ETV Bharat / bharat

Delhi: ମର୍ଣ୍ଣିଂଓ୍ବାକ ବେଳେ ବୃଦ୍ଧଙ୍କୁ ହତ୍ୟା କରି ଲୁଟ !

author img

By

Published : Aug 7, 2023, 9:35 PM IST

ରାଜଧାନୀ ଦିଲ୍ଲୀରେ ମର୍ଣ୍ଣିଂଓ୍ବାକ ବେଳେ ବୃଦ୍ଧଙ୍କୁ ହତ୍ୟା କରି ଲୁଟ କଲେ ଦୁର୍ବୃତ୍ତ । ଲୁଟି ନେଲେ ଟଙ୍କା ଓ ସୁନା । ଅଧିକ ପଢନ୍ତୁ

Delhi: ମର୍ଣ୍ଣିଂଓ୍ବାକ ବେଳେ ଲୁଟ ଉଦ୍ଦେଶ୍ୟରେ ବୃଦ୍ଧଙ୍କୁ ହତ୍ୟା !
Delhi: ମର୍ଣ୍ଣିଂଓ୍ବାକ ବେଳେ ଲୁଟ ଉଦ୍ଦେଶ୍ୟରେ ବୃଦ୍ଧଙ୍କୁ ହତ୍ୟା !

Delhi: ମର୍ଣ୍ଣିଂଓ୍ବାକ ବେଳେ ଲୁଟ ଉଦ୍ଦେଶ୍ୟରେ ବୃଦ୍ଧଙ୍କୁ ହତ୍ୟା !

ନୂଆଦିଲ୍ଲୀ: ମର୍ଣ୍ଣିଓ୍ବାକ କରୁଥିବା ବେଳେ ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଦକ୍ଷିଣ ପଶ୍ଚିମ ଜିଲ୍ଲା ଦୁର୍ଗା ପାର୍କ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ 74 ବର୍ଷୀୟ ପ୍ରେମଲାଲ ଛାବ୍ରା ବୋଲି ପୋଲିସ ଚିହ୍ନଟ କରିଛି । ହତ୍ୟାକାରୀମାନେ ତାଙ୍କ ବ୍ୟାଗରୁ ନଗଦ ଟଙ୍କା, ସୁନା ଅଳଙ୍କାର ଲୁଟି ନେଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ସେ ସବୁଦିନ ପରି ଫିଜିଓଥେରାପି ସେଣ୍ଟରକୁ ଯିବାକୁ ଘରୁ ବାହାରିଥିଲେ ।

ଦୁର୍ଗା ପାର୍କ ନିକଟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ତାଙ୍କଠାରୁ ଲୁଟ କରିବା ପାଇଁ ଲୁଚି ରହିଥିବା ଦୁର୍ବୃତ୍ତଙ୍କ ଏକ ଗୋଷ୍ଠୀ ତାଙ୍କଠାରୁ ଲୁଟ ଉଦ୍ୟମ କରିଥିଲେ । ଏହାକୁ ବୃଦ୍ଧ ପ୍ରେମଲାଲ ବିରୋଧ କରିବାରୁ ସେମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଟଙ୍କା ଓ ବ୍ୟାଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ମୃତକଙ୍କ ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ରାମଲାଲ ପ୍ରତ୍ୟେକ ଦିନ ସକାଳ 5.15 ରୁ ଫିଜିଓଥେରାପି କେନ୍ଦ୍ରକୁ ଯାଉଥିଲେ । ଆଜି ସକାଳେ ସେ ଘରୁ ବାହାରକୁ ଯିବାବେଳେ ରାସ୍ତାରେ ତାଙ୍କୁ ବାଇକରେ ଆସୁଥିବା କିଛି ଦୁର୍ବୃତ୍ତ ଅନୁସରଣ କରିଥିଲେ । ସେମାନେ ଦୁର୍ଗାପାର୍କ ଅଞ୍ଚଳରେ ରାମଲାଲଙ୍କଠାରୁ ଡକାୟତି ଉଦ୍ୟମ କରିଥିଲେ । ଏଥିରେ ସେ ଭୟଭୀତ ନହୋଇ ଦୁର୍ବୃତ୍ତଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲୁଟ କରିଥିଲେ ଓ ବୃଦ୍ଧଙ୍କ ବ୍ୟାଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ:-ବିଦ୍ୟୁତ ବିଲ୍‌ ଅଧିକ ଆସିବାରୁ ଉପଭୋକ୍ତାଙ୍କ ବୀଭତ୍ସ କାଣ୍ଡ, ମିଟର ରିଡରଙ୍କୁ ନିର୍ମମ ହତ୍ୟା

ନିକଟରେ ଦୁର୍ଗା ପାର୍କ ସହ ମଦନପୁର ଏବଂ ନିକଟସ୍ଥ ଅନ୍ୟ ଦୁଇଟି ରାସ୍ତାରେ ଲୁଟ୍ ଓ ମାରଣାସ୍ତ୍ରରେ ଆକ୍ରମଣ ଭଳି ଘଟଣା ଘଟିଛି । ସିସିଟିଭି ଫୁଟେଜ ସଂଗ୍ରହ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି । ତେବେ ସ୍ପଷ୍ଟ ଦିବାଲୋକରେ ଜଣେ ବରିଷ୍ଠ ନାଗରିକଙ୍କ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଏପରି ଘଟଣା ବାରମ୍ବାର ଘଟିବା ମଧ୍ୟ ପୋଲିସର ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ମଧ୍ୟ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କଡାକଡି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.