ETV Bharat / bharat

UAV Crashes In Karnataka: DRDO ୟୁଏଭି ତାପଶ ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ

author img

By

Published : Aug 20, 2023, 3:34 PM IST

Etv Bharat
Etv Bharat

କର୍ଣ୍ଣାଟକରେ ୟୁଏଭି ତାପଶ ନାମକ ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନର ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କର୍ଣ୍ଣାଟକର ଚିତ୍ରାଦୁର୍ଗା ଗ୍ରାମ ନିକଟରେ ଥିବା ଏକ କ୍ଷେତରେ ୟୁଏଭି ତାପଶ ନାମକ ଡ୍ରୋନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ଏନେଇ ଡିଆର୍‌ଡିଓର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Plane crash: ପ୍ରଶିକ୍ଷଣ ସମୟରେ ମନ୍ଦିରରେ ଧକ୍କା ହୋଇ କ୍ରାସ ହେଲା ବିମାନ, ପାଇଲଟ ମୃତ

ଡିଆର୍‌ଡିଓ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପରୀକ୍ଷଣ ଚାଲିଥିବା ସମୟରେ ଡିଆର୍‌ଡିଓର ୟୁଏଭି ତାପଶ ନାମକ ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କେଉଁ କାରଣରୁ ଦୁର୍ଘଟଣା ହେଲା ସେନେଇ ତଦନ୍ତ ଚାଲିଛି । ବର୍ତ୍ତମାନ ସୁଦ୍ଧା ଏହାର କାରଣ ଜଣା ପଡିନାହିଁ । ଖବର ପାଇବା ପରେ ସ୍ଥାନୀୟ ଗ୍ରାମବାସୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଭିଡ ଜମାଇଥିଲେ । ୟୁଏଭି ବିଛାଡି ହୋଇପଡିଥିବା ଦେଖିବାକୁ ମିଳିଥିଲା । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଏହା ଏକ ମାନ ବିହିନ ଯାନ । ଏରିଲ୍ ସର୍ଭିଲାନ୍ସ-ବିଅଣ୍ଡ ହୋରିଜନ୍ -201 କିମ୍ବା ତାପଶ BH-201 ଏକ ମାନବ ବିହୀନ ଡ୍ରୋନ୍‌ । ଯାହାକୁ ପୂର୍ବରୁ ରୁସ୍ତମ୍-୨ କୁହାଯାଉଥିଲା ।

ଏହା ମଧ୍ୟ ପଢନ୍ତୁ-IAF MiG 21 crashes in Rajasthan: ଘର ଉପରେ ଖସିଲା ବାୟୁସେନା ବିମାନ, ୩ ମୃତ

2022 ଏପ୍ରିଲ ମାସରେ ମଧ୍ୟ ଭାରତୀୟ ବାୟୁସେନାର ଏକ ପାଇଲଟ ବିହୀନ ଯାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାଜସ୍ଥାନର ଜୈସେଲମେରରେ ଏକ ଲଢୁଆ ଡ୍ରୋନ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । ଏହି ଡ୍ରୋନଟି ରାଜସ୍ଥାନର ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଫରଓ୍ବାର୍ଡ ପୋଷ୍ଟରେ ସର୍ଭିଲାନ୍ସ କାର୍ଯ୍ୟରେ ନିୟୋଜିତ ଥିଲା ।

ଏହା ମଧ୍ୟ ପଢନ୍ତୁ-ମଧ୍ୟପ୍ରଦେଶରେ ଯୁଦ୍ଧବିମାନ ଦୁର୍ଘଟଣା: ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀ ଶହୀଦ, ଜାଣନ୍ତୁ ତାଙ୍କ ସମ୍ପର୍କରେ

ମେ 6 ତାରିଖରେ ରାଜସ୍ଥାନରେ ବାୟୁସେନାର ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାରେ ମିଗ୍‌-୨୧ ଫାଇଟର୍‌ ବିମାନ ଦୁର୍ଘଟଣା ହୋଇଥିଲା । ଜଣଙ୍କ ଘର ଉପରେ ଖସି ପଡ଼ିଥିଲା ବିମାନ । ବିମାନଟି ଘର ଉପରେ ପଡ଼ିବା କାରଣରୁ ଦୁଇ ମହିଳାଙ୍କ ସହ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିଲା । ଜାନୁଆରୀ ମାସରେ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଦୁଇଟି ଯୁଦ୍ଧ ବିମାନ ସୁଖୋଇ-୩୦ ଓ ମିରାଜ-୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦୁଇ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ମୃତ୍ୟୁ ହୋଇଥିଲା । ମୃତ ୱିଙ୍ଗ୍‌ କମାଣ୍ଡରଙ୍କ ଘର କର୍ଣ୍ଣାଟକ ରାଜ୍ୟର ବେଲଗାଭି ଅଞ୍ଚଳରେ ହୋଇଥିବା ସୂଚନା ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.