ETV Bharat / bharat

TOP NEWS 9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 23, 2022, 9:05 PM IST

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

୧.Dhamnagar Bypoll: ରୋଡ ଶୋ କରି ଭୋଟ୍‌ ମାଗିବ କଂଗ୍ରେସ

ଧାମନଗରରେ ରୋଡ଼ ଶୋ କରିବ କଂଗ୍ରେସ। ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବାକୁ ପ୍ରସ୍ତୁତ ରହିଛି କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

୨.NCCBMର ରିସର୍ଚ୍ଚ ଆଣ୍ଡ୍‌ ଲାବୋରେଟୋରୀ ଶିଳାନ୍ୟାସ କଲେ ମୁଖ୍ୟ ଶାସନ ସଚିବ

NCCBMର ରିସର୍ଚ୍ଚ ଆଣ୍ଡ ଲାବୋରୋଟୋରିର ଶିଳାନ୍ୟାସ କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

୩.Cyclone Update: ସ୍ଥଳଭାଗ ମୁହାଁ ଅବପାତ, ଆସନ୍ତା ୧୨ଘଣ୍ଟାରେ ବାତ୍ୟା

ଗଭୀର ଅବପାତର ରୂପ ନେଲା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଅବପାତ । ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୪.Archana Nag Case: ସରକାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଲଗାତାର ଭାବେ ଟାର୍ଗେଟ କରିଆସୁଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ଦୋଷୀଙ୍କୁ ସରକାର ଘଣ୍ଟା ଘୋଡ଼ାଇଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ପିସିସି ସଭାପତି ।

୫.କଳାହାଣ୍ଡିରେ କଂଗ୍ରେସ କର୍ମୀ ସମ୍ମିଳନୀ: ଅର୍ଚ୍ଚନା ନାଗ ମାମଲାରେ ଭକ୍ତ ଦାସଙ୍କ ପ୍ରତିକ୍ରିୟା

କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ । ଏହି ଅବସରରେ ପ୍ରତିକ୍ରିୟା ରଖି ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ନେତା ତଥା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

୬.ବିଜେପିର ପ୍ରତିବାଦ ନେଇ ମୁହଁ ଖୋଲିଲେ ପ୍ରଶାନ୍ତ ମୁଦୁଲି

ବିରୋଧୀ ଦଳ ଭାବେ ସେ ତାଙ୍କ କାମ କରୁଛନ୍ତି । ପ୍ରସଙ୍ଗ ଆସୁଛି ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଓ ତଦନ୍ତ ତା ବାଟରେ ଚାଲିଥିବା କହିଲେ ପ୍ରଶାନ୍ତ ମୁଦୁଲି ।

୭.କୂଳ ଲଙ୍ଘୁଛି ନାଗାବଳୀ, ନଦୀ ଗର୍ଭରେ ଲୀନ ହୋଇଯିବ ରାୟଗଡାର ୬ଟି ଗାଁ !

କୂଳ ଖାଉଛି ନାଗାବଳୀ(Nagavali River) । ସମୁଦ୍ର ଗର୍ଭରେ ବିଲୀନ ହେବାକୁ ବସିଛି ରାୟଗଡାର ୬ ଖଣ୍ଡ ଗାଁ । ଟିକିଏ ବର୍ଷା ହେଲେ ଛାନିଆ ହୋଇଯାଉଛନ୍ତି ଗାଁ ଲୋକେ ।

୮.ବିଜୟଓ୍ବାଡାରେ ବାଣ ଷ୍ଟଲ୍‌ରେ ବିସ୍ଫୋରଣ, ୨ ମୃତ

ଆନ୍ଧ୍ର ପ୍ରଦେଶ ବିଜୟଓ୍ବାଡାରେ ବାଣ ଷ୍ଟଲ୍‌ ରେ ବିସ୍ଫୋରଣ ଘଟି ୨ ମୃତ (fire breaks out at firecracker stalls in AP )। ଆଜି ସକାଳେ ଘଟିଛି ଅଘଟଣ ।

୯.କାର୍ଯ୍ୟକ୍ରମରେ ମହିଳାଙ୍କୁ ଚାପୁଡା ମାରିଲେ କର୍ଣ୍ଣାଟକ ମନ୍ତ୍ରୀ, ଭିଡିଓ ଭାଇରାଲ

କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଗିଗଲେ କର୍ଣ୍ଣାଟକର ଗୃହ ଓ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି.ସୋମନ୍ନା । ଜଣେ ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୧୦.T20 World Cup: ଭାରତକୁ ଜିତାଇଲେ, ଭାବବିହ୍ବଳ ହେଲେ ବିରାଟ

ସୁପର ୧୨ ପର୍ଯ୍ୟାୟ ମ୍ୟାଚରେ ଆଜି ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନକୁ ୪ ୱିକେଟରେ ହରାଇବା ପରେ ଷ୍ଟାଡିୟମରେ କାନ୍ଦିଲେ ବିରାଟ କୋହଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.