ETV Bharat / bharat

ମଧ୍ୟପ୍ରଦେଶରେ ଯୁଦ୍ଧବିମାନ ଦୁର୍ଘଟଣା: ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀ ଶହୀଦ, ଜାଣନ୍ତୁ ତାଙ୍କ ସମ୍ପର୍କରେ

author img

By

Published : Jan 28, 2023, 10:53 PM IST

ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥି ସହିଦ୍
ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥି ସହିଦ୍

ମଧ୍ୟପ୍ରଦେଶରେ ଯୁଦ୍ଧ ବିମାନ ଦୁର୍ଘଟଣାରେ କର୍ଣ୍ଣାଟକ ବେଲଗାଭି ନିବାସୀ ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥି ସହିଦ୍
ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥି ସହିଦ୍

ବେଙ୍ଗାଲୁରୁ: ଆଜି ଗୋଟିଏ ଦିନରେ ଖସିପଡିଛି ଭାରତୀୟ ବାୟୁସେନାର ତିନି ତିନୋଟି ଯୁଦ୍ଧ ବିମାନ । ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଦୁଇଟି ଯୁଦ୍ଧ ବିମାନ ସୁଖୋଇ-୩୦ ଓ ମିରାଜ-୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ବାୟୁସେନାର ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ମୃତ୍ୟୁ ହୋଇଛି । ମୃତ ୱିଙ୍ଗ କମାଣ୍ଡରଙ୍କ ଘର କର୍ଣ୍ଣାଟକ ରାଜ୍ୟର ବେଲଗାଭି ଅଞ୍ଚଳରେ । ଆସନ୍ତାକାଲି ସକାଳେ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କର ପାର୍ଥିବଶରୀର ବେଲଗାଭି ନିଆଯିବ ।

ସହିଦ୍ ୱିଙ୍ଗ କମାଣ୍ଡରଙ୍କ ସମ୍ପର୍କରେ: ହନୁମନ୍ଥ ରାଓ ସାରଥି ବେଲଗାଭି ଅନ୍ତର୍ଗତ ଶମ୍ଭାଜୀ ନଗର ନିବାସୀ ଥିଲେ । ତାଙ୍କ ପରିବାରରେ ବାପାମାଆ ଓ ପତ୍ନୀଙ୍କ ସମେତ ଦୁଇଟି ସନ୍ତାନ ଅଛନ୍ତି । ଦୁର୍ଘଟଣା ପରେ ବେଲଗାଭିରେ ଥିବା ବାୟୁସେନା ତାଲିମ କେନ୍ଦ୍ରର ଅଧିକାରୀମାନେ ୱିଙ୍ଗ କମାଣ୍ଡରଙ୍କ ବେଲଗାଭି ସ୍ଥିତ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ମୃତ୍ୟୁ ଖବର ଜଣାଇଛନ୍ତି । ତାଙ୍କର ମୃତ୍ୟୁ ଖବର ମିଳିବା ପରେ ଘରେ କାନ୍ଦ ବୋବାଳି ପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଛି । ହନୁମନ୍ଥ ରାଓଙ୍କ ବାପା ରେବାନସିଦ୍ଦାପ୍ପା ଭାରତୀୟ ସେନାର କ୍ୟାପ୍ଟେନ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି । ତାଙ୍କର ଭାଇ ପ୍ରବୀଣ ମଧ୍ୟ ବାୟୁସେନାରେ ଗ୍ରୁପ କ୍ୟାପ୍ଟେନ ଅଛନ୍ତି । ହନୁମନ୍ଥ ରାଓ ୱିଙ୍ଗ କମାଣ୍ଡରେ ଭାବେ କାର୍ଯ୍ୟ କରୁଥିଲେ ।

ଏହାମଧ୍ୟ ପଢନ୍ତୁ: ଲଢୁଆ ବିମାନ ସୁଖୋଇ-ମିରାଜ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ଉଲ୍ଲେଖଯୋଗ୍ୟ, ଆଜି ସକାଳେ ମଧ୍ୟପ୍ରଦେଶ ଗ୍ବାଲିୟର ନିକଟରେ ସୁଖୋଇ-୩୦ ଓ ମିରାଜ-୨୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦୁଇ ପାଇଲଟକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ହନୁମନ୍ଥ ରାଓଙ୍କ ପ୍ରାଣହାନି ଘଟିଛି । ତେବେ ଉଡାଣ ଭରିବା ସମୟରେ ମଝି ଆକାଶରେ ଏହି ଦୁଇଟି ବିମାନ ମଝି ଆକାଶରେ ଧକ୍କା ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ଅନୁସନ୍ଧାନ ଆରମ୍ଭ ହୋଇଛି । ଏହି ଦୁର୍ଘଟଣାର କିଛି ସମୟ ପୂର୍ବରୁ ଉତ୍ତରପ୍ରଦେଶ ଆଗ୍ରାରୁ ଉଡାଣ ଭରିଥିବା ଏକ ଚାଟାର୍ଡ ଏୟାରକ୍ରାପ୍ଟ ରାଜସ୍ଥାନର ଭରତପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.