ETV Bharat / bharat

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଆଡଭାନୀ

author img

By ETV Bharat Odisha Team

Published : Jan 11, 2024, 9:11 AM IST

Ram Temple Pran Pratishtha: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ଅଧିକ ପଢନ୍ତୁ

BJP veteran LK Advan
ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ: ପାଖେଇ ଆସୁଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଭବ୍ୟ ସମାରୋହରେ ସାମିଲ ହେବାକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ସଭାପତି ଆଲୋକ କୁମାର ଏନେଇ ସୂଚନା ଦେଇଛନ୍ତି । ଆରଏସଏସ ନେତା କୃଷ୍ଣ ଗୋପାଳ ଏବଂ ଆଲୋକ କୁମାର ବୁଧବାର ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ ।

ଆଲୋକ କୁମାର କହିଛନ୍ତି ଯେ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଅଯୋଧ୍ୟା ଆସିବା ପରେ ଏଲ.କେ ଆଡଭାନୀଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଜାନୁଆରୀ 22ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି । ବହୁ ସାଧୁମାନଙ୍କୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଯାଇଛି ।

ରାମ ଜନ୍ମଭୂମି ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଅଭିଯାନରେ ମୁଖ୍ୟ ଭୂମିକା ନେଇଥିଲେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ରାମ ମନ୍ଦିର ଆନ୍ଦୋଳନରେ ସବୁଠାରୁ ସେ ଆଗରେ ରହିଥିଲେ । ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରଥଯାତ୍ରା ବାହାର କରିଥିଲେ । ୧୯୯୦ ସେପ୍ଟେମ୍ବର ୨୫ରୁ ଗୁଜରାଟର ସୋମନାଥରୁ ରଥଯାତ୍ରା ଆରମ୍ଭ କରିଥିଲେ ଆଡଭାନୀ । ଯାହା ୫ ଦିନ ଧରି ଜାରି ରହିଥିଲା ।

ଏହା ମଧ୍ୟ ପଢନ୍ତୁ-ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର ଦିନ କେଇଟା ଥିବାରୁ ପ୍ରସ୍ତୁତି ଜୋରାଦାର ଚାଲିଛି । ବାହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମାରୋହରେ ସାମିଲ ହେବେ । ସମସ୍ତଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । କଂଗ୍ରେସ କିନ୍ତୁ ଏହି ସମାରୋହରେ ସାମିଲ ହେବାକୁ ସଫା ସଫା ମନା କରିଦେଇଛି । ଦଳର କେହି ନେତା କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ କୁହାଯାଇଛି । ଏହି କାର୍ଯ୍ୟକ୍ରମକୁ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଥିବା ଅଭିଯୋଗ ଆଣି କଂଗ୍ରେସ ଅଂଶଗ୍ରହଣ ନକରିବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ଦଳର ବରିଷ୍ଠ ନେତା ତଥା ଯୋଗାଯୋଗ ବ୍ୟାପାର ପ୍ରଭାରୀ ଜୟରାମ ରମେଶ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି । ଦଳ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଅଧୀର ରଞ୍ଜନ ଚୌଧୁରୀଙ୍କୁ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.