ETV Bharat / state

NCCBMର ରିସର୍ଚ୍ଚ ଆଣ୍ଡ୍‌ ଲାବୋରେଟୋରୀ ଶିଳାନ୍ୟାସ କଲେ ମୁଖ୍ୟ ଶାସନ ସଚିବ

author img

By

Published : Oct 23, 2022, 8:42 PM IST

NCCBMର ରିସର୍ଚ୍ଚ ଆଣ୍ଡ ଲାବୋରୋଟୋରିର ଶିଳାନ୍ୟାସ କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅଧିକ ପଢନ୍ତୁ

NCCBMର ରିସର୍ଚ୍ଚ ଆଣ୍ଡ ଲାବୋରୋଟୋରି ଶିଳାନ୍ୟାସ କଲେ ମୁଖ୍ୟ ଶାସନ ସଚିବ
NCCBMର ରିସର୍ଚ୍ଚ ଆଣ୍ଡ ଲାବୋରୋଟୋରି ଶିଳାନ୍ୟାସ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ନ୍ୟାସନାଲ କାଉନସିଲ ଫର ସିମେଣ୍ଟ ଆଣ୍ଡ ବିଲଡିଂ ମେଟେରିଆଲ୍ସ( National Council For Cement & Building Materials)ର ସମ୍ପ୍ରସାରଣ ପାଇଁ ରିସର୍ଚ୍ଚ ଆଣ୍ଡ ଲାବୋରୋଟୋରି ସେଣ୍ଟର ଶିଳାନ୍ୟାସ ହୋଇଛି । ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମଞ୍ଚେଶ୍ବର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏହାର ଶିଳାନ୍ୟାସ କରାଯାଇଛି ।

NCCBMର ରିସର୍ଚ୍ଚ ଆଣ୍ଡ ଲାବୋରୋଟୋରି ଶିଳାନ୍ୟାସ କଲେ ମୁଖ୍ୟ ଶାସନ ସଚିବ

ଏନେଇ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, "ଏହି ଶିଳ୍ପ କରାଖାନାରୁ ନିର୍ଗତ ବର୍ଯ୍ୟବସ୍ତୁକୁ ସିମେଣ୍ଟ ଉତ୍ପାଦନରେ ବ୍ୟବହାର କରାଯିବ। ଏହା ସହିତ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ପରୀକ୍ଷଣ ମଧ୍ୟ କରାଯିବ। ଓଡ଼ିଶାରେ ଥିବା ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ, ଫର୍ଟିଲାଇଜର ପ୍ଲାଣ୍ଟର ବର୍ଯ୍ୟବସ୍ତୁରୁ ସିମେଣ୍ଟ ତିଆରି ହେବ । ଥର୍ମାଲ ପାୱାର ପ୍ଲାଣ୍ଟରୁ ବାହାରୁଥିବା ଫ୍ଲାଇ ଆଶ୍‌, ଆଲୁମିନିୟମ କମ୍ଲେକ୍ସରୁ ରେଡ୍‌ମଗ୍‌, ଜିପସମ, ଷ୍ଟିଲ ପ୍ଲାଣ୍ଟରୁ ବାହାରୁଥିବା ସ୍ଲାଗ୍‌ ଭଳି ୱେଷ୍ଟ ମେଟେରିଆଲରୁ ସିମେଣ୍ଟ ତିଆରି ହବ । ଓଡ଼ିଶାରେ ୧୪ଟି ସିମେଣ୍ଟ ପ୍ଲାଣ୍ଟ ଅଛି । ଆଗକୁ ଆହୁରି ସିମେଣ୍ଟ ପ୍ଲାଣ୍ଟ ହେବ। ୱେଷ୍ଟ ମେଟେରିଆଲରୁ ସିମେଣ୍ଟ ତିଆରି ନେଇ ରିସର୍ଚ୍ଚ ଚାଲିଛି। ଏହାଦ୍ବାରା ପ୍ରଦୂଷଣ କମିବ । ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇ ଏହି ମତ ରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବାପରଠୁ ତ୍ବରାନ୍ବିତ ଭାବରେ କାମ ଚାଲିବ । ଶିଳ୍ପ କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁକୁ ବ୍ୟବହାର ଉପୋଯୋଗି କରିବା ଗବେଷଣାର ମୂଳ ଲକ୍ଷ୍ୟ । ଓଡ଼ିଶାର ନିର୍ମାଣ ହେଉଥିବା ପ୍ରକଳ୍ପର ରାସ୍ତା, ବ୍ରିଜ ଏବଂ କୋଠାବାଡିର କ୍ବାଲିଟି ଟେଷ୍ଟ୍‌ ହୋଇପାରିବ । ଉଭୟ ସରକାରୀ ଏବଂ ବେସରକାରୀ ନିର୍ମାଣର ଗୁଣବତ୍ତା ଯାଞ୍ଚ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ କଂଗ୍ରେସ କର୍ମୀ ସମ୍ମିଳନୀ: ଅର୍ଚ୍ଚନା ନାଗ ମାମଲାରେ ଭକ୍ତ ଦାସଙ୍କ ପ୍ରତିକ୍ରିୟା

ନ୍ୟାସନାଲ କାଉନ୍ସିଲ ଫର ସିମେଣ୍ଟ ଏଣ୍ଡ ବିଲଡିଂ ମେଟେରିଆଲ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ କାମ କରିଥାଏ । ଭାରତରେ ଏହାର ୪ଟି ସେଣ୍ଟର କାମ କରୁଛି । ଏହାର ଡିଜି ବିବେକାନନ୍ଦ ମହାପାତ୍ର କହିଛନ୍ତି, "ଓଡ଼ିଶାରେ ବହୁତ ବର୍ଯ୍ୟବସ୍ତୁ ରହିଛି । ୬୬ ମିଲିୟନ ଟନ‌୍‌ ଜିପସମ ପାରାଦ୍ବୀପରେ ଅଛି । ଏହାକୁ ସାରା ଦେଶ ପାଇଁ ବ୍ୟବହାର କରାଯିବ । ଓଡ଼ିଶାରେ ୧୪ଟି ସିମେଣ୍ଟ କାରଖାନାରେ ଫ୍ଲାଇ ଆଶ ଏବଂ ସ୍ଲାଗକୁ ବ୍ୟବହାର କରାଯାଉଛି । ରେଡ୍‌ ମଡ୍‌ ପାଇଁ ରିସର୍ଚ୍ଚ ଚାଲିଛି । ବିଶ୍ବବିଦ୍ୟାଳୟମାନଙ୍କୁ ଏହି ରିସର୍ଚ୍ଚରେ ସାମିଲ କରାଯାଇଛି । ବଡ଼ବଡ଼ ନିର୍ମାଣ କାମର ମାନ ତଦାରଖ NCCBM କରିଥାଏ। । ନିର୍ମାଣରେ ବ୍ୟବହୃତ ମେଟେରିଆଲ ଟେଷ୍ଟିଂ ଠାରୁ ବିଲଡିଂ ନିର୍ମାଣ ଯାଏଁ ଏହାର ମାନ ତଦାରଖ କରିଥାଏ । ଏହାଦ୍ବାରା ନିମ୍ନମାନର କାମକୁ ରୋକା ଯାଇପାରି ଥାଏ ।"

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.