ETV Bharat / bharat

ED Attaches Jet Airways Properties: ଜେଟ ଏୟାରୱେଜର 538 କୋଟିର ସମ୍ପତ୍ତି ଜବତ କଲା ED

author img

By ETV Bharat Odisha Team

Published : Nov 1, 2023, 5:39 PM IST

Jet Airways: 538 କୋଟିର ସମ୍ପତ୍ତି ଜବତ କଲା ED
Jet Airways: 538 କୋଟିର ସମ୍ପତ୍ତି ଜବତ କଲା ED

ମନିଲଣ୍ଡ୍ରିଂ ମାମଲାରେ ଜେଟ ଏୟାରଓ୍ବେଜର 538 କୋଟିର ସମ୍ପତ୍ତି ଜବତ କଲା ED । କମ୍ପାନୀ ଓ ଗୋଏଲ ପରିବାର ମାଲିକାନାରେ ଦେଶ ଓ ବିଦେଶରେ ଥିବା ସମ୍ପତ୍ତି ସିଜ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆର୍ଥିକ ଠକେଇ ମାମଲାରେ ଜେଟ ଏୟାରଓ୍ବେଜର 538 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଜବତ ସମ୍ପତ୍ତି ମଧ୍ୟରେ 17ଟି ଫ୍ଲାଟ, ବଙ୍ଗଳା ଓ କମର୍ସିଆଲ ବିଲ୍ଡିଂ ଓ ଅନ୍ୟ ସମ୍ପତ୍ତି ମଧ୍ୟ ରହିଛି । ଏୟାରଲାଇନ୍ସ କମ୍ପାନୀ ଓ ଏହାର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ମାଲିକାନାରେ ପଞ୍ଜିକୃତ ହୋଇଥିବା ଏହି ସମସ୍ତ ସମ୍ପତ୍ତିକୁ କେନ୍ଦ୍ରୀୟ ସଂସ୍ଥା ଜବତ କରିଛି ।

  • Directorate of Enforcement (ED) has provisionally attached properties worth Rs 538.05 Crore under the provisions of Prevention of Money Laundering Act (PMLA) 2002 in the money laundering investigation against Jet Airways (India) Limited (JIL). The attached properties include 17… https://t.co/XhT6Ioxro5 pic.twitter.com/l47Hy7kv36

    — ANI (@ANI) November 1, 2023 " class="align-text-top noRightClick twitterSection" data=" ">

2002 PMLA ଆକ୍ଟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଏହି ସମ୍ପତ୍ତି ଏୟାରଓ୍ବେଜ କମ୍ପାନୀ, ନରେଶଙ୍କ ନିଜ ନାମ, ପତ୍ନୀ ଅନିତା ଗୋଏଲ ଓ ପୁଅ ନିବାନ ଗୋଏଲଙ୍କ ନାମରେ ଦେଶ ଓ ଦେଶ ବାହାରେ ଥିଲା । ଦେଶର ଏକାଧିକ ସହର ସମେତ ଲଣ୍ଡନ ଓ ଦୁବାଇରେ ମଧ୍ୟ ଥିବା ସମ୍ପତ୍ତି ଜବତ ହୋଇଛି । ସଂସ୍ଥା ବିରୋଧରେ ଏବେ ଆର୍ଥିକ ହେରଫେର ବା ମନିଲଣ୍ଡ୍ରିଂ ମାମଲାର ତଦନ୍ତ ଜାରି ରହିଛି । ସଂସ୍ଥାର ପ୍ରତିଷ୍ଠାତା ନରେଶ ଗୋଏଲ ଏବେ ଗିରଫ ହୋଇ ଜେଲରେ ରହିଛନ୍ତି ।

ଗତକାଲି (ମଙ୍ଗଳବାର) କେନ୍ଦ୍ରୀୟ ସଂସ୍ଥା ଇଡି କାନାଡା ବ୍ୟାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ନରେଶ ଗୋଏଲଙ୍କ ସମେତ ଅନ୍ୟ 5 ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି । କାନାଡା ବ୍ୟାଙ୍କର ଅଭିଯୋଗ ଅନୁସାରେ, ଏବେ ଅଚଳ ହୋଇପଡିଥିବା ଏହି ବେସରକାରୀ ବିମାନ କମ୍ପାନୀକୁ 848 କୋଟି ପର୍ଯ୍ୟନ୍ତ ଋଣ ସୀମା ଓ ଋଣ ମଞ୍ଜୁର କରାଯାଇଥିଲା । ସେଥିମଧ୍ୟରୁ ଏବେ ସୁଦ୍ଧା 838 କୋଟିର ଋଣ ବକେୟା ରହିଛି । କମ୍ପାନୀ ତାହା ପରିଶୋଧ କରିବା ସ୍ଥିତିରେ ନାହିଁ ।

ଏହା ମଧ୍ୟ ପଢନ୍ତୁ :- Maratha reservation: ସର୍ବଦଳୀୟ ବୈଠକ ଶେଷ, ସର୍ବସମ୍ମତି ମିଳିଥିବା ସିନ୍ଦେଙ୍କ ଘୋଷଣା

ଏହି ଟଙ୍କାକୁ ସଂସ୍ଥାର ପ୍ରତିଷ୍ଠାତା ବିଦେଶରେ ଠକେଇ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାର ତଦନ୍ତ ରିପୋର୍ଟରେ ଦର୍ଶାଇଛି । ଏହି ଟଙ୍କାରେ ଗୋଏଲଙ୍କ ଦ୍ବାରା ଅଚଳ ସମ୍ପତ୍ତି କ୍ରୟ କରାଯାଇଥିଲା । ଏହି କ୍ରୟ କରାଯାଇଥିବା ଅଚଳ ସମ୍ପତ୍ତି ମଧ୍ୟରେ ଅଳଙ୍କାର ଓ ଆସବାବପତ୍ର ରହିଥିଲା । ସେପ୍ଟେମ୍ବର ପହିଲାରେ ନରେଶ ଗୋଏଲଙ୍କୁ ଗିରଫ କରାଯିବା ପରେ ସେ ଏବେ ମୁମ୍ବାଇର ଆର୍ଥରରୋଡ ଜେଲରେ ରହିଛନ୍ତି । କେନ୍ଦ୍ରୀୟ ସଂସ୍ଥା ନରେଶଙ୍କ ପତ୍ନୀଙ୍କ ସମେତ ଏୟାରଲାଇନ୍ସ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିଭୁକ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.