ETV Bharat / bharat

Delhi air quality: ବିଷ ବଳୟରେ ରାଜଧାନୀ, ଆଜିଠୁ ଗଡିବନି ଡିଜେଲ ବସ

author img

By ETV Bharat Odisha Team

Published : Nov 1, 2023, 6:14 PM IST

Delhi air quality: ବିଷ ବଳୟରେ ରାଜଧାନୀ, ଆଜିଠୁ ଗଡିବନି ଡିଜେଲ ବସ
Delhi air quality: ବିଷ ବଳୟରେ ରାଜଧାନୀ, ଆଜିଠୁ ଗଡିବନି ଡିଜେଲ ବସ

ଆଜିଠୁ ଦିଲ୍ଲୀ-ଏନସିଆରରେ ଗଡିବନି ଡିଜେଲ ବସ । କେବଳ ଇଲେକ୍ଟ୍ରିକ, ସିଏନଜି ଓ ବିଏସ-6 ବର୍ଗର ବସକୁ ଅନୁମତି । ଦୀପାବଳୀ ପୂର୍ବରୁ ଚରମ ସୀମାରେ ପ୍ରଦୂଷଣ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଶୀତ ଋତୁ ଆରମ୍ଭ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିଛି । ଏହାର ମୁକାବିଲା କରିବା ପାଇଁ ଆଜି ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ଓ ଏନସିଆରରେ ଆଜିଠାରୁ ଡିଜେଲ ଚାଳିତ ବସ ସେବାକୁ ନିଷେଧ କରାଯାଇଛି । ଏବେ କେବଳ ଇଲେକ୍ଟ୍ରିକ, ସିଏନଜି ଓ ବିଏସ-6 ବର୍ଗର ବସକୁ ରାଜଧାନୀରେ ଯାତାୟତ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ତେଣୁ ସମସ୍ତେ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ।

  • #WATCH | Air pollution | Delhi Environment Minister Gopal Rai says, "The entry of diesel buses into Delhi has been stopped from today as per the directions by CAQM (Commission for Air Quality Management). 18 teams have been formed for this...It is my request to the state… pic.twitter.com/eCya6DHB4b

    — ANI (@ANI) November 1, 2023 " class="align-text-top noRightClick twitterSection" data=" ">

ଗଣମାଧ୍ୟମକୁ ସୂଚନା ଦେଇ ପରିବେଶ ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି, ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM)ର ବର୍ତ୍ତମାନର ସ୍ଥିତି ସମୀକ୍ଷା ଓ ପରାମର୍ଶ ଅନୁସାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏବେ ଦିଲ୍ଲୀ ଓ ଏନସିଆରରେ ଡିଜେଲ ବସକୁ ଆଜିଠାରୁ ବନ୍ଦ କରାଯାଇଛି । ସରକାରୀ ପରିବହନ ସଂସ୍ଥା ମଧ୍ୟ ଏହାକୁ ଅନୁପାଳନ କରିବ । ନିଜ ବସ ଡିପୋରୁ କେବଳ ଇଲେକ୍ଟ୍ରିକ, ସିଏନଜି ଓ ବିଏସ-6 ବର୍ଗର ବସକୁ ସେବାରେ ନିୟୋଜିତ କରିବା ଉଚିତ । ଯାହା ଫଳରେ ଲୋକେ ସମସ୍ୟାର ସାମ୍ନା କରିବେ ନାହିଁ । ସେହିପରି ସ୍ଥିତିକୁ ଦେଖି ମୋଟ 18ଟି ଟିମ ମଧ୍ୟ ଗଠନ କରାଯାଇଛି । ଏହି ଟିମ୍‌ ଏହି ନିୟମ ପାଳନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ସହ ବାୟୁ ପ୍ରଦୂଷଣର ମୁକାବିଲା ଦିଗରେ କାର୍ଯ୍ୟ କରିବ ।

ଟ୍ରାଫିକ୍‌ ବହୁଳ ଦିଲ୍ଲୀରେ ପ୍ରାୟ ପ୍ରତ୍ୟେକ ବର୍ଷ ଶୀତଦିନେ ଏହି ସମସ୍ୟା ଦେଖାଯାଏ । ପଡୋଶୀ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରୁ ହଜାର ହଜାର ଯାତ୍ରୀବାହୀ ବସ ଦିଲ୍ଲୀକୁ ପ୍ରତ୍ୟେହ ଯାତାୟତ କରିଥାନ୍ତି । ଏହା ମଧ୍ୟରେ ଅନେକ ବସ ପୁରୁଣା ଡିଜେଲ ଶ୍ରେଣୀର ରହିଛନ୍ତି । ଏହି ବର୍ଗରେ ବିଏସ-3 ଓ 4 ବର୍ଗର ଇଞ୍ଜିନ ଚାଳିତ ବସ ରହିଛି । ତେଣୁ ଯାନବାହନରୁ ନିର୍ଗତ ହେଉଥିବା ଧୂଆଁ ହିଁ ରାଜଧାନୀ ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ଭାବେ ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ :- ED Attaches Jet Airways Properties: ଜେଟ ଏୟାରୱେଜର 538 କୋଟିର ସମ୍ପତ୍ତି ଜବତ କଲା ED

ଦୀପାବଳି ପୂର୍ବରୁ ଦିଲ୍ଲୀରେ ଏପରି ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ ପାଇବାରେ ଲାଗିଛି । ବାୟୁମଣ୍ଡଳରେ ପ୍ରଦୂଷିତ କଣିକାର ମାତ୍ରା ବୃଦ୍ଧି ପାଇବା ସହ ଦୃଶ୍ୟମାନ୍ୟତା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ ଦୁର୍ଘଟଣା ଘଟିବା ସହ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ । ଶିଶୁ ଓ ବୟସାଧିକ ବର୍ଗ ପାଇଁ ଏହି ସମସ୍ୟା ଅତି ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଥାଏ । ତେଣୁ ପଡୋଶୀ ହରିୟାଣା ଓ ପଞ୍ଜାବରେ କୃଷକଙ୍କୁ ଫସଲ ଅମଳ ପରେ କ୍ଷେତରେ ନିଆଁ ନଲଗାଇବାକୁ ପରାମର୍ଶ ଦିଆଯାଇଛି । ଏହା ସହ ଚଳିତ ଦୀପାବଳିରେ ମଧ୍ୟ ରାଜଧାନୀବାସୀ ବାଣ ଫୁଟାଇବାରୁ ଦୂରରେ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.