ETV Bharat / bharat

ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ଗିରଫ ହୋଇଛନ୍ତି 36 ଆତଙ୍କବାଦୀ ଓ 122 ଆତଙ୍କୀ ସହଯୋଗୀ

author img

By ETV Bharat Odisha Team

Published : Dec 25, 2023, 9:56 PM IST

2023 militancy numbers in J&K: ଗିରଫ ହୋଇଛନ୍ତି 36 ଆତଙ୍କବାଦୀ । 7 ମହିଳାଙ୍କ ସହ 122 ଆତଙ୍କୀ ସହଯୋଗୀ ମଧ୍ୟ ଗିରଫ । ଅଧିକ ପଢନ୍ତୁ

2023 ରେ ଜମ୍ମୁ କାଶ୍ମୀରରେ ଗିରଫ ହୋଇଛନ୍ତି 36 ଆତଙ୍କବାଦୀ ଓ 122 ଆତଙ୍କୀ ସହଯୋଗୀ
2023 ରେ ଜମ୍ମୁ କାଶ୍ମୀରରେ ଗିରଫ ହୋଇଛନ୍ତି 36 ଆତଙ୍କବାଦୀ ଓ 122 ଆତଙ୍କୀ ସହଯୋଗୀ

ଶ୍ରୀନଗର: ଚଳିତ ବର୍ଷ (2023) ରେ ବିଭିନ୍ନ ଆତଙ୍କବାଦ ନିରୋଧୀ ଅପରେସନରେ ସୁରକ୍ଷା ବଳ ଓ କାଶ୍ମୀର ପୋଲିସ ଦ୍ବାରା ଜମ୍ମୁ କାଶ୍ମୀରରେ ଗିରଫ ହୋଇଛନ୍ତି 36 ହାର୍ଡକୋର ଆତଙ୍କବାଦୀ । ଏହା ସହ 122 ଆତଙ୍କୀ ସହଯୋଗୀ ବା ‘ଓଭର ଗ୍ରାଉଣ୍ଡ ଓ୍ବାର୍କର୍ସ’ଙ୍କୁ ମଧ୍ୟ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ 7 ଜଣ ମହିଳା ରହିଛନ୍ତି । ଏମାନେ ଆତଙ୍କବାଦୀ ସହଯୋଗ କରିବା ଓ ଆକ୍ରମଣକୁ ରୂପ ଦେବାରେ ପ୍ରଚ୍ଛନ୍ନ ସହାୟତା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ବର୍ଷ ଶେଷରେ ଏହି ତଥ୍ୟ କାଶ୍ମୀର ପୋଲିସ ପକ୍ଷରୁ ମିଳିଛି ।

ପୋଲିସର ସବିଶେଷ ତଥ୍ୟ ଅନୁସାରେ, ଗିରଫ 36 ଆତଙ୍କୀ ମଧ୍ୟରେ 15 ହାଇବ୍ରିଡ ବା କୁଖ୍ୟାତ ଆତଙ୍କୀ ରହିଛନ୍ତି । ସେହିପରି 21 ଆତଙ୍କୀ ମଧ୍ୟ ଗିରଫ ତାଲିକାରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଶ୍ରୀନଗରୁ 19 ଆତଙ୍କୀଙ୍କୁ ବିଭିନ୍ନ ଅପରେସନରେ ଗିରଫ କରାଯାଇଛି । 42 ଜଣ ଆତଙ୍କୀ ଓ ଆତଙ୍କୀ ଲିଙ୍କରେ ଥିବା ଅଭିଯୋଗକୁ ଦକ୍ଷିଣ-କାଶ୍ମୀରର ବାରମୁଲ୍ଲା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଆତଙ୍କୀ ଲିଙ୍କ୍‌ ବା ଆତଙ୍କବାଦକୁ ସହଯୋଗ କରୁଥିବା 7 ମହିଳା ଆତଙ୍କୀ ମଧ୍ୟ ରହିଛନ୍ତି ।

11 ଆତଙ୍କବାଦୀ, 14 ହାଇବ୍ରିଡ ଆତଙ୍କବାଦୀ ଓ 109 ଆତଙ୍କୀ ସହଯୋଗୀ (OGWs)ଙ୍କୁ କାଶ୍ମୀରର 10 ଜିଲ୍ଲାରୁ ଗିରଫ କରାଯାଇଛି । ଅବଶିଷ୍ଟ 24 ଜଣ ଦକ୍ଷିଣ କାଶ୍ମୀରର ଆତଙ୍କବାଦ ପ୍ରବଣ ସ୍ଥାନ ରଜୈରୀ, ପୁଞ୍ଚ ଓ ରେଆସି ଓ ଜମ୍ମୁରୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ସର୍ବାଧିକ ଆତଙ୍କୀଙ୍କ ଲିଙ୍କ ପାକିସ୍ତାନରୁ ଅପରେଟ ହେଉଥିବା କୁଖ୍ୟାତ ଆତଙ୍କୀ ସଂଗଠନ ଲଶ୍କର ଏ ତୋଇବା (LeT) ସହ ରହିଥିବା ଜଣାପଡିଛି । ଏମାନେ ପାକିସ୍ତାନ ନିୟନ୍ତ୍ରଣରେ କାଶ୍ମୀରରେ ଆତଙ୍କବାଦ ଘଟଣାକୁ ରୂପ ଦେଉଥିଲେ । ସେନା, ପାରା ଫୋର୍ସ ଓ ସ୍ଥାନୀୟ ପୋଲିସର ଆତଙ୍କୀ ନିରୋଧୀ ମିଶନରେ ଏହି ସଫଳତା ମିଳିଛି । ଗୁଇନ୍ଦା ବିଭାଗର ଇନପୁଟ ସୂଚନା ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସଫଳତା ମିଳିଥିବା କାଶ୍ମୀର ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ :- IPC, CrPC ସଂଶୋଧିତ ଅଧିନିୟମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ବର୍ଷ ଶେଷ ଭାଗରେ ଘାଟିରେ ସର୍ବାଧିକ ଆତଙ୍କୀ ହମଲା ଦେଖିବାକୁ ମିଳିଛି । ନିକଟରେ ରଜୌରୀରେ ସେନାର ଏକ ଭ୍ୟାନ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ 4 ଜଣ ସେନା ଯବାନ ଶହୀଦ ହୋଇଥିଲେ । ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଆତଙ୍କୀ ନିରୋଧୀ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.