ETV Bharat / bharat

ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ଜାରି

author img

By ETV Bharat Odisha Team

Published : Jan 5, 2024, 6:59 AM IST

Shopian Encounter: ସୋପିଆନ ଛୋଟିଗାମ ଅଞ୍ଚଳରେ ଏନକାଉଣ୍ଟର ଜାରି । କେହି ଆତଙ୍କୀ ନିପାତ ହୋଇନଥିବା ସୂଚନା । ଅଧିକ ପଢନ୍ତୁ

ସୋପାଆନ ଏନକାଉଣ୍ଟ
Shopian Encounter

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସୋପିଆନ ଜିଲ୍ଲାର ଛୋଟିଗାମ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଆଜି ଭୋର ସମୟରୁ ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେହି ଆତଙ୍କୀ ନିପାତ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନକାଉଣ୍ଟର ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

କାଶ୍ମୀର ଜୋନ ପୋଲିସ ଟ୍ବିଟ୍ କରି କହିଛି, ''ଆଜି ଭୋର ସମୟରେ ସୋପିଆନ ଜିଲ୍ଲାର ଛୋଟିଗାମ ଅଞ୍ଚଳରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ସେନା, ସିଆରପିଏଫ ଯବାନ ଓ ପୋଲିସ ଏଥିରେ ସାମିଲ ଅଛନ୍ତି ।''

ଏହା ମଧ୍ୟ ପଢନ୍ତୁ-କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ଜାରି

ମିଳିଥିବା ସୂଚନା ଅନୁଯାୟୀ, ଛୋଟିଗାମ ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଆତଙ୍କୀଙ୍କୁ ଧରିବାକୁ ଛୋଟିଗାମରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚଳାଥିଲେ । ସୁରକ୍ଷାବାହିନୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏବେ ବି ଉଭୟ ପକ୍ଷ ମଧ୍ୟରେ ଜାରି ରହିଛି ଏନକାଉଣ୍ଟର ।

ବୁଧବାର ବିଳମ୍ବିତ ରାତିରେ କୁଲଗାମ ଜିଲ୍ଲାର ହାଣ୍ଡିଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ପ୍ରଥମେ ଗୁଳି ଚଳାଇଥିଲେ ଆତଙ୍କୀ । ଏହାପରେ ସୁରକ୍ଷାକର୍ମୀ ଗୁଳି କରିବାରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା । କିନ୍ତୁ କୌଣସି ଆତଙ୍କୀ ନିହତ ହୋଇଥିବା ଖବର ସାମ୍ନାକୁ ଆସିନାହିଁ ।

ଜମ୍ମୁ କାଶ୍ମୀରରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଆତଙ୍କୀ ଆକ୍ରମଣ । ବର୍ଷ ଆରମ୍ଭରୁ ଦୁଇ ଦୁଇ ଥର ଏନକାଉଣ୍ଟର ଖବର ସାମ୍ନାକୁ ଆସିଲାଣି । ଏଥିରେ ରୋକ ଲଗାଇବାକୁ ଆତଙ୍କବାଦ ନିରୋଧୀ ଅପରେସନ ମଧ୍ୟ ଜାରି ରହିଛି । 2023ରେ ସୁରକ୍ଷା ବଳ ଓ କାଶ୍ମୀର ପୋଲିସ ଦ୍ବାରା 36 ଜଣ ହାର୍ଡକୋର ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ଡିସେମ୍ବର ମାସରେ ପୁଞ୍ଚରେ ସୁରକ୍ଷାକର୍ମୀଙ୍କ ଭ୍ୟାନ ଉପରକୁ ଆକ୍ରମଣ କରିଥିଲେ ଆତଙ୍କୀ । ସୁରକ୍ଷାକର୍ମୀମାନେ ଦୁଇଟି ସେନା ଗାଡିରେ ସର୍ଚ୍ଚ ଅପରେସନରେ ଯାଉଥିବା ସମୟରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ 4 ଯବାନ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.