ETV Bharat / bharat

ମଦ ବ୍ୟାନ ରାଜ୍ୟରେ ଅମାନିଆ ଲୋକ, 52 ହଜାର ମଦ୍ୟପଙ୍କ ଘରେ ଲାଗିବ ପୋଷ୍ଟର

author img

By

Published : Oct 22, 2022, 10:03 AM IST

ବିହାରରେ ମଦ୍ୟପାନକୁ ଚଳିତ ବର୍ଷ ଏପ୍ରିଲ ଠାରୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଏହାପରେ ମଧ୍ୟ ପ୍ରାୟ ୫୨ ହଜାର ବ୍ୟକ୍ତି ମଦ୍ୟପାନ କରୁଥିବା ବେଳେ ଧରାପଡ଼ିଛନ୍ତି । ସେମାନଙ୍କ ଘର ଦ୍ବାରରେ ଚେତାବନୀ ପୋଷ୍ଟର ଲଗାଯିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ମଦ୍ୟପାନ ନିଷେଧକୁ ଭଙ୍ଗ, ବିହାରରେ ୫୨ହଜାର ମଦ୍ୟପଙ୍କ ଘରେ ଲାଗିବ ଚେତାବନୀ ପୋଷ୍ଟର
ମଦ୍ୟପାନ ନିଷେଧକୁ ଭଙ୍ଗ, ବିହାରରେ ୫୨ହଜାର ମଦ୍ୟପଙ୍କ ଘରେ ଲାଗିବ ଚେତାବନୀ ପୋଷ୍ଟର

ପାଟନା: ବିହାରରେ ସମ୍ପୂର୍ଣ୍ଣ ଭାବରେ ନିଶା ଦ୍ରବ୍ୟ ମଦକୁ ନିଷେଧ କରାଯାଇଛି (Liquor Ban In Bihar) । ରାଜ୍ୟରେ ଯଦି କେହି ବ୍ୟକ୍ତି ଏହାପରେ ମଦ୍ୟପାନ କରୁଥିବାର ଧରାପଡେ ତେବେ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୂର୍ବରୁ ସୂଚନା ରହିଥିଲା । ଏହି ନିୟମ ଭଙ୍ଗ କରି ମଦ୍ୟପାନ କରୁଥିବା ପ୍ରାୟ ୫୨ ହଜାର ମଦ୍ୟପ ବ୍ୟକ୍ତିଙ୍କ ଘରେ ଚେତାବନୀ ପୋଷ୍ଟର ଲଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ବିହାରରେ ୫୨ହଜାର ମଦ୍ୟପଙ୍କ ଘରେ ଲାଗିବ ଚେତାବନୀ ପୋଷ୍ଟର
ବିହାରରେ ୫୨ହଜାର ମଦ୍ୟପଙ୍କ ଘରେ ଲାଗିବ ଚେତାବନୀ ପୋଷ୍ଟର

ଯଦି ଜଣେ ବ୍ୟକ୍ତି ପ୍ରଥମ ଥର ଲାଗି ମଦ୍ୟପାନ କରୁଥିବା ବେଳେ ଧରାପଡ଼େ ତେବେ ତା'ଠାରୁ ଜରିମାନା ସଂଗ୍ରହ କରାଯିବ । ଏହା ପରେ ଯଦି ସେହି ବ୍ୟକ୍ତି ଦ୍ବିତୀୟ ଥର ମଦ ପିଇବାରେ ଧରାପଡନ୍ତି, ତେବେ ଗୋଟିଏ ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ହୋଇପାରେ । ଭବିଷ୍ୟତରେ ଏଥିପ୍ରତି ସତର୍କ ରହିବାକୁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଜାରି ହେବା ପରେ ଗୋପାଳଗଞ୍ଜରେ ମଦ୍ୟପାନ ବେଳେ ଧରାପଡ଼ିଥିବା ଲୋକଙ୍କ ଘରେ ପୋଷ୍ଟର ଲଗାଇ ଚେତାବନୀ ଦେଇଛି ପୋଲିସ ।

ଏହା ବି ପଢନ୍ତୁ- କର୍ମଚାରୀଙ୍କୁ ଦୀପାବଳି ବୋନସ, ୧୦୦୦ ସୋଲାର ପ୍ୟାନେଲ ବାଣ୍ଟିଲେ ହୀରା ବ୍ୟବସାୟୀ

ଅବକାରୀ ବିଭାଗ ଦ୍ବାରା ୫୨ ହଜାର ଘରେ ପୋଷ୍ଟର ଲଗାଇବା ପାଇଁ ଯୋଜନା କରାଯାଇଛି । ଅବକାରୀ ବିଭାଗ ଅନୁଯାୟୀ, ଏପ୍ରିଲ ୨୦୨୨ ପରଠାରୁ ପ୍ରାୟ ୫୨ ହଜାର ମଦ୍ୟପାନକାରୀ ଧରାପଡିଛନ୍ତି । ଯାହାର ଅଭିଯାନ ସେମାନଙ୍କ ଘରେ ଚେତାବନୀ ପୋଷ୍ଟର ଲଗାଇବା ଆରମ୍ଭ ହୋଇଛି । ଅବକାରୀ ବିଭାଗର ଏହି କାର୍ଯ୍ୟକଳାପ ଦ୍ବାରା ମଦ୍ୟପ ବ୍ୟକ୍ତିଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି ।

ଏନେଇ ଅବକାରୀ ଅଧିକ୍ଷକ ରାକେଶ କୁମାର କହିଛନ୍ତି, "ଯେହେତୁ ଲୋକେ ପ୍ରଥମ ଥର ପାଇଁ ମଦ୍ୟପାନ କରୁଥିବା ବେଳେ ଧରାପଡ଼ିଛନ୍ତି, ସେମାନଙ୍କୁ ଚେତାବନୀ ଦିଆଯିବା ଲାଗି ଏହି ପୋଷ୍ଟର ଲଗାଯାଉଛି । ଦ୍ବିତୀୟ ଥର ଏପରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ପୁନର୍ବାର ମଦ୍ୟପାନ ବେଳେ ଧରାପଡ଼ନ୍ତି ତେବେ ଏକ ବର୍ଷ ଜେଲ ଦଣ୍ଡ ହୋଇପାରେ । ଏପ୍ରିଲ-୨୦୨୨ ପରେ ମଦ୍ୟପାନ କରି ଧରାପଡିଥିବା ସମସ୍ତଙ୍କ ଘରଦ୍ବାରେ ଚେତାବନୀ ପୋଷ୍ଟର ଲଗାଯାଉଛି ।

ଏହାପୂର୍ବରୁ ମଦ୍ୟପାନ କରି ଧରାପଡ଼ିବା ପରେ ସେମାନଙ୍କୁ ଜରିମାନା ଦେଇ ମୁକ୍ତ କରାଯାଉଥିଲା । ଯାହା ସମ୍ପର୍କରେ ଅନ୍ୟ ମଦ୍ୟପ ବ୍ୟକ୍ତି ଜାଣିପାରୁନଥିଲେ । କିନ୍ତୁ ଏବେ ଯେତେବେଳେ ମଦ୍ୟପଙ୍କ ଘରେ ପହଞ୍ଚି ପୋଷ୍ଟର ଲଗାଯିବ, ସେତେବେଳେ ଅନ୍ୟ ମଦ୍ୟପ ବ୍ୟକ୍ତି ମଧ୍ୟ ସଚେତନ ହେବେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.