ETV Bharat / bharat

143 ସାଂସଦଙ୍କ ଅନୁପସ୍ଥିତିରେ ଲୋକସଭାରେ IPC,CRPC ଓ ସାକ୍ଷ୍ୟ ଆଇନ ସଂଶୋଧନ ବିଲ୍‌ ପାରିତ

author img

By ETV Bharat Odisha Team

Published : Dec 20, 2023, 9:46 PM IST

143 ସାଂସଦଙ୍କ ଅନୁପସ୍ଥିତିରେ ଲୋକସଭାରେ IPC,CRPC ଓ ସାକ୍ଷ ଆଇନ ସଂଶୋଧନ ବିଲ୍‌ ପାରିତ
143 ସାଂସଦଙ୍କ ଅନୁପସ୍ଥିତିରେ ଲୋକସଭାରେ IPC,CRPC ଓ ସାକ୍ଷ ଆଇନ ସଂଶୋଧନ ବିଲ୍‌ ପାରିତ

Lok Sabha passes three crucial criminal law bills: ଲୋକସଭାରେ IPC,CRPC ଓ ସାକ୍ଷ୍ୟ ଆଇନ ସଂଶୋଧନ ବିଲ୍‌ ପାରିତ । ଶାହ କହିଲେ ଅପରାଧ ନ୍ୟାୟ ମାମଲାରେ ସାମ୍ରାଜ୍ୟବାଦୀ ଯୁଗ ଶେଷ ହେଲା । ପ୍ରକ୍ରିୟା ଏବେ ମାନବ କୈନ୍ଦ୍ରିକ ହେବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଲୋକସଭାରେ ନ୍ୟାୟିକ ପ୍ରକ୍ରିୟାରେ ସଂଶୋଧନ ପାଇଁ 3ଟି ସଂଶୋଧିତ ବିଲ ଆଜି ପାରିତ ହୋଇଛି । ନିଲମ୍ବିତ ହୋଇଥିବା 143 ସାଂସଦଙ୍କ ଅନୁପସ୍ଥିତିରେ ଲୋକସଭାରେ IPC,CRPC ଓ ସାକ୍ଷ୍ୟ ଆଇନ ସଂଶୋଧନ ବିଲ୍‌ ବାଚନିକ ଭୋଟିଂ ମାଧ୍ୟମରେ ପାରିତ ହୋଇଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା ଉପରେ ବିବୃତ୍ତି ରଖିଥିଲେ । ଏହି ବିଲ ମଧ୍ୟରେ ରହିଛି, ଭାରତୀୟ ନ୍ୟାୟ ସଂହିତା ବିଲ-2023 । ଯେଉଁଥିରେ ଆତଙ୍କବାଦ ଓ ଭିଡ ହିଂସାକୁ ଭିନ୍ନ ଭିନ୍ନ ବର୍ଗରେ ଅନ୍ତର୍ଭୂକ୍ତ କରାଯାଇଛି । ଆତଙ୍କବାଦ ସମ୍ପର୍କିତ ମାମଲାରେ ବିଚାର ପ୍ରକ୍ରିୟା ପାଇଁ ଭିନ୍ନ ନିୟମ ରହିବା ସହ ଭିଡହିଂସା ବା ଜାତି ସମ୍ପ୍ରଦାୟ, ଧାର୍ମିକ ବିଶ୍ବାସ, ଭାଷା, ଜନ୍ମସ୍ଥାନ ଓ ଲିଙ୍ଗଗତ ଆଧାରରେ ସଂଗଠିତ ହେଉଥିବା ହିଂସା, ହତ୍ୟାକାଣ୍ଡ ଆଦିକୁ ଆତଙ୍କବାଦଠାରୁ ଭିନ୍ନ ବର୍ଗୀକରଣ କରାଯାଇଛି ।

ବିଲ ପାରିତ ହେବା ଅବସରରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ଅପରାଧିକ ନିୟମରେ ସାମ୍ରାଜ୍ୟବାଦୀ ଯୁଗ ଶେଷ ହୋଇଛି । ଅପରାଧ-ନ୍ୟାୟ ବ୍ୟବସ୍ଥା ଏବେ ମାନବ କୈନ୍ଦ୍ରିକ ହେବ । ମାନବ-କେନ୍ଦ୍ରିକ ଆଭିମୁଖ୍ୟ ଓ କେବଳ ଦଣ୍ଡବିଧାନ ପରିବର୍ତ୍ତେ ନ୍ୟାୟ ପ୍ରଦାନ ଉପରେ ଏହା ଅଧିକ ପ୍ରଭାବୀ ହେବ । ଆଜିର ବିତର୍କରେ ଶାହ କହିଛନ୍ତି ଯେ, ଏହି ତିନିଟି ଆଇନରେ ମଧ୍ୟ ଆତଙ୍କବାଦ, ଦେଶଦ୍ରୋହର ସ୍ପଷ୍ଟ ପରିଭାଷା ରହିଛି । ଏକକ ଅପରାଧ ଏବଂ ରାଷ୍ଟ୍ର ବିରୋଧୀ ଅପରାଧକୁ ଅଧିକ ସ୍ପଷ୍ଟ ଭାବେ ବିଶ୍ଳେଷଣ କରାଯାଇ ପାରିବ ।

