ETV Bharat / bharat

ଜୋମାଟୋ ବୟଙ୍କୁ ବାଇକ ଉପହାର ଦେଲେ ଗ୍ରାହକ

author img

By

Published : Jun 21, 2021, 2:24 PM IST

ଜୋମାଟୋ ବୟଙ୍କୁ ବାଇକ ଉପହାର ଦେଲେ ଗ୍ରାହକ
ଜୋମାଟୋ ବୟଙ୍କୁ ବାଇକ ଉପହାର ଦେଲେ ଗ୍ରାହକ

ହାଇଦ୍ରାବାଦରେ ଜୋମାଟୋ ବୟଙ୍କୁ ବାଇକ ଉପହାର ଦେଇଛନ୍ତି ଗ୍ରାହକ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଜୋମାଟୋ ବୟଙ୍କୁ ଗ୍ରାହକଙ୍କ ଉପହାର । ସାଇକେଲ ଧରି ଖାଦ୍ୟ ବିତରରଣ କରୁଥିବାରୁ ଏକ ବାଇକ ଉପହାର ଦେଇଛନ୍ତି ଗ୍ରାହକ । ହାଇଦ୍ରାବାଦର ଜୋମାଟୋ ଡେଲିଭରୀ ବୟ ମହମ୍ମଦ ଆକିଲଙ୍କୁ ବାଇକ ଉପହାର ଦେଇଛନ୍ତି ତାଙ୍କର ଜଣେ ନିୟମିତ ଗ୍ରାହକ । ସେ ସାଇକେଲରେ ଖାଦ୍ୟ ଡେଲିଭରୀ କରୁଥିବାରୁ ଜଣେ ଗ୍ରାହକ ତାଙ୍କୁ ଏହି ଉପହାର ଦେଇଛନ୍ତି । ଜୁନ୍ 14 ରେ ଖାଦ୍ୟ ଦେବାକୁ ରୁବିନ ମୁକେଶ ନାମକ ଜଣେ ଗ୍ରାହକଙ୍କ ଘରକୁ ଯାଇଥିବା ବେଳେ ସେ ଅର୍ଡର ନେବାକୁ ଘର ବାହାରକୁ ଯାଇଥିଲେ , ସେତେବେଳେ ସେ ମହମ୍ମଦଙ୍କୁ ବାଇକ ବଦଳରେ ଏକ ସାଇକେଲରେ ଦେଖିଥିଲେ ।

ଜୋମାଟୋ ବୟଙ୍କୁ ବାଇକ ଉପହାର ଦେଲେ ଗ୍ରାହକ

ଏନେଇ ମୁକେଶ କହିଛନ୍ତି ଯେ ମୁଁ ଯେତେବେଳେ ତଳ ମହଲାକୁ ଖାଦ୍ୟ ଆଣିବାକୁ ଯାଇଥିଲି ସେହି ସମୟରେ ଏକ ସାଇକେଲରେ ବର୍ଷାରେ ଓଦା ହୋଇ ମୋ ନିକଟକୁ ଆସିଥିଲେ । ଏହାର ଏକ ଭିଡିଓ ମୁଁ ସୋସିଆଲ ମିଡିଆରେ ଏ ଗ୍ରୁପରେ ସେୟାର କରିଥିଲି । ଏହା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତେ କମେଣ୍ଟ କରିଥିଲେ । ଏହା ପରେ ତାଙ୍କୁ ଏକ ବାଇକ ଦେବା ପାଇଁ ସୋସିଆଲ ମିଡିଆରେ 65 ହଜାର ଟଙ୍କାର ସାହାଯ୍ୟ ମାଗିଥିଲି ।

ଏହା ପରେ 65 ହଜାର ଟଙ୍କା ନୁହଁ ବରଂ 73 ହଜାର ଟଙ୍କାର ସାହାଯ୍ୟ ମିଳିଥିଲା । ଜୁନ୍ 18 ରେ ମହମ୍ମଦଙ୍କୁ ଏକ ବାଇକ ସହିତ ହେଲମେଟ, ସାନିଟାଇଜର, ରେନକୋଟ ଏବଂ ମାସ୍କ ଦିଆଯାଇଥିଲା। ଏନେଇ ମହମ୍ମଦ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.