ETV Bharat / bharat

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା, ତୀବ୍ରତା 6.1

author img

By ETV Bharat Odisha Team

Published : Jan 11, 2024, 3:11 PM IST

Updated : Jan 11, 2024, 3:37 PM IST

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା, ତୀବ୍ରତା 6.2
ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା, ତୀବ୍ରତା 6.2

Earthquake tremors felt in Delhi-NCR: ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ପୁଣି ଭୂକମ୍ପର ଝଟକା ଅନୁଭୂତ । କେନ୍ଦ୍ରସ୍ଥଳ ଅଫଗାନିସ୍ତାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏନସିଆର ସମେତ ଉତ୍ତର ଭାରତରେ ପୁଣି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଆଜି (ଗୁରୁବାର) ଅପରାହ୍ନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.1 ମାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ବୋଲି ଜଣାପଡିଛି । କମ୍ପନ ଦିଲ୍ଲୀ ସମେତ ଏକାଧିକ ଉତ୍ତର ଭାରତୀୟ ରାଜ୍ୟ ଓ ପାକିସ୍ତାନର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି । ଭାରତରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନି ।

ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଅପରାହ୍ନ 2.50 ମିନିଟରେ ଏହି କମ୍ପନ ଅନୁଭୂତ ହୋଇଛି । ଏହାର ତୀବ୍ରତା 6.1 ମାଗ୍ନିଚ୍ୟୁଡ ରହିଛି । ଏହାର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦ ଓ ହିନ୍ଦୁକୁଷ ପର୍ବତମାଳା ନିକଟବର୍ତ୍ତୀ ଅଞ୍ଚଳରେ ହୋଇଥିବା ନେଇ ପ୍ରାଥମିକ ଭାବେ ଜଣାପଡିଛି । ଭୂପୃଷ୍ଠରୁ ପ୍ରାୟ 220 କି.ମି ଗଭୀରରେ ଏହି କମ୍ପନ ସୃଷ୍ଟି ହୋଇଛି ।ଏହାର ପ୍ରଭାବରେ ଆଫଗାନିସ୍ତାନ, ଉତ୍ତର ଭାରତର ଓ ପାକିସ୍ତାନର କିଛି ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି ।

ଭାରତରେ ଦିଲ୍ଲୀ ସମେତ ଏନସିଆର, ପଞ୍ଜାବ, ହରିୟାଣା, ଚଣ୍ଡିଗଡ ଓ ଜମ୍ମୁ କାଶ୍ମୀରର କିଛି ସ୍ଥାନରେ କମ୍ପନ ଅନୁଭୂତ ହୋଇଛି । ଲୋକେ ଭୟଭୀତ ହୋଇ ବିଲ୍ଡିଂ ବାହାରକୁ ଚାଲିଆସିଥିବା ଦେଖିବାକୁ ମିଳିଛି । ଏବେ ପର୍ଯ୍ୟନ୍ତ ଭାରତରେ କୌଣସି ସ୍ଥାନରେ କ୍ଷୟକ୍ଷତି ସମ୍ପର୍କରେ ସ୍ପଷ୍ଟ ହୋଇନି । ଆଫିଗାନିସ୍ତାନରେ ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଥିବାର ସନ୍ଦେହ କରାଯାଉଛି ।

ଏଠାରେ ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ ଏକାଧିକ ଥର ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହେଲାଣି । ଆଫଗାନିସ୍ତାନ, ନେପାଳ ଓ ପାକିସ୍ତାନରେ ସୃଷ୍ଟି ହେଉଥିବା ଭୂକମ୍ପର ମାତ୍ରା ଅଧିକ ରହିଲେ ତାର ସିଧା ପ୍ରଭାବ ଦିଲ୍ଲୀ ସମେତ ଉତ୍ତର ଭାରତରେ ଅନୁଭୂତ ହୋଇଥାଏ । ହେଲେ ନିକଟରେ ଦିଲ୍ଲୀ କିମ୍ବା ଉତ୍ତର ଭାରତୀୟ ରାଜ୍ୟରେ କୌଣସି ବଡ ଧରଣର ଭୂକମ୍ପଜନିତ କ୍ଷୟକ୍ଷତି ଦେଖିବାକୁ ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ :- ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଆଡଭାନୀ

ଗତବର୍ଷ (2023) ଫେବୃଆରୀ 6 ତାରିଖରେ ତୁର୍କୀ ଓ ସିରିଆରେ ପ୍ରଳୟଙ୍କାରୀ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ପ୍ରାୟ 8 ମାଗ୍ନିଚ୍ୟୁଡରୁ ଅଧିକ ରହିଥିଲା । ତୁର୍କୀ ଓ ସିରିଆରେ 40 ହଜାର ନାଗରିକ ପ୍ରାଣ ହରାଇଥିଲେ । ସ୍ଥିତି ଏତେ ସାଙ୍ଘାତିକ ହୋଇଥିଲା ଯେ,ପ୍ରକୃତ ମୃତାହତ ସଂଖ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ସଠିକ୍‌ ଆକଳନ କରିବା ମଧ୍ୟ ସମ୍ଭବପର ନଥିଲା । ଏହାରି ମଧ୍ୟରେ ଜାତିସଂଘ ପ୍ରକାଶ କରିଥିବା ଏକ ଆନୁମାନିକ ରିପୋର୍ଟ ଆଧାରରେ ଉଭୟ ଦେଶରେ ମୃତ୍ଯୁସଂଖ୍ୟା ପ୍ରାୟ 50 ହଜାରରୁ ଅଧିକ ବୋଲି ଦର୍ଶାଯାଇଥିଲା । ଭାରତ ସମେତ ବିଭିନ୍ନ ଦେଶରୁ ପଠାଯାଇଥିବା ଉଦ୍ଧାରକାରୀ ଟିମ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ କରିଥିଲେ । ତୁର୍କୀର ପ୍ରାୟ 10ଟି ପ୍ରଦେଶ ଭୂକମ୍ପରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 11, 2024, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.