ETV Bharat / bharat

ମୁର୍ମୂଷୁ ଅବସ୍ଥାରେ ଅବସ୍ଥାରେ ଟ୍ରେନରୁ ମହିଳା ପୋଲିସ କର୍ମୀ ଉଦ୍ଧାର

author img

By ETV Bharat Odisha Team

Published : Aug 30, 2023, 10:28 PM IST

ଟ୍ରେନରୁ ମହିଳା ପୋଲିସ କର୍ମଚାରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
ଟ୍ରେନରୁ ମହିଳା ପୋଲିସ କର୍ମଚାରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର

ଚଳନ୍ତା ଟ୍ରେନ୍‌ରୁ ମହିଳା ପୋଲିସ କର୍ମଚାରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର । ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । ଅଧିକ ପଢ଼ନ୍ତୁ

ଟ୍ରେନରୁ ମହିଳା ପୋଲିସ କର୍ମଚାରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜଣେ ମହିଳା କନେଷ୍ଟବଳଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ମହିଳା ପୋଲିସ କର୍ମୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଟ୍ରେନରେ ମହିଳା କନେଷ୍ଟବଳଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସଂକଟାପନ୍ନ ରହିଥିବା ଜଣା ପଡ଼ିଛି । ରେଳବାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଗତ ମଙ୍ଗଳବାର ବିଳମ୍ବିତ ରାତିରେ ରେଳବାଇ ପୋଲିସ ଜଣେ ମହିଳା ପୋଲିସ କର୍ମୀଙ୍କୁ ମୁର୍ମୂଷୁ ଅବସ୍ଥାରେ ଅଯୋଧ୍ୟା ଷ୍ଟେସନରୁ ଉଦ୍ଧାର କରିଥିଲା । ରେଳବାଇ ପୋଲିସ ମାନକପୁରରୁ ଅଯୋଧ୍ୟାକୁ ଆସୁଥିବା ଏକ ଟ୍ରେନ୍‌ ବଗିରୁ ମହିଳାଙ୍କୁ ଉଦ୍ଧାର କରିଥିଲା । ରେଳବାଇ ପୋଲିସ ସଙ୍ଗେସଙ୍ଗେ ଅଯୋଧ୍ୟାର ଶ୍ରୀରାମ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଲକ୍ଷ୍ନୌ ମ୍ୟାଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ...ସୀମା ଟପୁଛି ପାଶବିକତା, ଲିପ୍ଟ୍‌ ଦେବା ବାହାନାରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ

ଅଯୋଧ୍ୟା ରେଳବାଇ ଏସ୍‌ପି ପୂଜା ଯାଦବ ସୂଚନା ଦେଇଛନ୍ତି, ଉକ୍ତ ମହିଳା ପୋଲିସ କର୍ମଚାରୀ ଜଣକ ସୁଲତାନପୁର ଥାନାରେ କାର୍ଯ୍ୟରତ ଥିଲେ । କିନ୍ତୁ ପବିତ୍ର ଶ୍ରାବଣ ମାସ ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା ପାଇଁ ଜିଲ୍ଲା ବାହାରୁ ଅଧିକ ପୋଲିସ ଫୋର୍ସ ଅଣାଯାଇଥିଲା । ଯାହଫଳରେ ଏହି ମହିଳା କର୍ମଚାରୀ ଜଣକ ଏଠାରେ ନିୟୋଜିତ ହୋଇଥିଲା । ସେ ମଙ୍ଗଳବାର ରାତିରେ ସୁଲତାନପୁରରୁ ଅଯୋଧ୍ୟାକୁ ଆସୁଥିଲେ କିନ୍ତୁ କୌଣସି କାରଣ ଯୋଗୁଁ ମାନକପୁରରେ ପହଞ୍ଚି ଥିଲେ । ଉକ୍ତ ଟ୍ରେନ୍‌ଟି ପୁଣି ମାନକପୁରରୁ ଅଯୋଧ୍ୟାକୁ ଫେରିବା ସମୟରେ ଟ୍ରେନ ବଗିିରେ ହିଁ ମୁର୍ମୂଷୁ ଅବସ୍ଥାରେ ପଡି ରହିଥିବା ଦେଖା ଯାଇଥିଲା ।

ତାଙ୍କ ଗଭୀର ମୁଣ୍ଡରେ ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ରେଳବାଇ ପୋଲିସକୁ ସୂଚନା ଦିଆଯାଇଥିଲା । ତାଙ୍କ ମୁଣ୍ଡକୁ କୌଣସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ଅଯୋଧ୍ୟାର ଶ୍ରୀରାମ ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଅଯୋଧ୍ୟାର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ଏହିି ଘଟଣାର ତଦନ୍ତ ଜାରି ରଖିଛି । ତେବେ ମହିଳାଙ୍କୁ କିଏ ଆକ୍ରମଣ କରିଛି ତାହା ମହିଳା ଚେତା ଫେରିଲେ ହିଁ ଜଣା ପଡ଼ିବ ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.