ETV Bharat / bharat

G20 summit: ଭାରତର ଭୂସ୍ବର୍ଗ ଦେଖି ବିମୋହିତ ବିଦେଶୀ ପ୍ରତିନିଧି

author img

By

Published : May 24, 2023, 9:37 AM IST

ଜମ୍ମୁ କାଶ୍ମୀରରେ ଜି-20 ବୈଠକରେ ଯୋଗ ଦେବାକୁ ଆସିଥିବା ବିଦେଶୀ ପ୍ରତିନିଧି ଦଳ କାଶ୍ମୀରର ସୁନ୍ଦରତାକୁ ଉପଭୋଗ କରିଛନ୍ତି । ଅଧିକ ପଢନ୍ତୁ
foreign delegate enjoyed Shikhara
କାଶ୍ମୀରରେ ଜି-20 ବୈଠକର ଦ୍ବିତୀୟ ଦିନ

ଶ୍ରୀନଗର: ଭୂସ୍ବର୍ଗର ଜମ୍ମୁ କାଶ୍ମୀରରେ ଜି-20 ବୈଠକ ଆରମ୍ଭ ହୋଇଛି । ଗତକାଲିଏ ବୈଠକର ଦ୍ବିତୀୟ ଦିନ ଥିଲା । ବୈଠକରେ ଯୋଗ ଦେବାକୁ 29ଟି ଦେଶର 108 ପ୍ରତିନିଧି ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । ଜି-20 ବୈଠକ ନେଇ ଆସିଥିବା ବିଦେଶୀ ପ୍ରତିନିଧି ଦଳ କାଶ୍ମୀରର ସୁନ୍ଦରତାକୁ ଉପଭୋଗ କରିଛନ୍ତି । ସୁନ୍ଦରୀ କାଶ୍ମୀରର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଡାଲ ନଦୀରେ ଶିକାରରେ ବୁଲିଥିବା ଦେଖିବାକୁ ମିଳିଛି ।

ଶ୍ରୀନଗରରେ ସୋମବାରଠୁ ଜି -20 ପର୍ଯ୍ୟଟନ କାର୍ଯ୍ୟକାରୀ ଗୋଷ୍ଠୀର ତୃତୀୟ ବୈଠକ ଆରମ୍ଭ ହୋଇଛି । ଗତକାଲି ଦ୍ବିତୀୟ ଦିନ ଥିଲା । ଏହି ବୈଠକ ଆଜି ଶେଷ ହେବ । ବୈଠକରେ 108 ଜଣ ଅତିଥି ସାମିଲ ହୋଇଛନ୍ତି । ଭାରତର ଭୂସ୍ବର୍ଗ ବୋଲାଉଥିବା କାଶ୍ମୀରର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି ବିଦେଶୀ ପ୍ରତିନିଧି ଦଳ । ଡାଲ ହ୍ରଦରେ ଶିକାରରେ ବୁଲିବା ସହ ମଉଜ କରିଛନ୍ତି ବିଦେଶୀ ଅତିଥି ଦଳ ।

ନାଟୁ ନାଟୁରେ ନାଚିଲେ: ବ୍ଲକ ବ୍ଲଷ୍ଟର ଫିଲ୍ମ RRR ଗୀତରେ ମଧ୍ୟ ଧୁମ ମଚାଇଲେ ଜି-20 ବିଦେଶୀ ଅତିଥି । RRR ଫିଲ୍ମ ଅଭିନେତା ରାମଚରଣଙ୍କ ସହିତ ମଞ୍ଚରେ ଧୁମ ମଚାଇଲେ ବିଦେଶୀ ପ୍ରତିନିଧି । କୋରିଆ ଆମ୍ବାସଡର ଚାଙ୍ଗ ଜୋଏବୁକ ନାଟୁ ନାଟୁ ଗୀତରେ ନାଚି ଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...G20 Srinagar Summit: ଶ୍ରୀନଗରରେ ଆରମ୍ଭ ହେଲା ଜି-20 ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ କନଫରେନ୍ସ

ଏହା ବି ପଢନ୍ତୁ...ଦେବଭୂମିରେ ଜି-20 ବୈଠକ, ପାରମ୍ପରିକ ବାଦ୍ୟରେ ନାଚିଲେ ବିଦେଶୀ ପ୍ରତିନିଧି

  • #WATCH | Srinagar, J&K: Delegates have been very happy with the exposure to one of the most iconic locations in the country. By bringing this event to Srinagar we have created an environment that has resulted in urban transformation, expanding capacities for conventions &… pic.twitter.com/wthrNqJlq8

    — ANI (@ANI) May 23, 2023 " class="align-text-top noRightClick twitterSection" data=" ">

ଜମ୍ମୁରେ ଜି-20 ବୈଠକର ଦ୍ବିତୀୟ ଦିନରେ ଜି -20 ଇଣ୍ଡିଆନ ପ୍ରେସିଡେନ୍ସିର ଚିଫ୍ କୋଅର୍ଡିନେଟର ହର୍ଷବର୍ଦ୍ଧନ ଶୃଙ୍ଖଳା କହିଛନ୍ତି," ଏହି ବୈଠକରେ ସାମିଲ ହୋଇଥିବା ପ୍ରତିନିଧିମାନେ ପୃଥିବୀର ସ୍ବର୍ଗ କିପରି ଦେଖାଯାଏ ତାହାକୁ ଦେଖିଛନ୍ତି । ଜାମ୍ମୁ କାଶ୍ମୀର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ । ଚଳିତ ବର୍ଷ ଏଠାକୁ 2 କୋଟି ପର୍ଯ୍ୟଟକ ଆସିବେ । ବିଦେଶୀ ପ୍ରତିନିଧି ଦେଶର ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଆସି ବେଶ ଖୁସି । ଜି-20 ଭଳି ବଡ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଭାରତ ବିଶେଷ କରି ଜମ୍ମୁ କାଶ୍ମୀରର ପର୍ଯ୍ୟଟନ କ୍ଷେତ୍ରକୁ ଏକ ନୂଆ ଗତି ମିଳିବ ।''

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପର୍ଯ୍ୟଟନ କ୍ଷେତ୍ରରେ ଶତ ପ୍ରତିଶତ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ (FDI) ପାଇଁ ପ୍ରୟାସ କରାଯାଉଛି । ଯାହା ଫଳରେ କାଶ୍ମୀର ସମେତ ଉତ୍ତର ଭାରତୀୟ ହିଲଷ୍ଟେଟ୍ସରେ ପର୍ଯ୍ୟଟନ କ୍ଷେତ୍ର ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.