ETV Bharat / bharat

Shimla Landslide: ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି, ଜାତୀୟ ବିପର୍ଯ୍ୟୟ ଘୋଷଣା ପାଇଁ ଦାବି

author img

By

Published : Aug 20, 2023, 1:49 PM IST

ଭୁସ୍ଖଳନରେ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି
ଭୁସ୍ଖଳନରେ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି

ବର୍ଷା ବିତ୍ପାତ ପରେ ହିମାଚଳ ପ୍ରଦେଶ ଛାରଖାର ହୋଇଯାଇଛି । ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଥିବାବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ

ସିମଲା: ବଢୁଛି ହିମାଚଳ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା । ଶିବ ମନ୍ଦିର ଭୂସ୍ଖଳନ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି । ଏବେବି ଅନେକ ନିଖୋଜ ଅଛନ୍ତି । ନିଖୋଜଙ୍କ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି । ବର୍ଷା ବିତ୍ପାତ ପରେ ହିମାଚଳ ପ୍ରଦେଶର ସ୍ଥିତିରେ ଏପର୍ଯ୍ୟନ୍ତ ସୁଧାର ଆସିନାହିଁ । ଗୋଟିଏ ପଟେ ରେସ୍କ୍ୟୁ ଅପରେସନ ଜାରି ରହିଥିବାବେଳେ ପୁଣି ଥରେ ଆସନ୍ତା 22 ଏବଂ 23 ତାରିଖରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ଓ କାଲି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ 23 ଓ 24ତାରିଖରେ ପ୍ରବଳ ବର୍ଷିବା ନେଇ ରାଜ୍ୟବାସୀଙ୍କ ଚିନ୍ତା ବଢିଛି । ସମର ହିଲ୍ସ ଅଞ୍ଚଳରେ ଭୟଙ୍କର ବର୍ଷା ଓ ଭୂସ୍ଖଳନରେ ସ୍ଥିତି ଗମ୍ଭୀର ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ 14 ତାରିଖରୁ ଆରମ୍ଭ ହୋଇଥିବା ଏହି ରେସ୍କ୍ୟୁ ଅପରେସନ ସପ୍ତମ ଦିନରେ ପହଞ୍ଚିଛି।

  • ग्रीनबेरी समूह के अध्यक्ष राजेश गुप्ता ने मुख्यमंत्री राहत कोष के लिए 1 करोड़ रुपए का चेक भेंट किया।इस पुनीत कार्य के लिए राजेश गुप्ता का हार्दिक आभार।#CMReliefFund pic.twitter.com/hfhGskPKKo

    — Sukhvinder Singh Sukhu (@SukhuSukhvinder) August 20, 2023 " class="align-text-top noRightClick twitterSection" data=" ">

ଲଗାଣ ବର୍ଷା, ଭୟଙ୍କର ଭୂସ୍ଖଳନ ଫଳରେ ହିମାଚଳ ପ୍ରଦେଶରେ ହାହାକାର ସୃଷ୍ଟି ହୋଇଛି । ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ଭୁଶୁଡ଼ି ପଡ଼ିଛି । ତେବେ କ୍ରିଷ୍ଣା ନଗର, ଡାଉନଡେଲ, ଫଗଲି ଆଦି ଅଞ୍ଚଳରେ ଲଗାତର ଭୂସ୍ଖଳନ ହେଉଥିବାରୁ 250ଜଣ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ । ସେପଟେ ଭୂସ୍ଖଳନ ଯୋଗୁ ଶିବାବରୀ ମନ୍ଦିର ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ...Himachal Pradesh: ଭୂସ୍ଖଳନରେ ମାଟିରେ ମିଶିଗଲା ଏକାଧିକ ଘର, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଏନେଇ ଶିମଲା ପୋଲିସ୍ ଅଧୀକ୍ଷକ ସଞ୍ଜୀବ କୁମାର ଗାନ୍ଧୀ କହିଛନ୍ତି,"ଆମେ ସ୍ଥିତି ଉପରେ ନଜର ରଖିଛୁ । ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରାଯାଇଛି । ଅସୁରକ୍ଷିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।" ଉଦ୍ଧାର କାର୍ଯ୍ୟରେ SDRF, NDRF ଏବଂ ଅଗ୍ନିଶମବାହିନୀ ନିୟୋଜିତ ରହିଥିବାବେଳେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି ।

ସୂଚନା ମୁତାବକ, 20-21 ଜଣ ନିଖୋଜ ଥିବା ଜଣା ପଡିଥିଲା । ସେମାନଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରହିଥିବାବେଳେ ବର୍ତ୍ତମାନସୁଦ୍ଧା 17ଟି ମୃତଦେହ ଉଦ୍ଧାର କରାଯାଇଛି । ଅପରପକ୍ଷେ, ହିମାଚଳ ପ୍ରଦେଶରେ ଏଭଳି ବିପତ୍ତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା ଲାଗି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦାବି କରିଥିବା ଜଣାପଡିଛି । ସେପଟେ କେନ୍ଦ୍ର ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ ।

ବର୍ତ୍ତମାନସୁଦ୍ଧା ରାଜ୍ୟରେ ବର୍ଷା ଓ ଭୂସ୍ଖଳନ ଜନିତ କ୍ଷତି ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ସେପଟେ ରାଜ୍ୟର ଏଭଳି ସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନେକ ଲୋକେ ଅନୁଦାନ ଦେଉଥିବାବେଳେ 1 କୋଟିର ଅନୁଦାନରାଶି ପ୍ରଦାନ କରିଛନ୍ତି ଗ୍ରୀନବେରୀର ଅଧ୍ୟକ୍ଷ ରାଜେଶ ଗୁପ୍ତା । ଏନେଇ ଟ୍ବିଟ କରି ରାଜ୍ୟବାସୀଙ୍କ ପାଇଁ ଅନୁଦାନରାଶି ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.