ETV Bharat / bharat

ଥାନାରେ ମଦ୍ୟପ ଯୁବକଙ୍କ ହାଇଡ୍ରାମା, ବନ୍ଦେ ମାତରମ ନାରା ସହ ଭାଙ୍ଗିଲା ଚେୟାର

author img

By

Published : Oct 22, 2022, 10:36 PM IST

ଥାନାରେ ମଦ୍ୟପ ଯୁବକଙ୍କ ହଙ୍ଗାମା, ଦେଲେ ବନ୍ଦେ ମାତରମ ନାରା
ଥାନାରେ ମଦ୍ୟପ ଯୁବକଙ୍କ ହଙ୍ଗାମା, ଦେଲେ ବନ୍ଦେ ମାତରମ ନାରା

ଥାନାରେ ମଦ୍ୟପ ଯୁବକଙ୍କ ହାଇଡ୍ରାମା । ବିହାର ନାଳନ୍ଦ ଥାନା ଅଞ୍ଚଳରେ ମଦ୍ୟପ ବ୍ୟକ୍ତିଙ୍କ ହାଇଡ୍ରାମା । ନିଶାସକ୍ତ ଅବସ୍ଥାରେ ବନ୍ଦେ ମାତରମ ନାରା ଦେବା ସହି ଭଙ୍ଗାରୁଜା କରି ସୃଷ୍ଟି କଲେ ବିଶୃଙ୍ଖଳା ପରିବେଶ । ଅଧିକ ପଢନ୍ତୁ

ପାଟନା: ଥାନାରେ ମଦ୍ୟପ ଯୁବକଙ୍କ ହାଇଡ୍ରାମା । ବିହାର ନାଳନ୍ଦାରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିଶାରେ ଯୁବକ ଜଣକ ପୋଲିସ ଷ୍ଟେସନରେ ହଙ୍ଗାମା କରିଛନ୍ତି (Drunken ruckus in police station in Nalanda) । ମଦ୍ୟପାନ କରି ଯୁବକ ଜଣକ ଲଗାତାର ଥାନାରେ 'ବନ୍ଦେ ମାତରମ' ନାରା ଦେଇଥିବା ବେଳେ ପୋଲିସ ଯୁବକ ଜଣକୁ ନିୟନ୍ତ୍ରଣ ଆଣିବାକୁ ବହୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ମଦ୍ୟପ ଯୁବକର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ନାଳନ୍ଦା ଜିଲ୍ଲାର ସୋହସରାୟ ଥାନାରେ ଏହି ଘଟଣା ଦେଖିବାକୁ ମିଳିଛି ।

ଥାନାରେ ମଦ୍ୟପ ଯୁବକଙ୍କ ହାଇଡ୍ରାମା, ବନ୍ଦେ ମାତରମ ନାରା ସହ ଭାଙ୍ଗିଲା ଚେୟାର

ବିହାରରେ ଗତ ଏପ୍ରିଲ ୨୦୨୨ ଠାରୁ ସମ୍ପୂର୍ଣ୍ଣ ଭାବେ ମଦ୍ୟପାନକୁ ନିଷେଧ କରାଯାଇଛି । ଯଦି କେହି ବ୍ୟକ୍ତି ପ୍ରଥମ ଥର ମଦ୍ୟପାନ ବେଳେ ଧରାପଡ଼େ ତେବେ ଦଣ୍ଡବିଧାନ ସ୍ବରୂପ ମଦ୍ୟପ ବ୍ୟକ୍ତି ଜରିମାନା ଦେବ । ଦ୍ବିତୀୟ ଥର ଧରାପଡ଼ିଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ନାଳନ୍ଦାର ସୋହସରାୟ ପୋଲିସ ଷ୍ଟେସନରେ ମଦ୍ୟପ ବ୍ୟକ୍ତିଙ୍କ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଛି । ତେବେ ଏହି ନିୟମ କେତେ ଦୂରୁ ଫଳପ୍ରଦ ହୋଇଛି ତାହା ଏଠାରେ ସ୍ପଷ୍ଟ ହୋଇଛି ।

