ETV Bharat / bharat

କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ଜାରି

author img

By ETV Bharat Odisha Team

Published : Jan 4, 2024, 6:39 AM IST

ଏନକାଉଣ୍ଟର
Encounter

Kulgam Encounter: କୁଲଗାମ ଜିଲ୍ଲାର ହାଣ୍ଡିଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । କୁଲଗାମ ଜିଲ୍ଲାର ହାଣ୍ଡିଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା କେହି ଆତଙ୍କୀ ନିପାତ ହୋଇଥିବା ସୂଚନା ହସ୍ତଗତ ହୋଇନାହିଁ । ବୁଧବାର ବିଳମ୍ବିତ ରାତିରୁ ଏହି ଏନକାଉଣ୍ଟର ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

କାଶ୍ମୀର ଜୋନ ପୋଲିସ ଟ୍ବିଟ କରି କହିଛି ଯେ, ବୁଧବାର ବିଳମ୍ବିତ ରାତିରେ କୁଲଗାମ ଜିଲ୍ଲାର ହାଣ୍ଡିଗାମ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି । ପୋଲିସ, ସେନା ଓ ସିଆରପିଏଫ ଯବାନ ଏଥିରେ ନିୟୋଜିତ ଅଛନ୍ତି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ, ଆତଙ୍କବାଦୀ ବ୍ୟବହାର କରିଥିଲେ ଆମେରିକା ରାଇଫଲ

ବୁଧବାର ହାଣ୍ଡିଗାମ ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ସୁରକ୍ଷାବାହିନୀ । ଏହାପରେ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ଆତଙ୍କବାଦୀ ପ୍ରଥମେ ସୁରକ୍ଷାବଳ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲା ସୁରକ୍ଷାବାହିନୀ । ବର୍ତ୍ତମାନ ମଧ୍ୟ ଜାରି ରହିଛି ଏନକାଉଣ୍ଟର । ଗତ ଡିସେମ୍ବର ମାସରେ ପୁଞ୍ଚରେ ସୁରକ୍ଷାକର୍ମୀଙ୍କ ଭ୍ୟାନକୁ ଆମ୍ବୁସ କରିଥିଲେ ଆତଙ୍କୀ । ସୁରକ୍ଷାକର୍ମୀମାନେ ଦୁଇଟି ସେନା ଗାଡିରେ ସର୍ଚ୍ଚ ଅପରେସନରେ ଯାଉଥିବା ବେଳେ, ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ 4 ଯବାନ ଶହୀଦ ହୋଇଥିଲେ । ଆତଙ୍କୀ ହମଲା ପରେ ପୁଞ୍ଚ ସେକ୍ଟରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ଗିରଫ ହୋଇଛନ୍ତି 36 ଆତଙ୍କବାଦୀ ଓ 122 ଆତଙ୍କୀ ସହଯୋଗୀ

ଦିନକୁ ଦିନ ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ରୋକ ଲଗାଇବାକୁ ଆତଙ୍କବାଦ ନିରୋଧୀ ଅପରେସନ ଜାରି ରହିଛି । ଗତବର୍ଷ ସୁରକ୍ଷା ବଳ ଓ କାଶ୍ମୀର ପୋଲିସ ଦ୍ବାରା 36 ଜଣ ହାର୍ଡକୋର ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ 15 ହାଇବ୍ରିଡ ବା କୁଖ୍ୟାତ ଆତଙ୍କୀ ରହିଛନ୍ତି । ସେହିପରି 122 ଆତଙ୍କୀ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ 7 ଜଣ ମହିଳା ମଧ୍ୟ ରହିଛନ୍ତି । ଏହି ତଥ୍ୟ କାଶ୍ମୀର ପୋଲିସ ପକ୍ଷରୁ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.