G20 Srinagar Summit: ଶ୍ରୀନଗରରେ ଆରମ୍ଭ ହେଲା ଜି-20 ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ କନଫରେନ୍ସ

author img

By

Published : May 22, 2023, 6:39 PM IST

Updated : May 22, 2023, 10:25 PM IST

G20 Srinagar summit: ଆଜି ଠାରୁ ଆରମ୍ଭ, ପହଞ୍ଚୁଛନ୍ତି ବିଦେଶୀ ପ୍ରତିନିଧି

କାଶ୍ମୀରରେ ଆରମ୍ଭ ହେଲା ଜି20 ସମ୍ମିଳନୀର ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ କନଫରେନ୍ସ । ଅଶଂଗ୍ରହଣ କରିଛନ୍ତି 180 ବିଦେଶୀ ପ୍ରତିନିଧି । ଡାଲ ହ୍ରଦରେ ବୁଲିଲେ, କାଶ୍ମୀରର ସୌନ୍ଦର୍ଯ୍ୟକୁ ଦେଖିଲେ । ଅଧିକ ପଢନ୍ତୁ

G20 Srinagar summit: ଶ୍ରୀନଗରରେ ଆରମ୍ଭ ହେଲା ଜି20 ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ କନଫରେନ୍ସ

ଶ୍ରୀନଗର: ଆଜି ଠାରୁ ଶ୍ରୀନଗରରେ ଆରମ୍ଭ ହୋଇଛି ଜି20 ସମ୍ମିଳନୀର 3 ଦିନିଆ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ କନଫରେନ୍ସ । ଏଥିରେ 180 ବିଦେଶୀ ଅତିଥି ତଥା ବିଭିନ୍ନ ଦେଶ ଓ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପର୍ଯ୍ୟଟନ କ୍ଷେତ୍ରରେ ଶତ ପ୍ରତିଶତ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ (FDI) ପାଇଁ ପ୍ରୟାସ କରାଯାଉଛି । ଯାହା ଫଳରେ କାଶ୍ମୀର ସମେତ ଉତ୍ତର ଭାରତୀୟ ହିଲଷ୍ଟେଟ୍ସରେ ପର୍ଯ୍ୟଟନ କ୍ଷେତ୍ର ଏକ ନୂତନ ସମ୍ଭାବନା ସୃଷ୍ଟି କରିବ । ମନ୍ତ୍ରଣାଳୟ ସବିବ ଅରବିନ୍ଦ ସିଂ କହିଛନ୍ତି, ଏହି ବିଦେଶୀ ଅତିଥିମାନେ ଭାବେ ବହୁ ସଂଖ୍ୟାରେ କାଶ୍ମୀର ପହଞ୍ଚିବା ଏକ ଆନନ୍ଦର ବିଷୟ ।

ସଚିବ ସିଂ କହିଛନ୍ତି, ‘‘ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବହୁସଂଖ୍ୟାରେ ପ୍ରତିନିଧି କାଶ୍ମୀରରେ ପହଞ୍ଚିଛନ୍ତି । ଏହା ଆମ ପାଇଁ ଖୁସିର କଥା । ଲଜିଷ୍ଟିକ୍‌ ସମସ୍ୟା କାରଣରୁ କିଛି ଦେଶର ପ୍ରତିନିଧି ଆସିପାରି ନାହାନ୍ତି । ତଥାପି ଅଂଶଗ୍ରହଣ କରୁଥିବା ଅତିଥି ଓ ପ୍ରତିନିଧିଙ୍କ ସଂଖ୍ୟା ବେଶ ଅଧିକ ରହିଛି । ସର୍ବାଧିକ ପ୍ରତିନିଧି ସିଙ୍ଗାପୁରରୁ ଆସିଛନ୍ତି ।’’ ଭାରତ ଅଧ୍ୟକ୍ଷତା ହେଉଥିବା ଜି20 ସମ୍ମିଳନୀର ସଂଯୋଜକ ଥିବା ହର୍ଷବର୍ଦ୍ଧନ ଶ୍ରିଙ୍ଗଲା କହିଛନ୍ତି, ‘‘ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନରେ ଆମେ ଅଧା ରାସ୍ତା ଅତିକ୍ରମ କରିସାରିଛୁ । ଏପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନ୍ତର୍ଗତ ମୋଟ 118 ବୈଠକ ଅନୁଷ୍ଠିତ ହୋଇସାରିଲାଣି । ଏବେ ଶ୍ରୀନଗରେ ମଧ୍ୟ ଅଦ୍ଭୁତପୂର୍ବ ପରିବର୍ତ୍ତନ ଦୃଶ୍ୟମାନ ହେଉଛି ।’’

ପର୍ଯ୍ୟଟନ ସମ୍ପର୍କିତ ସମସ୍ତ ବିଷୟକୁ ଆୟୋଜିତ କନଫରେନ୍ସରେ ସ୍ଥାନ ଦେବା ପାଇଁ ଭାରତ ପକ୍ଷରୁ ପ୍ରୟାସ କରାଯାଇଛି । ଜି20 ସମ୍ମିଳନୀର ଆୟୋଜନ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଦୃଷ୍ଟିଭଙ୍ଗୀ ସ୍ପଷ୍ଟ କରିବା ପାଇଁ ଏକାଧିକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ଜମ୍ମୁ ଓ କାଶ୍ମୀର ନିଜ ଫିଲ୍ମ ପର୍ଯ୍ୟଟନ ପାଇଁ ସମଗ୍ର ଦେଶ ତଥା ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଏହି ସମ୍ମିଳନୀ ଆୟୋଜନ କାଶ୍ମୀର ପାଇଁ ଏହା ଏକ ବଡ଼ ଅବସର । କାଶ୍ମୀରର ସଂସ୍କୃତି, ପର୍ଯ୍ୟଟନ ଓ ଐତିହ୍ୟ ସହ ସମଗ୍ର ବିଶ୍ବକୁ ପରିଚିତ କରିବା ପାଇଁ ଏହି ଶିଖର ସମ୍ମିଳନୀ ବେଶ ସହାୟକ ହେବା ଶ୍ରିଙ୍ଗଲା କହିଛନ୍ତି ।

ଜମ୍ମୁ ଓ କାଶ୍ମୀରରେ ଆୟୋଜିତ ଜି-20 ସମ୍ମିଳନୀର ପର୍ଯ୍ୟଟନ କନଫରେନ୍ସରେ ବିଭିନ୍ନ ଦେଶର ପ୍ରତିନିଧିଙ୍କ ସମେତ ମୋଟ 180 ଅତିଥି ତଥା ପ୍ରତିନିଧି ଯୋଗଦାନ କରୁଛନ୍ତି । ଶ୍ରୀନଗର ପ୍ରସିଦ୍ଧ ଡାଲ ହ୍ରଦ କୂଳରେ ଥିବା ସେର କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟର (SKICC)ରେ ମଧ୍ୟ ଏକ ଭବ୍ୟ କାର୍ଯ୍ୟକ୍ରମ ରଖାଯାଇଛି । ପରେ ଏମାନେ କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତି ଓ ଐତିହ୍ୟସ୍ଥଳ ପରିଦର୍ଶନ କରିବେ । ଆଜି ସଂଧ୍ୟାରେ ଅତିଥିମାନେ ଡାଲ ଲେକରେ ନୌକାବିହାର କରିଛନ୍ତି । ଆଜି ଠାରୁ 3 ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 22, 2023, 10:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.