ETV Bharat / bharat

IPC, CrPC ସଂଶୋଧିତ ଅଧିନିୟମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

author img

By ETV Bharat Odisha Team

Published : Dec 25, 2023, 8:31 PM IST

IPC, CrPC ସଂଶୋଧିତ ଅଧିନିୟମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
IPC, CrPC ସଂଶୋଧିତ ଅଧିନିୟମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

Bills to replace criminal codes become laws as President Murmu gives assent: IPC, CrPC ସଂଶୋଧିତ ଅଧିନିୟମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ । ଉଚ୍ଛେଦ ହେଲା ବ୍ରିଟିଶ ଅମଳର ଅପରାଧିକ ଆଇନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ଶୀତ ଅଧିବେଶନରେ ସଂସଦରେ ପାରିତ ହୋଇଥିବା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଭାରତୀୟ ଅପରାଧ ସଂହିତା (ସିଆରପିସି) ଓ ସାକ୍ଷ ଅଧିନିୟମ ସଂଶୋଧନ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ମିଳିଛି । ଏହି ସଂଶୋଧିତ ଅଧିନିୟମ ଏବେ ଆଇନରେ ପରିଣତ ହେବା ସହ କାର୍ଯ୍ୟକାରୀ ହେବାକୁ ଯାଉଛି । ନୂତନ ସଂଶୋଧିତ ଅଧିନିମୟମ ଅନୁସାରେ, IPC ସ୍ଥାନରେ ‘ଭାରତୀୟ ନ୍ୟାୟ ସଂହିତା’, CrPC ବଦଳରେ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଓ ଏଭିଡେନ୍ସ ଆକ୍ଟ ସ୍ଥାନରେ ‘ଭାରତୀୟ ସାକ୍ଷ ଅଧିନିୟମ’ ଭାବେ କାର୍ଯ୍ୟକାରୀ ହେବ । ଚଳିତ ଧିବେଶନରେ ଏହାକୁ ସଂସଦର ଉଭୟ ଗୃହରେ ପାରିତ କରିବା ପରେ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଅନୁମୋଦନ ପାଇଁ ରାଷ୍ଟ୍ରପତି ଭବନକୁ ପଠାଇଥିଲା କେନ୍ଦ୍ର ଗୃହ ବିଭାଗ ।

ବ୍ରିଟଶ ଅମଳରୁ ଭାରତର ନ୍ୟାୟିକ ବ୍ୟବସ୍ଥାରେ ପ୍ରଚଳିତ ଏହି 3 ଅପରାଧିକ ଆଇନରେ ଚଳିତ ଥର ବ୍ୟାପକ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏହି ୩ଟି ବିଲ୍‌ ଭାରତୀୟ ଦଣ୍ଡ ବିଧାନ ପ୍ରକ୍ରିୟାରେ ସୁଧାର ଆଣିବ । ୧୮୬୦ ମସିହାରେ ବ୍ରିଟିଶମାନଙ୍କ ଦ୍ବାରା ସଂସଦରେ ପାରିତ ହୋଇଥିବା ଇଣ୍ଡିଆନ ପେନାଲ କୋଡ (IPC), ୧୮୯୮ ମସିହାରେ ପାରିତ ହୋଇଥିବା କ୍ରିମିନାଲ ପ୍ରୋସିଜର କୋଡ୍‌ (CrPC) ଓ ୧୮୭୨ ମସିହାରେ ପାରିତ ହୋଇଥିବା ଇଣ୍ଡିଆନ ଏଭିଡେନ୍ସ ଆକ୍ଟକୁ ଉଚ୍ଛେଦ କରାଯାଇଛି । ଭାରତୀୟ ଦଣ୍ଡ ସଂହିତା (IPC) ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, CrPC ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ବିଲ୍‌ ୨୦୨୩ ଅଧିନିମୟ କାର୍ଯ୍ୟକାରୀ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :-143 ସାଂସଦଙ୍କ ଅନୁପସ୍ଥିତିରେ ଲୋକସଭାରେ IPC,CRPC ଓ ସାକ୍ଷ୍ୟ ଆଇନ ସଂଶୋଧନ ବିଲ୍‌ ପାରିତ

ଲୋକସଭାରେ ଏହି ବିଲ ଚର୍ଚ୍ଚା ହେବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା ଉପରେ ବିବୃତ୍ତି ରଖି ବ୍ୟାପକ ବାଖ୍ୟା କରିଥିଲେ । ଏହି ସଂଶୋଧିତ ଅଧିନିୟମରେ ଆତଙ୍କବାଦ ସମ୍ପର୍କିତ ମାମଲାରେ ବିଚାର ପ୍ରକ୍ରିୟା ପାଇଁ ଭିନ୍ନ ନିୟମ ରହିବା ସହ ଭିଡହିଂସା ବା ଜାତି ସମ୍ପ୍ରଦାୟ, ଧାର୍ମିକ ବିଶ୍ବାସ, ଭାଷା, ଜନ୍ମସ୍ଥାନ ଓ ଲିଙ୍ଗଗତ ଆଧାରରେ ସଂଗଠିତ ହେଉଥିବା ହିଂସା, ହତ୍ୟାକାଣ୍ଡ ଆଦିକୁ ଆତଙ୍କବାଦଠାରୁ ଭିନ୍ନ ବର୍ଗୀକରଣ କରାଯାଇଛି । ଶାହ କହିଥିଲେ ଏବେ ଅପରାଧ ନ୍ୟାୟ ମାମଲାରେ ସାମ୍ରାଜ୍ୟବାଦୀ ଯୁଗ ଶେଷ ହେଲା । ସମଗ୍ର ପ୍ରକ୍ରିୟା ଏବେ ମାନବ କୈନ୍ଦ୍ରିକ ହେବ । ନ୍ୟାୟ ପ୍ରଦାନ ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ପ୍ରଭାବୀ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.