ETV Bharat / bharat

ସମୃଦ୍ଧି ଏକ୍ସପ୍ରେସୱେରେ ଭାରସାମ୍ୟ ହରାଇ ଓଲଟିଲା କାର, 6 ମୃତ ଏକାଧିକ ଆହତ

author img

By

Published : Mar 12, 2023, 3:26 PM IST

ସମୃଦ୍ଧି ଏକ୍ସପ୍ରେସୱେରେ ଭାରସାମ୍ୟ ହରାଇ ଓଲଟିଲା କାର । ଦୁର୍ଘଟଣାରେ ୨ ଶିଶୁଙ୍କ ସହ ୩ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

accident in samriddhi expressway
accident in samriddhi expressway

ମୁମ୍ବାଇ: ଉଦଘାଟନର ୩ମାସ ନପୁରୁଣୁ ସମୃଦ୍ଧି ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସକାଳୁ ସକାଳୁ ଭାରସାମ୍ୟ ହରାଇ ଓଲଟି ପଡିଲା କାର । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । କାରରେ ମୋଟ ୯ଜଣ ରହିଥିବା ବେଳେ ସକାଳ ୭ଟା ୩୦ ରୁ ୮ଟା ମଧ୍ୟରେ ଭାରସାମ୍ୟ ହରାଇ କାରଟି ଓଲଟି ପଡିଥିଲା । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା 6 ଜଣଙ୍କ ମଧ୍ୟରେ ତିନି ଶିଶୁ ଏବଂ ୩ଜଣ ମହିଳା ରହିଛନ୍ତି ।

ଖବରଅନୁସାରେ, ଆଜି(ରବିବାର) ସକାଳେ ଔରଙ୍ଗାବାଦରୁ ଶେହେଗାଓଁ ଅଭିମୁଖେ ୯ଜଣ ଏକ କାରରେ ଯାଉଥିଲେ । ତେବେ ଭାରସାମ୍ୟ ହରାଇ ୭ଟାରୁ ୮ଟା ସମୟରେ କାରଟି ସମ୍ରିଦ୍ଧି ଏକ୍ସପ୍ରେସୱେରେ ଓଲଟି ପଡିଥିଲା । ଫଳରେ ୪ଜଣ ଗୁରୁତର ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ହୋଇଛି । ୫ଜଣଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ୩ଜଣ ମହିଳା ରହିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରିଥିଲା । ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ମେହକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ କାରଟି ସମ୍ପୁର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ସମୃଦ୍ଧି ଏକ୍ସପ୍ରେସରେ ଅନେକ ଦୁର୍ଘଟଣା ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: CISF 54th Raising Day parade: ଦେଶର ଆର୍ଥିକ ପ୍ରଗତିରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ କହିଲେ ଗୃହମନ୍ତ୍ରୀ

ପ୍ରକାଶଥାଉକି, ଆସନ୍ତା 11 ତାରିଖରେ ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁମ୍ବାଇ-ପୁଣେ ଏକ୍ସପ୍ରେସୱ ପରେ ଏହା ରାଜ୍ୟର ଦ୍ବିତୀୟ ବୃହତ ଏକ୍ସପ୍ରେସୱେ ହୋଇଥିବା ବେଳେ ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେ 14ଟି ଜିଲ୍ଲା ଓ ବନ୍ଦରଗୁଡ଼ିକୁ ସଂଯୋଗ କରୁଛି । ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେର 701 କିଲୋମିଟର ଲମ୍ବା ଏବଂ 8 ଲେନ ବିଶିଷ୍ଟ ରାଜପଥ ଅଟେ । ଏକ୍ସପ୍ରେସୱେ ଦ୍ବାରା ମୁମ୍ବାଇରୁ ନାଗପୁର ପର୍ଯ୍ୟନ୍ତ ଯାତ୍ରା ସମୟ ହ୍ରାସ ପାଉଛି । ପୂର୍ବରୁ ଏହା 16 ଘଣ୍ଟା ଲାଗୁଥିବାବେଳେ ବର୍ତ୍ତମାନ 8 ଘଣ୍ଟା ସମୟ ଲାଗୁଛି ।

ଗତ ବର୍ଷ ଡିସେମ୍ବର ମାସରେ ଏହି ଏକ୍ସପ୍ରେସ୍‌ ୱେ'ର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି । ପୁନେ ମୁମ୍ବାଇ ଏକ୍ସପ୍ରେସ୍‌ ୱେ ପରେ ଏହା ମହାରାଷ୍ଟ୍ରର ଦ୍ବିତୀୟ ଏକ୍ସପ୍ରେସ୍‌ ୱେ' ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.