ଏହା ବି ପଢନ୍ତୁ- ମଦ ବ୍ୟାନ ରାଜ୍ୟରେ ଅମାନିଆ ଲୋକ, 52 ହଜାର ମଦ୍ୟପଙ୍କ ଘରେ ଲାଗିବ ପୋଷ୍ଟର

ମଦ୍ୟପ ବ୍ୟକ୍ତିଙ୍କ ଏହି ଉନ୍ମତ୍ତ କାଣ୍ଡରେ ପୋଲିସ କର୍ମଚାରୀ ମଧ୍ୟ ନାକେଦମ ହୋଇଥିଲା । ବିଳମ୍ବିତ ରାତିରେ ମଦ୍ୟପମାନଙ୍କ ଦ୍ବାରା ଅସୁବିଧାରେ ପଡ଼ିଥିବା ସୋହସରାୟ ପୋଲିସ ଷ୍ଟେସନ କୌଣସି ପ୍ରକାରେ ନିୟନ୍ତ୍ରଣରେ ଆଣିଥିଲା । ବିଳମ୍ବିତ ରାତିରେ ସୋହସରାୟ ପୋଲିସ ଷ୍ଟେସନ ପାଟ୍ରୋଲିଂ କରୁଥିବା ସମୟରେ ଏହି ମଦ୍ୟପ ବ୍ୟକ୍ତିଙ୍କୁ ଧରିଥିଲା । ଏହି ଯୁବକ ଜଣକ ରାସ୍ତାରେ ମଧ୍ୟ ହାଇଡ୍ରାମା କରୁଥିବା ନଜର ଆସିଥିଲେ । ମଦ୍ୟପଙ୍କ ନାମ ସୁରେନ୍ଦ୍ର ପ୍ରସାଦ ବୋଲି ଜଣାପଡ଼ିଛି ।

ପୋଲିସ ଯେତେବେଳେ ମଦ୍ୟପଙ୍କୁ ଧରି ପୋଲିସ ଷ୍ଟେସନକୁ ଆଣିଥିଲା ଏହା ପରେ ମଧ୍ୟ ମଦ୍ୟପ ଯୁବକ ପୋଲିସ ଷ୍ଟେସନ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିଥିଲା । ମଦ୍ୟପ ବ୍ୟକ୍ତି ଜଣକ କ୍ରମାଗତ ଭାବରେ ବନ୍ଦେ ମାତରମ ନାରା ଦେଇଥିଲା । ଏହି ମଦ୍ୟପ ବ୍ୟକ୍ତି ଜଣକ ଭୋର ୩ଟା ପର୍ଯ୍ୟନ୍ତ ହାଇଡ୍ରାମା ଜାରି ରଖିଥିଲା । ଏହାସହିତ ପୋଲିସ ଷ୍ଟେସନରେ ଚେୟାର ଟେବୁଲକୁ ଫୋପାଡିବା ଆରମ୍ଭ କରିଥିଲା ।

ମଦ୍ୟପ ବ୍ୟକ୍ତିଙ୍କୁ ନିୟନ୍ତ୍ରଣ କରିବାରେ ନାକେଦମ ହୋଇଥିଲା ପୋଲିସ । ପୋଲିସ ମଦ୍ୟପ ବ୍ୟକ୍ତିଙ୍କ ପତ୍ନୀ ଏବଂ ପୁଅଙ୍କୁ ପୋଲିସ ଷ୍ଟେସନକୁ ଡକାଇଥିଲା । ଏହା ସତ୍ତ୍ବେ ନିଶାସକ୍ତ ବ୍ୟକ୍ତିଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା । ସେ ପୋଲିସ ଷ୍ଟେସନରେ ଜିମିକ୍ସ ଖେଳିବା ଜାରି ରଖିଥିଲେ । ନିଶା ଛଡ଼ାଇବା ଲାଗି ପୋଲିସ ମଦ୍ୟପ ବ୍ୟକ୍ତିଙ୍କୁ ଲେମ୍ବୁରସ ମଧ୍ୟ ଦେଇଥିଲା । ତଥାପି ବ୍ୟକ୍ତି ଜଣକ ନିୟନ୍ତ୍ରଣକୁ ଆସିନଥିଲେ । ଏହାପରେ ମଦ୍ୟପ ବ୍ୟକ୍ତିଙ୍କୁ ହାଜତରେ ଭର୍ତ୍ତି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.