ଦେବଭୂମିରେ ଜି-20 ବୈଠକ, ପାରମ୍ପରିକ ବାଦ୍ୟରେ ନାଚିଲେ ବିଦେଶୀ ପ୍ରତିନିଧି

By

Published : May 23, 2023, 12:38 PM IST

thumbnail

ଡେରାଡୁନ: ବାଜା ବାଜୁଛି ଆଉ ଧୁମ ନାଚିଲେ ବିଦେଶୀ ପ୍ରତିନିଧି ଦଳ । ବାଦ୍ୟର ତାଳେ ତାଳେ ନାଚିଲେ ଖୁବ ଉପଭୋଗ କଲେ । ଉତ୍ତରାଖଣ୍ଡରେ ଜି-20 ବୈଠକ ଆରମ୍ଭ ହେବାକୁ ଯାଉଛି । ଏନେଇ ବିଦେଶୀ ପ୍ରତିନିଧି ଦଳ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି । ଜୋଲିଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଭାରତୀୟ ପରମ୍ପରା ଅନୁଯାୟୀ ବିଦେଶୀ ପ୍ରତିନିଧିଙ୍କୁ ସ୍ବାଗତ କରାଯାଇଛି । ପାରମ୍ପରିକ ବାଦ୍ୟରେ ତାଳେ ତାଳେ ଧୁମ ନାଚିଲେ ବିଦେଶୀ ପର୍ଯ୍ୟଟକ । 2 ମିନିଟ 6 ସେକେଣ୍ଡର ଭିଡିଓରେ ବିଦେଶୀ ପ୍ରତିନିିଧି ଦଳଙ୍କ ନୃତ୍ୟ ଦେଖିବାକୁ ବେଶ୍ ମନ ମୁଗ୍ଧକର ହୋଇଛି । ଜମ୍ମୁକାଶ୍ମୀରର ମଧ୍ୟ ଜି-20 ବୈଠକ ହୋଇଛି । ସେଠାରେ ମଧ୍ୟ ବିଦେଶୀ ପର୍ଯ୍ୟଟକ ଭୂସ୍ବର୍ଗର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି । ତେବେ ଦେବଭୂମିରେ ଜି-20 ବୈଠକ ନେଇ ଆସିଥିବା ବିଦେଶୀ ପ୍ରତିନିଧି ଦଳ କିପରି ନାଚୁଛନ୍ତି ଦେଖନ୍ତୁ ତାହାରି ଭିଡିଓ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.