ETV Bharat / bharat

AAP ବୈଠକରେ ଚୀନକୁ ଟାର୍ଗେଟ, ଚାଇନିଜ୍‌ ସାମଗ୍ରୀକୁ ବଏକଟ ପାଇଁ ଆହ୍ବାନ

author img

By

Published : Dec 18, 2022, 8:29 PM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ (AAP) ମୁଖ୍ୟ ଦଳୀୟ ବୈଠକରେ ବିଜେପିକୁ ଟାର୍ଗେଟ କରିବା ସହ ଚାଇନିଜ ଜିନିଷ ପଦାର୍ଥକୁ ବଏକଟ କରିବା ପାଇଁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

boycott Chinese goods
ଚାଇନିଜ ଜିନିଷ ପଦାର୍ଥକୁ ବଏକଟ ପାଇଁ ଆହ୍ବାନ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP)ଜାତୀୟ ପରିଷଦ ବୈଠକରେ ଆଜି ଚୀନକୁ ଟାର୍ଗେଟ କଲେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଚୀନ-ଭାରତ ସୀମା ବିବାଦକୁ ନେଇ ସେ ପଡ଼ୋଶୀ ଦେଶ ଚୀନକୁ ଟାର୍ଗେଟ କରିଛନ୍ତି । ଚାଇନିଜ ଜିନିଷ ପଦାର୍ଥକୁ ବଏକଟ ତଥା ଏହାର ଉତ୍ପାଦକୁ ନକିଣିବା ପାଇଁ ସେ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । (Delhi CM asked people to boycott Chinese goods) କେନ୍ଦ୍ର ସରକାର ଆମ ଭାରତୀୟ ଯବାନଙ୍କ ଜୀବନ ଉପରେ ଗୁରୁତ୍ବ ଦେଉନାହାଁନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଆପ୍‌ର ଏହି ଦଳୀୟ ବୈଠକ କାପାସେରାର କାଲିଷ୍ଟା ରେସର୍ଟ ଆୟୋଜିତ ହୋଇଥିଲା ।

ସୀମା ବିବାଦକୁ ନେଇ ସେ କହିଛନ୍ତି ଯେ, ଗତ ସପ୍ତାହରେ ଚୀନ ସୈନ୍ୟ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଆମ ଭାରତ ଯବାନ ସେମାନଙ୍କୁ ଅଟକାଇଥିଲେ । ତେବେ ଏହି ବିବାଦରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ୨୦୨୦ ମସିହାରେ ଚୀନ ସୈନ୍ୟ ଲଦ୍ଦାଖ ଗଲୱାନ ଉପକଣ୍ଠ ଭାରତ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଯୁଦ୍ଧ ହୋଇଥିଲା । ସେତେବେଳେ ୨୦ ଜଣ ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ । ଗତ ସୀମା ବିବାଦକୁ ନେଇ କେଜ୍ରିୱାଲ କହିଛନ୍ତି ଯେ ଏହାପରେ ମଧ୍ୟ ବିଜେପି ସରକାର ଚୀନରୁ ଜିନିଷ କ୍ରୟ କରୁଛନ୍ତି ।

ଏହା ବି ପଢନ୍ତୁ- ହିମାଚଳ କଂଗ୍ରେସ ମଧ୍ୟରେ ନାହିଁ ଅନ୍ତଃକନ୍ଦଳ, ମୁଖ୍ୟମନ୍ତ୍ରୀ ପଦବୀ ନେଇ ରହିଥିଲା ବିବାଦ: ମୁଖ୍ୟମନ୍ତ୍ରୀ

ତେବେ ଚୀନଠାରୁ ଜିନିଷ କିଣିବାର ଆବଶ୍ୟକତା କଣ ? ଚାଇନିଜ ଜିନିଷ ପଦାର୍ଥ କ୍ରୟ କରିବାକୁ ବିଜେପି ସରକାରଙ୍କ ନିକଟରେ କଣ ବାଧ୍ୟତା ରହିଛି ? ଆମେ କଣ ଆମ ସ୍ବଦେଶୀ ପଦାର୍ଥ ବଢାଇ ପାରିବା ନାହିଁ ? ସେ ଆହୁରି କହିଛନ୍ତି ଯେ ଭାରତରେ ମିଳୁଥିବା ଜିନିଷ ପଦାର୍ଥକୁ ସରକାର ଚୀନଠାରୁ କିଣୁଛନ୍ତି । ଆମ ଭାରତରେ ମଧ୍ୟ ଶିଳ୍ପାନୁଷ୍ଠାନ ଓ ଉଦ୍ୟୋଗୀ ରହିଛନ୍ତି ବୋଲି ସେ କହିଛନ୍ତି । ଏହି ସମୟରେ ସେ ଆପ୍‌ ସହିତ ଅନ୍ୟ ଦଳକୁ ମଧ୍ୟ ତୁଳନା କରି କହିଛନ୍ତି, "ଗୋଟିଏ ଦଳ ଦୁର୍ନୀତିକୁ ବାରଣ କରୁଥିବା ବେଳେ ଅନ୍ୟ ଦଳ ଗୁଣ୍ଡାମାନଙ୍କୁ ପାଳୁଛି । ଲୋକେ ଦେଖୁଛନ୍ତି ଆପ୍‌ ସାମନତା ଓ ସଚ୍ଚୋଟତା ସହିତ ରହିଛି ।"

ଏହା ସହିତ ସେ ଆପ୍‌ର ସଫଳତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି, ଆଉ କହିଛନ୍ତି ଯେ ଦଳ ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଗୋଆରେ ୨ ବିଧାୟକଙ୍କୁ ପାଇଛି । ଏହାସହିତ ଗୁଜୁରାଟରେ ୧୪ ପ୍ରତିଶତ ଭୋଟ ସହିତ ୫ ବିଧାୟକ ମଧ୍ୟ ବିଜୟୀ ହୋଇଛନ୍ତି । ଗୁଜୁରାଟରେ ୧୪ ପ୍ରତିଶତ ଭୋଟ ପାଇବା ପରେ ଆଗାମୀ ଦିନରେ ଆପ୍‌ ଏକ 'ଜାତୀୟ ଦଳ'(AAP become National Party) ବୋଲି ସେ କହିଛନ୍ତି । ଦଳ ଦେଶରେ ୧୨ ଲକ୍ଷ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.