ସତ୍ୟନାମ ସିଂ ଓରଫ ସତବୀର ସିଂ ଏବଂ ୟାଦବିନ୍ଦର ସିଂ ଉପରେ ମଧ୍ୟ 5 ଲକ୍ଷ ଟଙ୍କାର ରାଶି ଘୋଷଣା କରାଯାଇଥିଲା ।

Last Updated :Dec 30, 2023, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.