ଏହି ୩ଟି ବିଲ୍‌ ଭାରତୀୟ ଦଣ୍ଡ ବିଧାନ ପ୍ରକ୍ରିୟାରେ ସୁଧାର ଆଣିବ । ଏହାସହ ବ୍ରିଟିଶମାନେ ଆଗତ କରିଥିବା ବିଲ୍‌କୁ ଉଚ୍ଛେଦ କରାଯାଇଛି । ୧୮୬୦ ମସିହାରେ ବ୍ରିଟିଶମାନଙ୍କ ଦ୍ବାରା ସଂସଦରେ ପାରିତ ହୋଇଥିବା ଇଣ୍ଡିଆନ ପେନାଲ କୋଡ (IPC), ୧୮୯୮ ମସିହାରେ ପାରିତ ହୋଇଥିବା କ୍ରିମିନାଲ ପ୍ରୋସିଜର କୋଡ୍‌ (CrPC) ଓ ୧୮୭୨ ମସିହାରେ ପାରିତ ହୋଇଥିବା ଇଣ୍ଡିଆନ ଏଭିଡେନ୍ସ ଆକ୍ଟକୁ ଉଚ୍ଛେଦ କରାଯାଇଛି । ଭାରତୀୟ ଦଣ୍ଡ ସଂହିତା (IPC) ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, CrPC ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ବିଲ୍‌ ୨୦୨୩ ଅଧିନିମୟ କାର୍ଯ୍ୟକାରୀ ହେବ ।

ଏହା ମଧ୍ୟ ପଢନ୍ତୁ :- ଶଶୁର ଘର ନିପାତ କରିଦେଲା ଜ୍ବାଇଁ: ସ୍ତ୍ରୀ ସମେତ 5 ଜଣଙ୍କୁ ହତ୍ୟା

ସେହିପରି ପ୍ରସ୍ତାବିତ ବିଲରେ ମବଲିଞ୍ଚିଂ ବା ଭିଡ ହିଂସାକୁ ହତ୍ୟାକାଣ୍ଡ ସମକ୍ଷକ ଅପରାଧର ଶ୍ରେଣୀଭୂକ୍ତ କରାଯାଇଛି । ପାଞ୍ଚ କିମ୍ବା ଅଧିକ ବ୍ୟକ୍ତିଙ୍କ କୌଣସି ଗୋଷ୍ଠୀ ବା ସମୂହ ଜାତି, ସମ୍ପ୍ରଦାୟ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ କିମ୍ବା ଅନ୍ୟ କୌଣସି କାରଣରୁ ହତ୍ୟାକାଣ୍ଡ ଘଟାଇଲେ ଏହାକୁ ଭିଡ ହିଂସା ଭାବେ ବିଚାର କରାଯିବ । ଏହି କ୍ଷେତ୍ରରେ ଅଭିଯୁକ୍ତ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ଦିଆଯିବ । ଆଜୀବନ କାରାଦଣ୍ଡ କିମ୍ବା ଏକ ଅତିକମରେ 7 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ଯବସ୍ଥା ରହିବ । ଆବଶ୍ୟକ ସ୍ଥଳେ ଫାଇନ ସହ କାରାଦଣ୍ଡ ମଧ୍ୟ ଦଣ୍ଡିତ କରାଯାଇପାରେ । ଏହାସହ ୧୮୬୦ ମସିହାରେ ଇଂରେଜଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଭାରତୀୟ ପିଙ୍ଗଳ କୋଡ (IPC), ୧୮୯୮ ମସିହାର ଦଣ୍ଡ ପ୍ରକ୍ରିୟା ସଂହିତା (CrPC) ଓ ୧୮୭୨ ମସିହାର ଭାରତୀୟ ସାକ୍ଷ ଆଇନକୁ ମଧ୍ୟ ଉଚ୍ଛେଦ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.