ETV Bharat / bharat

ଉତ୍ତରପ୍ରଦେଶରେ ଟ୍ରକ-କାର ଧକ୍କା, ୫ ଯାତ୍ରୀଙ୍କ ମୃତ୍ୟୁ

author img

By

Published : Mar 13, 2023, 6:41 AM IST

severe road accident in uttar pradesh
ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଉତ୍ତରପ୍ରଦେଶର ସୁଲତାନପୁରରେ ଟ୍ରକ ଏବଂ କାର ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୁଲତାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଅତି କମରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସୁଲତାନପୁର ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ରବିବାର ଦିନ୧୧.୪୫ ରେ ଏହି ଅଘଟଣ ଘଟିଛି । ଦୁ୍ର୍ଘଟଣାରେ କାରରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢ଼ନ୍ତୁ: ସମୃଦ୍ଧି ଏକ୍ସପ୍ରେସୱେରେ ଭାରସାମ୍ୟ ହରାଇ ଓଲଟିଲା କାର, 6 ମୃତ ଏକାଧିକ ଆହତ

ଦୁର୍ଘଟଣାଗ୍ରସ୍ତ କାରଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିଲା । ସୁଲତାନପୁର ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଅତିକ୍ରମ କରୁଥିବା ସମୟରେ ବିପରୀତ ଦିଗପଟୁ ଆସୁଥିବା ଏକ ଟ୍ରକଟି କାର ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ କାରରେ ଥିବା ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ସୁଲତାନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।

ମୃତକମାନେ ହେଲେ ୧୯ ବର୍ଷୀୟ ସାହିଲ ଖଣ୍ଡ, ୨୫ ବର୍ଷୀୟ ଶାହାରୁଖ, ୩୭ ବର୍ଷୀୟ ସାଇନା ଖାତୁନ, ୩୩ ବର୍ଷୀୟ ଜମିଲା ଏବଂ ୩୧ ବର୍ଷୀୟ ରୁଖସାର । ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି । ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରାଯିବା ସହ ଘଟଣାର ତଦନ୍ତ ଚାଲିଥିବା ସୁଲତାନପୁର ଡିଏମ ଜସଜିତ କୌର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Love Jihad: ହିନ୍ଦୁ କହି ଯୁବତୀଙ୍କ ପ୍ରେମଜାଲରେ ଫସାଇଲେ ମୁସଲିମ ଯୁବକ, ବାନ୍ଧିଲା ପୋଲିସ

ଅନ୍ୟପଟେ ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥର ସାନ୍ତରାପୁରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକକୁ ଏକ ପିକଅପ ଭ୍ୟାନ ଧକ୍କା ଦେବା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ନିକଟସ୍ଥ କୁଲେଇ ଗାଁର ସିପୁ ପ୍ରଧାନ, ସୁନୀଲ ସାହୁ ଏବଂ ମାନସ ବେହେରା । ସେମାନେ ଏକ ଘରୋଇ କାରଖାନାରେ କାମ କରୁଥିଲେ । ସେମାନେ ଏକ ବାଇକ ଯୋଗେ ନିଜ ଗାଁରୁ ଜରପଡା ଯାଉଥିଲେ । ଅପର ପାର୍ଶ୍ଵରୁ ଆସୁଥିବା ଏକ ପରିବା ବୋଝେଇ ପିକଅପ ଭ୍ୟାନ ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା ।

ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଅନ୍ୟପଟେ ପିକଅପ ଭ୍ୟାନ ଚାଳକ ସେଠାରୁ ଫେରାର ହୋଇଯାଇଛି । ଜରପଡା ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି । ତେବେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.