ETV Bharat / bharat

ହିମାଚଳ କଂଗ୍ରେସ ମଧ୍ୟରେ ନାହିଁ ଅନ୍ତଃକନ୍ଦଳ, ମୁଖ୍ୟମନ୍ତ୍ରୀ ପଦବୀ ନେଇ ରହିଥିଲା ବିବାଦ: ମୁଖ୍ୟମନ୍ତ୍ରୀ

author img

By

Published : Dec 18, 2022, 5:48 PM IST

ହିମାଚଳ ପ୍ରଦେଶ କଂଗ୍ରେସ ମଧ୍ୟରେ ଅନ୍ତଃକନ୍ଦଳ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ହିମାଚଳ କଂଗ୍ରେସ ମଧ୍ୟରେ ନାହିଁ ଅନ୍ତଃକନ୍ଦଳ (Himachal Pradesh CM on Himachal congress infighting), ମୁଖ୍ୟମନ୍ତ୍ରୀ ପଦବୀ ନେଇ ରହିଥିଲା ବିବାଦ ରହିଥିଲା ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

No infighting within Himachal Congress
ହିମାଚଳ କଂଗ୍ରେସ ମଧ୍ୟରେ ନାହିଁ ଅନ୍ତଃକନ୍ଦଳ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କଂଗ୍ରେସ ମଧ୍ୟରେ ଅନ୍ତଃକନ୍ଦଳ ଚର୍ଚ୍ଚା ହେଉଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ସେ ସଫେଇ ଦେଇ କହିଛନ୍ତି ଯେ ହିମାଚଳ କଂଗ୍ରେସ ମଧ୍ୟରେ କୌଣସି ବିବାଦ ନାହିଁ କି ନଥିଲା, ଏହା କେବଳ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରହିଥିଲା, ଯେହେତୁ ଏଥିଲାଗି ଏକାଧିକ ଆଶାୟୀ ରହିଥିଲେ (Himachal Pradesh CM on Himachal congress infighting) । ଯଦି ଦଳରେ କୌଣସି ସମସ୍ୟା ରହିଥାନ୍ତା, ତେବେ ରାଜସ୍ଥାନ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ତେବେ ଦଳ ରାଜ୍ୟବାସୀଙ୍କ ପାଇଁ କାମ କରିବା ସହ ଦିଆଯାଇଥିବା ପ୍ରତିଶୃତିକୁ ଖୁବଶୀଘ୍ର ପୂରଣ କରିବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ସୁଖୁ (CM Sukhvinder Singh Sukhu) ଏନେଇ ଏକ ସାକ୍ଷାତକାରରେ କହିଛନ୍ତି, "କଂଗ୍ରେସ ସରକାର ରାଜ୍ୟବାସୀଙ୍କ ପ୍ରତିଶୃତି ପୂରଣ କରିବ । ପ୍ରଥମ କ୍ୟାବିନେଟ ବୈଠକରେ ସରକାରୀ କର୍ମଚାରୀଙ୍କ ପୁରୁଣା ପେନ୍‌ସନ୍‌ ଯୋଜନାକୁ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ଆଲୋଚନା ହେବ । ଏନେଇ ଅର୍ଥ ସଚିବଙ୍କ ସହିତ ଆଲୋଚନା ହୋଇଛି । କେଉଁଠି ଅର୍ଥ ଉପାର୍ଜନ ହେବ ଓ କେଉଁଠାରେ ନିବେଶ ହେବ ସେ ନେଇ ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଛି । ପେନ୍‌ସନ୍‌ ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ପ୍ରଥମ କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦିଆଯିବ ।"

ଏହା ବି ପଢନ୍ତୁ-ସୁଖବିନ୍ଦର ସିଂ ସୁଖୁ: ବାପା ଥିଲେ ଡ୍ରାଇଭର, ନିଜେ ଚଳାଉଥିଲେ କ୍ଷୀର କାଉଣ୍ଟର

କ୍ୟାବିନେଟ ସମ୍ପ୍ରସାରଣ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ଖୁବଶୀଘ୍ର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୨ ହିମାଚଳ ବିଧାନସଭା ନିର୍ବାଚନରେ ଟ୍ରେଣ୍ଡ ବଜାୟ ରଖି ବିଜେପିଠୁ ଶାସନ କ୍ଷମତା ଛଡ଼ାଇ ଆଣିଛି କଂଗ୍ରେସ । ପାହାଡ଼ି ରାଜ୍ୟ ହିମାଚଳର ମୋଟ ୬୮ଟି ବିଧାନସଭା ଆସନରୁ ୪୦ଟିରେ କଂଗ୍ରେସ ବିଜୟୀ ହୋଇଛି । ଏହାପରେ ଦଳ ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପ୍ରଦାନ କରିଛି । ହାମିରପୁର ନାଦୌନରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୁଖୁ ଜଣେ ବସ ଡ୍ରାଇଭରଙ୍କ ପୁଅ । ସେ ଗତ ଡିସେମ୍ବର ୧୧ ତାରିଖରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

କଂଗ୍ରେସର କିଛି ବିଧାୟକ ବିଜେପି ସହିତ ହାତ ମିଳାଉଥିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରି ଏହି ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, " କୌଣସି କଂଗ୍ରେସ ବିଧାୟକ ଦଳକୁ ତ୍ୟାଗ କରୁନାହିଁ । ରାଜ୍ୟବାସୀ କଂଗ୍ରେସକୁ ସେମାନଙ୍କ ସରକାର ଭାବେ ଚୟନ କରିଛନ୍ତି । ବିଜେପି ସରକାର ଥିବା ବେଳେ ରାଜ୍ୟରେ ବେରୋଜଗାର ରହିଥିଲା । ତେବେ ବିଜେପି ଏଗୁଡିକ ଉପରେ ଧ୍ୟାନ ନ ଦେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଚାହୁଁଥିଲା । ଏହାର ଜବାବ ରାଜ୍ୟବାସୀ ଦେଇଛନ୍ତି ।"

ସୂଚନା ଥାଉ କି ହିମାଚଳ ପ୍ରଦେଶର ବିଜେପି-କଂଗ୍ରେସ ଟ୍ରେଣ୍ଡ ଜାରି ରହିଛି । ଗୋଟିଏ ନିର୍ବାଚନ ବିଜେପି ଜିତୁଥିବା ବେଳେ ପରବର୍ତ୍ତୀ ନିର୍ବାଚନ କଂଗ୍ରେସ ଜିତୁଛି । ଏହି ଟ୍ରେଣ୍ଡ ବଜାୟ ରଖି ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜ୍ୟର ଶାସନ ଭାର ହାତକୁ ନେଇଛି । କଂଗ୍ରେସ ରାଜ୍ୟରେ ନୂଆ ସରକାର ଗଠନ କରିବାକୁ ଯାଉଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ଯୋଜନା, ୩୦ ୟୁନିଟ ମାଗଣା ବିଦ୍ୟୁତ ଯୋଗଇବ ବୋଲି ପ୍ରତିଶୃତି ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.