ETV Bharat / bharat

ଶଶୁର ଘର ନିପାତ କରିଦେଲା ଜ୍ବାଇଁ: ସ୍ତ୍ରୀ ସମେତ 5 ଜଣଙ୍କୁ ହତ୍ୟା

author img

By ETV Bharat Odisha Team

Published : Dec 20, 2023, 9:29 PM IST

Son in law murdered five in-laws including wife: ପାରିବାରିହ କଳହରୁ ଜ୍ବାଇଁ ସାଜିଲା ସଇତାନ । ସ୍ତ୍ରୀ ସମେତ 5 ଜଣଙ୍କୁ ହତ୍ୟା । ବାଦ ପଡିଲେନି ଶାଶୁ-ଶଶୂର ଓ ଶଳା । ଅଧିକ ପଢନ୍ତୁ

ଶଶୁର ଘର ନିପାତ କରିଦେଲା ଜ୍ବାଇଁ : ସ୍ତ୍ରୀ ସମେତ 5 ଜଣଙ୍କୁ ହତ୍ୟା
ଶଶୁର ଘର ନିପାତ କରିଦେଲା ଜ୍ବାଇଁ : ସ୍ତ୍ରୀ ସମେତ 5 ଜଣଙ୍କୁ ହତ୍ୟା

ମୁମ୍ବାଇ: ପାରିବାରିକ ବିବାଦରୁ ଗଣହତ୍ୟାକୁ ରୂପ ଦେଲା ଜ୍ବାଇଁ । ଏପରି କି ବାଦ ପଡିଲେନି ସ୍ତ୍ରୀ । ଶଶୁର ଘର ପରିବାର 5 ଜଣଙ୍କୁ ହତ୍ୟା କଲା । ସ୍ତ୍ରୀ ସମେତ ଶାଶୁ, ଶଶୁର ଓ ଦୁଇ ଶଳାଙ୍କୁ ହତ୍ୟା କରିଛି ନୃଶଂସ ଜ୍ବାଇଁ । ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ମହାରାଷ୍ଟ୍ରର ୟଭତମାଲରେ ଦେଖିବାକୁ ମିଳିଛି । ଗତକାଲି ରାତିରେ ଏହି ଗଣହତ୍ୟାକାଣ୍ଡ ଘଟିଛି । ପୋଲିସ ଆଜି ସକାଳେ ଅଭିଯୁକ୍ତକୁ ଗିରଫ କରିଛି । ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଜେରା କରୁଛି । ପ୍ରାଥମିକ ତଦନ୍ତରେ ଏହି ହତ୍ୟାକାଣ୍ଡର ପଛରେ ପାରିବାରିକ ବିବାଦ ଥିବା କଥା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଗତକାଲି (ମଙ୍ଗଳବାର) ମଧ୍ୟରାତ୍ରିରେ ୟାଭତମାଲ ଜିଲ୍ଲାର କଲାମବା ତାଲୁକର ତିରାଜଡା ଗ୍ରାମରେ ଏହି ଘଟଣା ଘଟିଛି । ଅଭିଯୁକ୍ତଙ୍କ ଜ୍ବାଇଁ 40 ବର୍ଷୀୟ ଗୋବିନ୍ଦା ବିର୍ଜୁଚାନ୍ଦ ପାୱାର ଘରୋଇ କଳିରୁ ନିଜ ପତ୍ନୀ ଓ ଶଶୁର ଘର ପରିବାରର 5 ଜଣଙ୍କୁ ହତ୍ୟା କରିଛି । ଅଭିଯୁକ୍ତକୁ ଗତକାଲି ରାତିରେ ହିଁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ପ୍ରାଥମିକ ତଦନ୍ତ ପରେ ଜଣାପଡିଥିଲା ଯେ, ପତ୍ନୀଙ୍କୁ ହଇରାଣ କରିବା ଅଭିଯୋଗରେ ଜ୍ୱାଇଁ ଗୋବିନ୍ଦଙ୍କୁ ତାଙ୍କ ଶଶୁରଘର ସମ୍ପର୍କୀୟମାନେ ମାଡ ମାରିଥିଲେ । ଫଳରେ ସେ କ୍ରୋଧିତ ହୋଇ ଉଠିଥିଲା । ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜ ଶାଶୁ ଶଶୁର ଓ ଦୁଇ ଶଳାଙ୍କୁ ମିଶାଇ ମୋଟ ପାଞ୍ଚ ଜଣଙ୍କୁ ଶାବଳରେ ପିଟି ହତ୍ୟା କରିଥିଲା ।

ଏହା ମଧ୍ୟ ପଢନ୍ତୁ:- 'ଇଣ୍ଡିଆ' ବୈଠକରୁ ଫେରିଲେ: ଲାଲୁ ଓ ତେଜସ୍ବୀଙ୍କୁ ଡାକିଲା ED

ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଭିଯୁକ୍ତ ଗୋବିନ୍ଦର ଶ୍ୱଶୁର ପଣ୍ଡିତ ଘୋସଲେ (55), ଦୁଇ ଶଳା ନାନା ଘୋସଲେ (32), ସୁନୀଲ ଘୋସଲେ (25) ଓ ଅଭିଯୁକ୍ତର ପତ୍ନୀ ରେଖା ପାୱାର (30) ଅଛନ୍ତି । ଅନ୍ୟପଟେ ଶାଶୁ ରୁଖମା ଭାସଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ଆହତ ହୋଇ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପୋଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି । ଅଭିଯୁକ୍ତକୁ ପ୍ରାଥମିକ ଜେରା ପରେ ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.