ETV Bharat / sports

T20 World Cup: ଭାରତକୁ ଜିତାଇଲେ, ଭାବବିହ୍ବଳ ହେଲେ ବିରାଟ

author img

By

Published : Oct 23, 2022, 8:18 PM IST

Updated : Oct 23, 2022, 8:24 PM IST

ସୁପର ୧୨ ପର୍ଯ୍ୟାୟ ମ୍ୟାଚରେ ଆଜି ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନକୁ ୪ ୱିକେଟରେ ହରାଇବା ପରେ ଷ୍ଟାଡିୟମରେ କାନ୍ଦିଲେ ବିରାଟ କୋହଲି । ଅଧିକ ପଢନ୍ତୁ

T20 World Cup : ଭାରତକୁ ଜିତାଇ କାନ୍ଦିଲେ ବିରାଟ
T20 World Cup : ଭାରତକୁ ଜିତାଇ କାନ୍ଦିଲେ ବିରାଟ

ମେଲବର୍ଣ୍ଣ: ମେଲବର୍ଣ୍ଣରେ ବିରାଟ ପାଳି । ପାକିସ୍ତାନକୁ ୪ ୱିକେଟରେ ହରାଇବା ପରେ ଷ୍ଟାଡିୟମରେ କାନ୍ଦିଲେ ବିରାଟ କୋହଲି । ସୁପର ୧୨ ପର୍ଯ୍ୟାୟ ମ୍ୟାଚରେ ଆଜି ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ସବୁଥର ପରି ଏଥର ବି ଚୀର ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଖେଳାଯାଇଥିଲା ହାଇଭୋଲଟେଜ ମ୍ୟାଚ୍‌ । ଏହି ମ୍ୟାଚରେ ହିରୋ ସାଜିଥିଲେ କିଙ୍ଗ କୋହଲି । ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ । ତାଙ୍କର ୮୨ ରନର ଲଢୁଆ ଇନିଂସ ବଳରେ ଟିମ ଇଣ୍ଡିଆ ଚଳିତ ଟି୨୦ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିବାରେ ସଫଳ ହୋଇପାରିଛି ।

ଭାରତ ୩୧ ରନରେ ୪ଟି ୱିକେଟ ହରାଇ ସାରିଥିଲା । ଏଥିରେ ଦଳ ଉପରେ ଚାପ ପଡିଥିଲା । ମୈଦାନରେ ଆତ୍ମବିଶ୍ବାସର ସହିତ ବ୍ୟାଟିଂ ଜାରି ରଖିଥାନ୍ତି ବିରାଟ । ତାଙ୍କ ସହିତ ପାଳି ସମ୍ଭାଳି ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତଥାପି ଭାରତ ସପକ୍ଷରେ ମ୍ୟାଚ୍‌ ଯାଇନଥିଲା । ଭାରତକୁ ବିଜୟ ପାଇଁ ଶେଷ ଓଭରରେ ୧୬ ରନ ଆବଶ୍ୟକ ଥିଲା । ଏହା ପରେ ବିରାଟ କୋହଲି ଛକା ମାରି ପାକିସ୍ତାନଠାରୁ ମ୍ୟାଚ ଛଡାଇ ଆଣିଥିଲେ । ଡେଥ ଓଭରରେ ପାକିସ୍ତାନ ସ୍ପିନର ମହମ୍ମଦ ନୱାଜ ଦୁଇଟି ୱାଇଡ, ଗୋଟିଏ ନୋବଲ୍ ପକାଇଥିଲେ ।

ଯାହା ଫଳରେ ଭାରତର ବିଜୟ ସୁନିଶ୍ଚିତ ହୋଇଥିଲା । ଶେଷରେ ମ୍ୟାଚ ଜିତିବା ପରେ ବିରାଟ କ୍ରିଜରେ ଉତ୍ସାହିତ ହୋଇ କାନ୍ଦି ପକାଇଥିଲେ । ଏନେଇ ଜନପ୍ରିୟ ଭାଷ୍ୟକାର ହର୍ଷ ଭୋଗଲେ କହିଛନ୍ତି, "ମୁଁ ବିରାଟଙ୍କୁ ବହୁତ ବର୍ଷ ପରେ ଦେଖୁଛି । ମୁଁ କେବେ ତାଙ୍କ ଆଖିରେ ଲୁହ ଦେଖିନଥିଲି । ଆଜି ଦେଖିଲି । ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ।" ସେପଟେ ବିରାଟ ତାଙ୍କର ଏଭଳି ଦମଦାର ଫର୍ମର ଶ୍ରେୟ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଦେଇଛନ୍ତି ।

ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା ଭାରତ ପାକିସ୍ତାନ ମଧ୍ୟରେ କଡା ଟକ୍କର । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୬୦ ରନର ଟାର୍ଗେଟ ଦେଇଥିଲା । ଦଳ ୩୧ ରନରେ ୪ ୱିକେଟ ହରାଇ ସାରିଥିଲା । ଏହା ପରେ ଦଳୀୟ ସ୍କୋର ପାଇଁ ଚାପ ପଡିଥିଲା । ଏହି ସମୟରେ ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଥିଲେ ଷ୍ଟାର ବ୍ୟାଟର ବିରାଟ । ତାଙ୍କ ସହିତ ପାଳି ଦେଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବିରାଟ କୋହଲି ୫୩ ବଲରୁ ୬ଟି ଚୌକା ଏବଂ ୪ଟି ଛକା ସହିତ ୮୨ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ହାର୍ଦ୍ଦିକ ପଣ୍ଡ୍ୟା ୩୭ ବଲରୁ ୪୦ ରନର ଇନିଂସ ଖେଳିଥିଲେ ।

Last Updated : Oct 23, 2022, 8:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.